ETV Bharat / bharat

Lakhimpur Kheri Violence: ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା ମାମଲାରେ ଦୁଇ ଚାଷୀ ଗିରଫ

author img

By

Published : Jan 2, 2022, 12:21 PM IST

Lakhimpur Kheri Violence: ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା ମାମଲାରେ ଦୁଇ ଚାଷୀ ଗିରଫ
Lakhimpur Kheri Violence: ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା ମାମଲାରେ ଦୁଇ ଚାଷୀ ଗିରଫ

ଲଖିମପୁର ଖେରୀ ହିଂସାକାଣ୍ଡ (Lakhimpur Kheri Violence) ମାମଲା । ଘଟଣାସ୍ଥଳରେ ତିନି ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିବା ମାମଲାରେ ଦୁଇ ଚାଷୀ ଗିରଫ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସାକାଣ୍ଡ (Lakhimpur Kheri Violence) ମାମଲା । ହିଂସାକାଣ୍ଡ ସ୍ଥଳରେ ତିନି ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ଦୁଇ ଚାଷୀ ଗିରଫ । ଶନିବାର ସ୍ବତନ୍ତ୍ର ତଦନ୍ତକାରୀ ଦଳ(SIT) ଦୁଇ ଚାଷୀଙ୍କୁ ଗିରଫ କରିଛି । ସେମାନେ ହେଲେ କମଲଜିତ୍ ସିଂ(୨୯) ଏବଂ କୱଲଜିତ୍ ସିଂ ସୋନୁ(୩୫) ।

ଗତ ଦୁଇ ମାସ ହେଲା ଉଭୟ ଅଭିଯୁକ୍ତ ପୋଲିସ ଠାରୁ ଲୁଚି ବୁଲୁଥିଲେ । ନିକଟରେ ଖେରୀ ହିଂସା ମାମଲାରେ କିଛି ସନ୍ଦିଗ୍ଧଙ୍କ ଫଟୋ ଜାରି କରିଥିଲା SIT । ଯାହମଧ୍ୟରେ ସମ୍ପୃକ୍ତ ଦୁଇ ଚାଷୀ ରହିଥିଲେ । ଶନିବାର ଦୁହିଁଙ୍କ ଗିରଫଦାରୀ ପରେ ଏବେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବ ଏବଂ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ସେମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ । ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ୬ ଜଣ କୃଷକଙ୍କୁ ଗିରଫ କରିଛି ତଦନ୍ତକାରୀ ଟିମ୍ । ଏଥିସହ କୃଷକଙ୍କୁ ଗାଡି ମଡାଇବା ଘଟଣାରେ ଗିରଫ ବିଜେପି ନେତା ସୁମିତ୍ ଜୈସୱାଲ କିଛି ଅଜ୍ଞାତ ଚାଷୀଙ୍କ ବିରୁଦ୍ଧରେ କରିଥିବା ହିଂସାକାଣ୍ଡ ଅଭିଯୋଗ ଆଧାରରେ ସମ୍ପୃକ୍ତ ଚାଷୀଙ୍କ ବିରୁଦ୍ଧରେ ମଧ୍ୟ ହିଂସା ଏବଂ ହତ୍ୟା ଚାର୍ଜ ଲଗାଯାଇଛି ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର 3ରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଚକା ତଳେ ଦାବି ହୋଇ ଆନ୍ଦୋଳନରତ ୪ ଜଣ ଚାଷୀଙ୍କ ସମେତ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ପ୍ରାଣ ମଧ୍ୟ ଯାଇଥିଲା । ଏହି ମାମଲାରେ SIT ଏପର୍ଯ୍ୟନ୍ତ ଆଶିଷ ମିଶ୍ର, ଲଭକୁଶ, ଆଶିଷ ପାଣ୍ଡେ, ଶେଖର ଭାରତୀ, ଅଙ୍କିତ ଦାସ, ଲତିଫ, ଶିଶୁପାଳ, ନନ୍ଦନ ସିଂହ, ସତ୍ୟମ୍ ତ୍ରିପାଠୀ, ସୁମିତ ଜୈସୱାଲ, ଧର୍ମେନ୍ଦ୍ର ବଞ୍ଜାରା, ରିଙ୍କୁ ରାଣା ଏବଂ ଉଲ୍ଲାସ ତ୍ରିବେଦୀଙ୍କୁ ଗିରଫ କରିଛି । ସେପଟେ ବିଜେପି କର୍ମୀଙ୍କୁ ହତ୍ୟା ମାମଲାରେ ମଧ୍ୟ ଧରପଗଡ୍ ଲାଗି ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.