କୋଲକାତାରେ ଓଡିଆ CISF ଯବାନଙ୍କ ଗୁଳିବର୍ଷଣ, ଓଡିଆ ଅଧିକାରୀ ମୃତ

author img

By

Published : Aug 6, 2022, 7:51 PM IST

Updated : Aug 6, 2022, 10:35 PM IST

କୋଲକାତାରେ ଗୁଳିକାଣ୍ଡ: ଓଡିଆ CISF ଯବାନଙ୍କ ଗୁଳିରେ ଜଣେ ସହଯୋଗୀ ଅଧିକାରୀ ମୃତ, ମୃତକ ମଧ୍ୟ ଓଡିଆ ଅଧିକାରୀ

କୋଲକାତାର ପାର୍କଷ୍ଟ୍ରିଟରେ ଗୁଳିକାଣ୍ଡ । ଜଣେ ଓଡିଆ CISF ଯବାନ ନିଜ ସହଯୋଗୀଙ୍କୁ ଗୁଳି ଚଳାଇଥିବା ସୂଚନା । ଘଟଣାସ୍ଥଳରେ ଜଣେ ସହଯୋଗୀ ଓଡିଆ ଅଧିକାରୀ ମୃତ, ଏକଧିକ ଆହତ । ଅଭିଯୁକ୍ତ ଯବାନଙ୍କୁ ଗିରଫ କଲା କୋଲକାତା ପୋଲିସ । ଅଧିକ ପଢନ୍ତୁ

କୋଲକାତା: କୋଲକାତାର ପାର୍କ ଷ୍ଟ୍ରିଟ ନିକଟରେ ଅତର୍କିତ ଗୁଳି ଚଳାଇଛନ୍ତି ଜଣେ ଓଡିଆ CISF ଯବାନ । ନିଜର ଅନ୍ୟ ସହଯୋଗୀଙ୍କୁ ଯବାନଙ୍କୁ ଏହି ଯବାନଜଣଙ୍କ ଗୁଳି ଚଳାଇଥିବା ବେଳେ ଘଟଣାସ୍ଥଳରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ଯବାନ ମଧ୍ୟ ଜଣେ ଓଡିଆ ବୋଲି ଜଣାପଡିଛି । ସେହିପରି ଅନ୍ୟଜଣେ ଯବାନ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

କୋଲକାତାରେ ଓଡିଆ CISF ଯବାନଙ୍କ ଗୁଳିବର୍ଷଣ: ଜଣେ ସହଯୋଗୀ ଅଧିକାରୀ ମୃତ, ମୃତ ଅଧିକାରୀ ମଧ୍ୟ ଓଡିଆ

ଏପରି ଅଭାବନୀୟ କାଣ୍ଡ ଭିଆଇଥିବା ଓଡିଆ ଯବାନଙ୍କ ନାମ ଅକ୍ଷୟ କୁମାର ମିଶ୍ର ବୋଲି ଜଣାପଡିଛି । କୋଲକାତା ପୋଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଛି । ଅକ୍ଷୟଙ୍କ ଗୁଳିରେ ପ୍ରାଣ ହରାଇଥିବା ସାଥୀ ଅଧିକାରୀଜଣଙ୍କ ମଧ୍ୟ ଓଡିଆ ଓ ତାଙ୍କ ନାମ ରଣଜିତ ଷଡ଼ଙ୍ଗୀ ବୋଲି ସ୍ପଷ୍ଟ ହୋଇଛି । ରଞ୍ଜିତ ଷଡ଼ଙ୍ଗୀ ଭାବେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳରେ ଜଣେ ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ । ପାର୍କ ଷ୍ଟ୍ରିଟ ସ୍ଥିତ ଇଣ୍ଡିଆନ ମ୍ୟୁଜିୟମ ନିକଟରେ ଆଜି ସଂଧ୍ୟାରେ ଏହି ଗୁଳିକାଣ୍ଡ ଘଟିଛି ।

  • UPDATE | Accused CISF constable nabbed by the Kolkata Police.

    — ANI (@ANI) August 6, 2022 " class="align-text-top noRightClick twitterSection" data=" ">

ଘଟଣା ଅନୁସାରେ, ନିଜର କେତେକ ସାଥୀ ସିଆଇଏସଏଫ କର୍ମୀଙ୍କ ଉପରକୁ ହଠାତ ନିଜ ୧୪୭-ସର୍ଭିସ ରାଇଫଲରୁ ପ୍ରାୟ ୩୦ ରାଉଣ୍ଡରୁ ଉର୍ଦ୍ଧ୍ବ ଗୁଳି ଚଳାଇଥିଲେ ଅକ୍ଷୟ । ଫଳରେ ସବ-ଇନ୍ସପେକ୍ଟର ରଣଜିତ ଷଡ଼ଙ୍ଗୀ ଓ ଜଣେ ହେଡ-କନଷ୍ଟେବଲ ସବୀର ଘୋଷଙ୍କ ଶରୀରରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ହିଁ ରଞ୍ଜିତ ଷଡ଼ଙ୍ଗୀ ପ୍ରାଣ ହରାଇଥିବା ବେଳେ ଘୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଘଟଣା ସମ୍ପର୍କରେ ଜଣାପଡିବା ପରେ କୋଲକାତା ପୋଲିସର ଉଚ୍ଚସ୍ତରୀୟ ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଣ୍ଟି ରାଓ୍ବଡି ସ୍କ୍ବାର୍ଡ ସହ କମ୍ବାକ୍ଟ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯିବା ସହ ଉକ୍ତ ଯବାନଙ୍କୁ କାବୁ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା । ବେସ କିଛି ସମୟର କସରତ ପରେ ଉକ୍ତ ଯବାନଙ୍କୁ କାବୁ କରିବା ସହ ଗିରଫ କରିବାରେ ସଫଳ ହୋଇଛି କୋଲକାତା ପୋଲିସର ଏସଟିଏଫ । ପୁରା ଅପରେସନ୍ ଶେଷ ହେବା ପରେ କୋଲକାତା ପୋଲିସ କମିଶନର ଅଭିଯୁକ୍ତ ଯବାନଜଣଙ୍କ କାବୁ ହୋଇ ସାରିଥିବା ଓ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 6, 2022, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.