ETV Bharat / bharat

ଏକାଧିକ ଆତଙ୍କବାଦୀ ମଡ୍ୟୁଲ ଚିହ୍ନଟ, ବିପୁଳ ପରିମାଣର ମାରଣାସ୍ତ୍ର ଜବତ

author img

By

Published : Jul 18, 2022, 10:17 PM IST

ଏକାଧିକ ଆତଙ୍କବାଦୀ ମଡ୍ୟୁଲ୍ସ ପଣ୍ଡ, ବିପୁଳ ପରିମାଣର ମାରଣାସ୍ତ୍ର ଜବତ
ଏକାଧିକ ଆତଙ୍କବାଦୀ ମଡ୍ୟୁଲ୍ସ ପଣ୍ଡ, ବିପୁଳ ପରିମାଣର ମାରଣାସ୍ତ୍ର ଜବତ

ଜାମ୍ମୁ କାଶ୍ମୀରରେ 3 ଟି ଆତଙ୍କବାଦୀ ମଡ୍ୟୁଲ୍ ଚିହ୍ନଟ । ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ । ସାମ୍ବାଦିକ ସମ୍ମଳନୀରେ ଏଡିଜିପି ମୁକେଶ ସିଂଙ୍କ ସୂଚନା । ଅଧିକ ପଢନ୍ତୁ

ଶ୍ରୀନଗର: ଆତଙ୍କୀ ନିରୋଧୀ ଅପରେସନରେ ସୁରକ୍ଷା ବଳକୁ ପୁଣି ସଫଳତା । ଆଜି (ସୋମବାର) ଜାମ୍ମୁରେ ଗୋଟିଏ ଏବଂ ରାଜୈରୀ ଜିଲ୍ଲାର ଦୁଇଟି ଆତଙ୍କବାଦୀ ମଡ୍ୟୁଲକୁ ଚିହ୍ନଟ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ । ଏହି ଦୁଇ ସ୍ଥାନରେ ବିପୁଳ ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ADGP ମୁକେଶ ସିଂ ସୂଚନା ଦେଇଛନ୍ତି ।

ADGP ମୁକେଶ ସିଂ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଜବତ ମାରାଣାସ୍ତ୍ର ମଧ୍ୟରେ 2 ଟି IED ସମେତ ଏକ ଏକାଧିକ ରାଇଫଲ ଏବଂ ମ୍ୟାଗାଜିନ ସହିତ ବିପୁଳ ପରିମାଣର ଗୁଳି ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜାମ୍ମୁ ଟ୍ରାଫିକ୍ ଡିଜି ବିବେକ ଗୁପ୍ତା, ରଜୌରୀ-ପୁଞ୍ଚ ଡିଆଜି ଡ.ମୋହଦ ହସିବ ମୋଗଲ, ଜମ୍ମୁ ଏସଏସପି ଚନ୍ଦନ କୋହଲି ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.