ETV Bharat / bharat

ଦୁଇ ଦିନିଆ ଭାରତ ଗସ୍ତରେ ଦିଲ୍ଲୀରେ ପହଞ୍ଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

author img

By

Published : Jul 20, 2023, 8:12 PM IST

ଦୁଇ ଦିନିଆ ଭାରତ ଗସ୍ତରେ ଦିଲ୍ଲୀରେ ପହଞ୍ଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ । ବିମାନ ବନ୍ଦରରେ ସ୍ବାଗତ କଲେ ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ । ରାଷ୍ଟ୍ରପତି ମୁର୍ମୁୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିବେ ପଡ]aଶୀ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଦୁଇ ଦିନିଆ ଭାରତ ଗସ୍ତରେ ଦିଲ୍ଲୀରେ ପହଞ୍ଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି
ଦୁଇ ଦିନିଆ ଭାରତ ଗସ୍ତରେ ଦିଲ୍ଲୀରେ ପହଞ୍ଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ । ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଭାରତ-ଶ୍ରୀଲଙ୍କା ମିଳିତ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଭାରତ-ଶ୍ରୀଲଙ୍କା ରଣନୈତିକ ସମ୍ପର୍କରେ 75ବର୍ଷ ପୂର୍ତ୍ତି ଅବସରରେ ପଡ଼ୋଶୀ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି ।

  • #WATCH | Sri Lankan President Ranil Wickremesinghe arrives in Delhi for his two-day official visit to India.

    During his visit, he will meet President Droupadi Murmu and Prime Minister Narendra Modi. pic.twitter.com/R7n3j6jy0B

    — ANI (@ANI) July 20, 2023 " class="align-text-top noRightClick twitterSection" data=" ">

ଏହି ଅବସରରେ ମନ୍ତ୍ରୀ ମୁରଲୀଧରନ କହିଛନ୍ତି, ଭାରତ ଶ୍ରୀଲଙ୍କା ବହୁବର୍ଷ ଧରି ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଛି । ଭାରତ ନିଜ ବୈଦେଶିକ ନୀତିରେ ପଡ଼ୋଶୀ ପ୍ରଥମ ମନ୍ତ୍ରକୁ ସର୍ବଦା ପ୍ରାଧାନ୍ୟ ଦେଇଆସିଛି । ଗସ୍ତ ପୂର୍ବରୁ ପଡ଼ୋଶୀ ରାଷ୍ଟ୍ରପତି ବିକ୍ରମସିଙ୍ଘେ, ଶ୍ରୀଲଙ୍କାର ତାମିଲ ଦଳମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ଶ୍ରୀଲଙ୍କାରେ ଏବେ କାର୍ଯ୍ୟକାରୀ ରହିଥିବା ଆତଙ୍କବାଦ ବିରୋଧୀ ଆଇନର ସମୀକ୍ଷା କରାଯିବ । ତାମିଲ ସଂଖ୍ୟାଲଘୁ ବିଦ୍ରୋହୀ ଗୋଷ୍ଠୀ ଦ୍ବାରା ବିଚ୍ଛିନ୍ନତାବାଦୀ ସଶସ୍ତ୍ର ଅଭିଯାନକୁ ପ୍ରତିହତ କରିବା ପାଇଁ 1979 ମସିହାରେ ଶ୍ରୀଲଙ୍କାରେ ଏହି ଆଇନକୁ କାର୍ଯ୍ୟକାରୀ କରାଯାଇଥିଲା । ଏହାକୁ ଦୀର୍ଘ ବର୍ଷ ହେବ ତାମିଲ ଦଳମାନେ ବିରୋଧ କରିଆସୁଛନ୍ତି । ଏବେ ଏହି ପ୍ରଚଳିତ 1979ର ପ୍ରିଭେନସନ୍ ଅଫ୍ ଟେରରିଜିମ୍ ଆକ୍ଟ (PTA)କୁ ଆତଙ୍କବାଦ ନିରୋଧ ଆଇନ (ATA) ଭାବରେ ସଂଶୋଧିତ କରିବା ନେଇ ଶ୍ରୀଲଙ୍କାର ବର୍ତ୍ତମାନ ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ

ଶ୍ରୀଲଙ୍କାରେ ଗତ ବର୍ଷ ଦେଖାଯାଇଥିବା ରାଜନୈତିକ ବିଦ୍ରୋହ ଓ ମାନବୀୟ ସଙ୍କଟ ସମୟରେ ଭାରତ ପ୍ରଥମ ପଡ଼ୋଶୀ ଦେଶ ଭାବେ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇଥିଲା । ଶ୍ରୀଲଙ୍କାର ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ସପରିବାର ଦେଶ ଛାଡି ପଳାୟନ କରିଥିଲେ । ଦେଶରେ ଉଗ୍ର ରାଜନୈତିକ ହିଂସା ଓ ଅସ୍ଥିରତା ସାଙ୍ଗକୁ ମାନବୀୟ ସଙ୍କଟ ଦେଖାଯାଇଥିଲା । ଭାରତ ଶ୍ରୀଲଙ୍କାର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରି ମାନବୀୟ ସହୟତା ଯୋଗାଣ ଜାରି ରଖିଥିଲା । ଏକାଧିକ ସିପ୍‌ମେଟରେ ଜରୁରୀ ସହୟତା, ମେଡିକାଲ ସାମଗ୍ରୀ, ଇନ୍ଧନ ଓ ଖାଦ୍ୟ ସାମଗ୍ରୀ କଲମ୍ବୋକୁ ପଠାଇଥିଲା ନୂଆଦିଲ୍ଲୀ । ଏହି ରାଜନୈତିକ ଅସ୍ଥିରତା ପରେ ପୂର୍ବରୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରହିସାରିଥିବା ରାନିଲ ବିକ୍ରମସିଙ୍ଘେ ପୁଣି ଥରେ ପ୍ରଧାନମନ୍ତ୍ରୀ ଓ ପରେ ରାଷ୍ଟ୍ରପତି ଭାବେ ପଦ ସମ୍ଭାଳିଥିଲେ । ଏବେ ସେ ଭାରତ ଗସ୍ତରେ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.