ETV Bharat / bharat

Gujarat Election: ରୋଡ୍‌ ସୋରେ କେଜ୍ରିୱାଲଙ୍କୁ ପଥରମାଡ

author img

By

Published : Nov 29, 2022, 8:48 AM IST

Gujarat Election: ରୋଡ୍‌ ସୋରେ କେଜ୍ରିୱାଲଙ୍କୁ ପଥରମାଡ
Gujarat Election: ରୋଡ୍‌ ସୋରେ କେଜ୍ରିୱାଲଙ୍କୁ ପଥରମାଡ

ସୁରଟରେ ରୋଡ ସୋ ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଥରମାଡ । ଆକ୍ରମଣ ପାଇଁ ବିଜେପିକୁ ଦାୟୀ କଲା ଦଳ । ଅଧିକ ପଢନ୍ତୁ

ଗାନ୍ଧୀନଗର: ପାଖେଇ ଆସିଲାଣି ଗୁଜୁରାଟ ବିଧାନସଭା ନିର୍ବାଚନ(Gujarat Assembly Election) । ନିର୍ବାଚନ ପ୍ରଚାର ପାଇଁ ରାଜ୍ୟରେ ଡେରା ପକାଇଛନ୍ତି ହେଭିୱେଟ ନେତା । ଘନ ଘନ ବୈଠକ ସାଙ୍ଗକୁ ରୋଡ ସୋ' ଚାଲିଛି । ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରୋଡ ସୋ' କରୁଥିବା ସମୟରେ ତାଙ୍କ ଉପରକୁ କିଛି ଲୋକ ପଥରମାଡ କରିଥିବା ଅଭିଯୋଗ ହୋଇଛି(stone pelted at chief Arvind Kejriwal during roadshow) । ସୋମବାର ସୁରଟରେ ଆପ୍ ମୁଖ୍ୟଙ୍କ ସୁରକ୍ଷାରେ ଏପରି ତ୍ରୁଟି ଦେଖାଯାଇଛି । ଏହି ଆକ୍ରମଣ ପାଇଁ ସିଧାସଳଖ ବିଜେପିକୁ ଦାୟୀ କରିଛି ଆପ୍ ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରି କହିଛନ୍ତି, "ଏହି ଲୋକମାନେ(ବିଜେପି) ବିଗତ ୨୭ ବର୍ଷ ଭିତରେ କୌଣସି କାମ କରିନାହାନ୍ତି । ସାରା ଦେଶରେ ମୁଦ୍ରୀସ୍ଫୀତି, ବେକାରୀ ଭଳି ସମସ୍ୟା ଲାଗି ରହିଛି । ଆଉ ସେମାନେ କେବଳ ଗୁଣ୍ଡାଗର୍ଦ୍ଦି ଚଳାଇଛନ୍ତି । ଆମ ଉପରକୁ ପଥରମାଡ କରୁଛନ୍ତି । ଯଦି ୨୭ ବର୍ଷରେ ଲୋକଙ୍କ ପାଇଁ କାମ କରିଥାନ୍ତେ ତାହାହେଲେ ଆଜି ଏପରି ପଥରମାଡ କରିବାକୁ ପଡିନଥାନ୍ତା" ବୋଲି କହି ନିନ୍ଦା କରିଛନ୍ତି କେଜ୍ରିୱାଲ(CM Arvind Kejriwal) ।

ଏହାମଧ୍ୟ ପଢନ୍ତୁ: ଜଣେ ପ୍ରମିକାକୁ 6 ପ୍ରେମିକ ! ଅବୈଧ ସମ୍ପର୍କରୁ 75 ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା

ଅନ୍ୟପଟେ କେଜ୍ରିୱାଲଙ୍କ ରୋଡ ସୋ' ସମୟରେ ଏହି ଆକ୍ରମଣ ଅଭିଯୋଗକୁ ସୁରଟ ପୋଲିସ ଖଣ୍ଡନ କରିଛି । ଶାନ୍ତି ଶୃଙ୍ଖଳାର ସହ ରୋଡ ସୋ' ସରିଥିବାର ପୋଲିସ ଜଣାଇଛି । ତେବେ ନିକଟରେ ଆପ୍‌ର ଏକ ଜନସଭାରେ ପଥରମାଡ ହୋଇଥିବା ଦଳ ଦାବି କରିଥିଲା । ଆପ୍ ନେତା ଗୋପାଳ ଇଟାଲିଆ ଏକ ଭିଡିଓ ଟ୍ବିଟ୍ କରି ଏହି ପଥରମାଡରେ ଜଣେ ଶିଶୁ ଆହତ ହୋଇଥିବା କହିଥିଲେ । ବିଜେପି ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ସେ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.