ETV Bharat / bharat

Stone-pelting incidents: ଇଦ୍ ମିଲାଦ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ୧୪୪ ଧାରା ଲାଗୁ

author img

By ETV Bharat Odisha Team

Published : Oct 2, 2023, 9:50 AM IST

Stone-pelting incidents
Stone-pelting incidents

ଇଦ୍ ମିଲାଦ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ ଓ ବ୍ୟାପକ ଭଙ୍ଗାରୁଜା ଯୋଗୁଁ ୫ଜଣ ଆହତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ୧୪୪ ଧାରା ଜାରି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଇଦ୍ ମିଲାଦ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ଓ ବ୍ୟାପକ ଭଙ୍ଗାରୁଜା ଯୋଗୁଁ ୫ ଜଣ ଗୁୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ କର୍ଣ୍ଣାଟକ ଶିବାମୋଗା ଜିଲ୍ଲା ରାଗିଗୁଡା ଅଞ୍ଚଳର ଶାନ୍ତି ନଗରରେ ଆୟୋଜିତ ଇଦ୍ ମିଲାଦ ଶୋଭାଯାତ୍ରାରେ ଏହି ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉଗ୍ର ରୂପ ଧାରଣ କରିବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରିଛି ।

ସୂଚନା ମୁତାବକ, କର୍ଣ୍ଣାଟକର ଶିବାମୋଗାରେ ଇଦ୍ ମିଲାଦ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା। ଏନେଇ ଶୋଭାଯାତ୍ରାରେ ସାମିଲ ଥିବା କିଛି ଲୋକ ରାଗିଗୁଡା ନିକଟ ଶାନ୍ତି ନଗର ଅଞ୍ଚଳରେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପକ୍ଷରୁ ୧୪୪ ଧାରା ଲାଗୁ ହୋଇଛି ।

ତେବେ ଏନେଇ ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି ଯେ, ରାଗିଗୁଡାରେ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପକ୍ଷରୁ ୧୪୪ ଧାରା ଲାଗୁ ହୋଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏଥିରେ ପ୍ରାୟ ୪ରୁ ୫ ଜଣ ଆହତ ହୋଇଥିବା ବେଳେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣାର ମିଥ୍ୟା ଗୁଜବ ସୋସିଆଲ ମିଡିଆରେ ପ୍ରଚାର ନକରିବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି ପୋଲିସ ଅଧୀକ୍ଷକ ।

ଏହା ମଧ୍ୟ ପଢନ୍ତୁ- ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୧୪୪ ଧାରା ଲାଗୁ

ଅନ୍ୟପଟେ ଶିବାମୋଗାର ବିଧାୟକ ଚାନ୍ନାବାସାପ୍ପା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ପୋଲିସ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ଆଜି ଯାହା ଘଟିଲା ତାହା ପୂର୍ବ ଯୋଜନା ମୁତାବକ କରାଯାଇଥିବା ଅନୁମାନ କରିଛନ୍ତି ବିଧାୟକ । କାହାକୁ ଭୟ କରିବାର ଆବଶ୍ୟକତା ନାହିଁ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ବିଧାୟକ ଚାନ୍ନାବାସାପ୍ପା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.