ETV Bharat / bharat

ବଢିଲା ଆଗୁଆ ନିର୍ବାଚନ ସମ୍ଭାବନା, 18ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ

author img

By ETV Bharat Odisha Team

Published : Aug 31, 2023, 3:12 PM IST

Updated : Aug 31, 2023, 3:43 PM IST

ବଢିଲା ଆଗୁଆ ନିର୍ବାଚନ ସମ୍ଭାବନା, 18 ରୁ ସଂସଦ ସ୍ବତନ୍ତ୍ର ଅଧିବେଶନ
ବଢିଲା ଆଗୁଆ ନିର୍ବାଚନ ସମ୍ଭାବନା, 18 ରୁ ସଂସଦ ସ୍ବତନ୍ତ୍ର ଅଧିବେଶନ

ଘନେଇଲା ଆଗୁଆ ନିର୍ବାଚନ ଚର୍ଚ୍ଚା । 18ରୁ 22 ତାରିଖ ପର୍ଯ୍ୟନ୍ତ ସଂସଦ ସ୍ବତନ୍ତ୍ର ଅଧିବେଶନ ଡାକିଲେ ସରକାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନର ନିର୍ଦ୍ଧାରିତ ସମୟ ପୂର୍ବରୁ ସଂସଦ ଭଙ୍ଗ କରି ଆଗୁଆ ନିର୍ବାଚନ ହେବା ଲାଗି ରହିଥିବା ଚର୍ଚ୍ଚା ଆଜି ଆଉ ଟିକିଏ ଅଧିକ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ମାସ(ସେପ୍ଟେମ୍ବର) 18ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଛି । ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଏହି ସ୍ବତନ୍ତ୍ର ଅଧିବେଶନ 18 ତାରିଖରୁ ଆରମ୍ଭ ହୋଇ 22 ତାରିଖରେ ଶେଷ ହେବ । ଏହି 5 ଦିବସୀୟ ସ୍ବତନ୍ତ୍ର ଅଧିବେଶନରେ ଫଳପ୍ରଦ ଆଲୋଚନା ହେବା ନେଇ ଯୋଶୀ ଆଶାବ୍ୟକ୍ତ ମଧ୍ୟ କରଛନ୍ତି ।

  • Special Session of Parliament (13th Session of 17th Lok Sabha and 261st Session of Rajya Sabha) is being called from 18th to 22nd September having 5 sittings. Amid Amrit Kaal looking forward to have fruitful discussions and debate in Parliament. pic.twitter.com/b3PIRngpOs

    — Pralhad Joshi (@JoshiPralhad) August 31, 2023 " class="align-text-top noRightClick twitterSection" data=" ">

ତେବେ ନିକଟରେ ସଂସଦ ମୌସୁମୀ ଅଧିବେଶନ ଶେଷ ହୋଇଥିବା ବେଳେ ଏବେ ସ୍ବତନ୍ତ୍ର ଅଧିବେଶନ ଆହୁତ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ କରିବା କିମ୍ବା ସଂସଦ ଭଙ୍ଗ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କରିବା ପାଇଁ ମୋଦି ନେତୃତ୍ବାଧୀନ ବିଜେପି ସରକାର ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନ୍ୟ କିଛି ପ୍ରମୁଖ ବିରୋଧୀ ନେତା ଏନେଇ ଏକାଧିକ ଥର ଦାବି କରି ସାରିଛନ୍ତି । ଭାରତୀୟ ଜନତା ପାର୍ଟି ସଂସଦ ଭଙ୍ଗ କରି ଆଗୁଆ ନିର୍ବାଚନ କରିବା ଯୋଜନାରେ ଥିବା ସେମାନେ ଦାବି କରି ଆସିଛନ୍ତି ।

ନିକଟରେ ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏକାଧିକ ବିଲ୍‌ ପାରିତ ହୋଇଥିଲେ ସୁଦ୍ଧା ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ଗୃହରେ ପ୍ରଥମ ଦିନରୁ ଅଚଳାବସ୍ଥା ସୃଷ୍ଟି କରିଥିଲେ । ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ସେମାନେ ଗୃହକାର୍ଯ୍ୟ ଚଳାଇ ଦେଇନଥିଲେ । ଏହାରି ମଧ୍ୟରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା । ଅନାସ୍ଥା ଆଲୋଚନାରେ ସଦସ୍ୟତା ଫେରିପାଇବା ପରେ ଅଧିବେଶନରେ ଅଂଶଗ୍ରହଣ କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଣିପୁରରେ ଭାରତର ହତ୍ୟା ହୋଇଛି ବୋଲି କହିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ଉତ୍ତର ରଖି ବିରୋଧୀ ଓ ବିରୋଧୀଙ୍କ ନବଗଠିତ ମେଣ୍ଟ ‘ଇଣ୍ଡିଆ’ ଉପରେ ବର୍ଷିଥିଲେ ।

ଏହା ମଧ୍ୟ ପଢନ୍ତୁ:- Assembly Monsoon Session: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ମୌସୁମୀ ଅଧିବେଶନ

ଅନାସ୍ଥା କାଟ ଖଇବା ସହ ଅଧିବେଶନ ଶେଷ ହୋଇଥିଲା । ଅଧିବେଶନ ଆରମ୍ଭରୁ ବିଶୃଙ୍ଖଳିତ ଆଚରଣ ଓ ଗୃହରେ ଅଣସଂସଦୀୟ ଭାଷା ଉଚ୍ଚାରଣ ପାଇଁ ଏକାଧିକ ସଦସ୍ୟଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ତେବେ ପୁଣି ସରକାର ଏହି 5 ଦିନିଆ ସ୍ବତନ୍ତ୍ର ଅଧିବେଶନ ଆହୁତ କରିଛନ୍ତି । ଏହାର ପ୍ରକୃତ ଏଜେଣ୍ଡା ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ କିଛି ସ୍ପଷ୍ଟ କରିନଥିବା ବେଳେ କେବଳ ଫଳପ୍ରଦ ଆଲୋଚନା କଥା ଟ୍ବିଟ୍‌ରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଯାହା ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ବଳ ଯୋଗାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 31, 2023, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.