ETV Bharat / bharat

ନୂଆ ସଂସଦରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ମହିଳା ସଂରକ୍ଷଣ ବିଲ ହେବ ନାରୀ ଶକ୍ତି ବନ୍ଦନ ଅଧିନିୟମ

author img

By ETV Bharat Odisha Team

Published : Sep 19, 2023, 3:15 PM IST

special session of parliament
Womens Reservation Bill

ନୂଆ ସଂସଦ ଭବନ ପ୍ରଥମ ଦିନ କାର୍ଯ୍ୟ ଦିବସରେ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ବଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶକୁ ମିଳିଛି ନୂଆ ସଂସଦ । ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପରେ ସମସ୍ତ ସଦସ୍ୟ ନୂଆ ସଂସଦରେ ପ୍ରବେଶ କରିଥିଲେ । ନୂଆ ସଂସଦରେ ପ୍ରଥମ ଦିନ କାର୍ଯ୍ୟ ଦିବସ ଆରମ୍ଭ ହୋଇଛି । ନୂଆ ସଂସଦ ଭବନରୁ ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି । ଅନେକ ଦୃଷ୍ଟିରୁ ଏହି ଅଧିବେଶନ ବିଶେଷ ଗୁରୁତ୍ବପୂର୍ଣ୍ଣ । ସଂକଳ୍ପରୁ ସିଦ୍ଧି ଆଡକୁ ନୂଆ ବିଶ୍ବାସରେ ଯାତ୍ରା ଆରମ୍ଭ ହୋଇଛି । ସମୃଦ୍ଧ ଭାରତର ପ୍ରେରଣା ନେଇ ଆମେ ଆଜି ଆଗେଇ ଆସିଛୁ । ଆଜିର ଏହି କ୍ଷଣ ଇତିହାସରେ ଲିପିବଦ୍ଧ କରିବାର ସମୟ ଆସିଛି । ଏହି ନୂଆ ସଂସଦ ଭବନ 140 କୋଟି ଭାରତୀୟଙ୍କ ଆଶା ଆକାଂକ୍ଷାର ପ୍ରତିବିମ୍ବ । ନୂଆ ସଂସଦ ନୂଆ ଭବିଷ୍ୟତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | Special Session of Parliament | PM Narendra Modi speaks on Women's Reservation Bill -- Nari Shakti Vandan Adhiniyam

    "Discussion on Women's Reservation Bill happened for a long time. During Atal Bihari Vajpayee's regime Women's Reservation Bill was introduced several… pic.twitter.com/bPTniQvhZr

    — ANI (@ANI) September 19, 2023 " class="align-text-top noRightClick twitterSection" data=" ">

ନୂଆ ସଂସଦ ଭାବନର ପ୍ରଥମ କାର୍ଯ୍ୟ ଦିବସକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଆଜାଦୀ କା ଅମୃତ କାଳର ଏହା ଉଷା କାଳ । ଏହି ଅଧିବେଶ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ଭାରତ ଅନେକ ସିଦ୍ଧି ସହିତ ନୂଆ ସଂକଳ୍ପ ନେଇ ଭବନରେ ଭବିଷ୍ୟ ତିଆରି କରିବାକୁ ଆଗକୁ ବଢୁଛି । ଆଜି ଆମେ ନୂଆ ସଦନରେ ପ୍ରବେଶ କରିଛୁ । ଏଠାରେ ପବିତ୍ର ସିଙ୍ଗୋଲ ରହିଛି । ଯାହାକୁ ଭାରତର ପ୍ରଥମ ପ୍ରଧାମନ୍ତ୍ରୀ ନେହେରୁ ସ୍ପର୍ଶ କରିଥିଲେ । ତାମିଲନାଡୁର ପବିତ୍ର ପରମ୍ପରାର ପ୍ରତୀକ ଦେଶକୁ ଯୋଡିବାର ଏକତାର ପ୍ରତୀକ ।''

ମହିଳା ସଂରକ୍ଷଣ ବିଲ ଉପସ୍ଥାପିତ : ମହିଳା ସଶକ୍ତୀକରଣ ଦିଗରେ ଆଜିର ଦିନ ଐତିହାସିକ ହେବ । ମହିଳା ସଂରକ୍ଷଣ ଅଧିନିୟମ ଦ୍ବାରା ନାରୀ ସଶକ୍ତୀକରଣ ବଢିବ । ଐତିହାସିକ ମହିଳା ସଂରକ୍ଷଣ ବିଲକୁ ସମସ୍ତେ ସର୍ବସମ୍ମତ ପାରିତ କରନ୍ତୁ । ଆସିବ 128ତମ ସମ୍ବିଧାନ ସଂଶୋଧନ ବିଲ । ସାଧାରଣ ଭାବେ ଏହାକୁ ମହିଳା ସଂରକ୍ଷଣ ବିଲ କୁହାଯାଏ । ଲୋକସଭାରେ ମହିଳା ସଂରକ୍ଷଣ ବିଲ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆ ସଂସଦର ପ୍ରଥମ ଅଧିବେଶନରେ ବିଲ ଉପସ୍ଥାପନ ହୋଇଛି । ଅନେକ ସ୍ବପ୍ନ ଅଧୁରା ରହିଯାଇଛି । ମହିଳାଙ୍କୁ ସଶକ୍ତ କରିବାକୁ ଇଶ୍ବର ଏହି ପରି ପବିତ୍ର କାମ କରିବାକୁ ମୋତେ ଇଶ୍ବର ବାଝିଛନ୍ତି । ପୁଣି ଥରେ ଆମ ସରକାର ଏ ଦିଗରେ ପାଦ ବଢାଇଛନ୍ତି । କ୍ୟାବିନେଟରେ ମହିଳା ସଂରକ୍ଷଣକୁ ମଞ୍ଜୁରୀ ମିଳିଛି । ଆଜି 19 ସେପ୍ଟେମ୍ବରର ଏହି ତାରିଖ ଇତିହାସରେ ଅମରତ୍ବ ପ୍ରାପ୍ତ କରିବାକୁ ଯାଉଛି । ନୂଆ ସଂସଦ ଭବନରେ ସଦନର ପ୍ରଥମ କାର୍ଯ୍ୟ ଦିବସ ଅବସରରେ ଦେଶର ନୂଆ ପରିବର୍ତ୍ତନର ଆହ୍ବାନ କରାଯାଇଛି । ମହିଳା ସଂରକ୍ଷଣ ବିଲ 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଲୋକସଭାରେ ଏକ-ତୃତୀୟାଶଂ ଆସନ ସଂରକ୍ଷିତ ରହିବ ।

ଏହା ବି ପଢନ୍ତୁ...Special Session of Parliament: ନୂଆ ସଂସଦ ଭବନର ଶ୍ରୀଗଣେଶ, ସାତ ଦଶକ ତପସ୍ୟାର ସାକ୍ଷୀ ପୁରୁଣା ସଂସଦ କହିଲେ ପ୍ରଧାନମନ୍ତ୍ରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.