ETV Bharat / bharat

ବୃଦ୍ଧା ମହିଳାଙ୍କ ସୁନା କାନଫୁଲ ଛିଣ୍ଡାଇ ନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

author img

By

Published : Jan 23, 2023, 1:12 PM IST

Snatch Earring From old
ସୁନା କାନଫୁଲ ଛିଣ୍ଡାଇ ନେଲେ ଦୁର୍ବୃତ୍ତ

ଦୁର୍ବୃତ୍ତଙ୍କ ଉନ୍ମୋତ କାଣ୍ଡ । ବୃଦ୍ଧା ମହିଳାଙ୍କୁ ଛୁରୀ ଦେଖାଇ ଲୁଟିନେଲେ ସୁନା କାନଫୁଲ । ଅଧିକ ପଢ଼ନ୍ତୁ

ସୁନା କାନଫୁଲ ଛିଣ୍ଡାଇ ନେଲେ ଦୁର୍ବୃତ୍ତ

ଲୁଧିଆନା : ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତଙ୍କ ଉତ୍ପାତ । ଲୁଧିଆନାର ପୋଲିସ୍ ଡିଭିଜନ୍ ଅନ୍ତର୍ଗତ କିଡୱାଇ ନଗର ୱାଲବ୍ରୋ ରାସ୍ତାରେ ଦୁର୍ବୃତ୍ତଙ୍କ କାଣ୍ଡ । ଏଠାରେ ଜଣେ ବାଇକ୍ ଚଳାଉଥିବା ଯୁବକ ହଠାତ ବାଇକରୁ ଓହ୍ଲାଇଥିଲେ । ପରେ ସେହି ରାସ୍ତାରେ ଯାଉଥିବା ଜଣେ ବୃଦ୍ଧା ମହିଳାଙ୍କ କାନରୁ ସୁନା କାନଫୁଲ ଛିଣ୍ଡାଇ ନେଇଥିଲେ । ଏନେଇ ବୃଦ୍ଧା ମହିଳା ଜଣକ ପାଟି କରିବାରୁ ତାଙ୍କୁ ଛୁରୀ ଦେଖାଇଥିଲେ। ତେବେ ଏହି ସମୟରେ ପାଖରେ ଥିବା ସ୍ଥାନୀୟ ଲୋକ ବି ଭୟରେ ଦୂରକୁ ପଳାଇଥିଲେ । ପରେ ବୃଦ୍ଧା ମହିଳାଙ୍କୁ ଠେଲି ଦେଇ ଦୁର୍ବୃତ୍ତମାନେ ଘଟଣାସ୍ଥଳର ଫେରାର ହୋଇଯାଇଥିଲେ । ଏହି ଘଟଣାର ସମସ୍ତ ଦୃଶ୍ୟ ଏବେ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯାହାର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବୃଦ୍ଧା ମହିଳା ଜଣକ ଜଣେ ସାମାଜିକ କର୍ମୀ । ପ୍ରତିଦିନ ଗହମ ଘାସ ରସ ତିଆରି କରି କର୍କଟ ରୋଗରେ ପୀଡିତ ଲୋକଙ୍କୁ ଖାଇବାକୁ ଦିଅନ୍ତି । ଏହାସହ ସେମାନଙ୍କୁ ଚାଷ ପ୍ରଣାଳୀ ମଧ୍ୟ ଶିଖାନ୍ତି। ତେବେ ଘଟଣାପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ମହିଳାଙ୍କୁ ତଳେ ପଡି଼ଥିବା ଦେଖି ଉଦ୍ଧାର କରିଥିଲେ । ପରେ ଏନେଇ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ବୃଦ୍ଧ ମହିଳା ଜଣକ ସାମାନ୍ୟ ଆହତ ହୋଇଛନ୍ତି । ଗତ 3 ମାସ ପୂର୍ବରୁ ମହିଳାଙ୍କ ଆଣ୍ଠୁ ଅପରେସନ କରାଯାଇଛି । ଏହି ମହିଳା ଜଣକ ଦାଭିନ୍ଦର କୌର ବୋଲି ଜଣା ପଡ଼ିଛି । ଆଣ୍ଠୁ ଅପରେସନ୍ ହେତୁ ସେ କ୍ୱଚିତ୍ ଘରୁ ବାହାରି ଯାଆନ୍ତି । ଆଜି ସେ କେବଳ ପନିପରିବା ପାଇଁ ବଜାରକୁ ଯାଇଥିଲେ । ବଜାରରୁ କାମ ସାରି ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ତାଙ୍କର 6 ଗ୍ରାମ ସୁନା କାନଫୁଲ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ଏହି ଘଟଣା ପରେ ସେହି ଅଞ୍ଚଳର ମହିଳାମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ମାତିଛନ୍ତି ଚୋର । ଦିନ ଦ୍ବିପ୍ରହରରେ ଛଦ୍ମବେଶରେ ଆସି କରୁଛନ୍ତି ଚୋରି । ବିନା ଭୟରେ କରି ଚାଲୁଛନ୍ତି ଲୁଟ ଏବଂ ଅତି ସହଜରେ ଖସି ପଳାଇବାରେ ସଫଳ ହେଉଛନ୍ତି । ପୁରୁଷ ଚୋରଙ୍କ ସହିତ ମହିଳା ମଧ୍ୟ ଚୋରି କରୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଅନେକ ସହରରେ ଆତଙ୍କ ସୃଷ୍ଟି କରିଛି । ମହିଳାମାନେ ଗ୍ରାହକ ବେଶରେ ଆସି ସୁନା ଲୁଟୁଛନ୍ତି । ଉତ୍ତରପ୍ରଦେଶର ବସ୍ତି ଜିଲ୍ଲା ବାଲ୍ଟରଗଞ୍ଜ ଥାନା ଅଞ୍ଚଳରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଚୋରି କରୁଥିବାର ଦୃଶ୍ୟ

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.