ETV Bharat / bharat

ଗଛରେ ପିଟିହେଲା ବରଯାତ୍ରୀ ଗାଡି; ଚାଲିଗଲା 6 ଜୀବନ

author img

By ETV Bharat Odisha Team

Published : Nov 18, 2023, 10:38 AM IST

Updated : Nov 18, 2023, 12:10 PM IST

Road Accident: ବିବାହରେ ସାମିଲ ହୋଇ ଫେରୁଥିବା ବେଳେ ଗଛରେ ପିଟି ହେଲା ବରଯାତ୍ରୀ ଗାଡି । 6 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

accident in Jharkhand
accident in Jharkhand

ରାଞ୍ଚି: ଝାଡଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବରଯାତ୍ରୀ ଗାଡି । 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ସମୟରେ ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ବାଘମରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମୁଫାସିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇଛି । ସେମାନଙ୍କ ମଧ୍ୟରେ 2 ଶିଶୁ ରହିଛନ୍ତି । ଅନ୍ୟପଟେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଡାକ୍ତରଖାନାକୁ ଅଣାଯାଇଛି ।

ପୋଲିସର କହିବା ଅନୁୟାୟୀ, ସ୍କର୍ପିଓ ଗାଡିଟି ଦ୍ରୁତବେଗରେ ଥିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରେ ଥିବା ଲୋକଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ । ଏନେଇ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନା ପଠାଇଥିଲା । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜମ୍ମୁ-କାଶ୍ମୀରରେ ଭୟଙ୍କର ବସ୍ ଦୁର୍ଘଟଣା; ୩୮କୁ ବଢ଼ିଲା ମୃତ୍ୟୁସଂଖ୍ୟା

ମିଳିଥିବା ସୂଚନା ଅନୁଯାୟୀ, ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଟିକୋଡିହ ନିବାସୀ ପପୁ ଅନସାରୀଙ୍କ ଝିଅ ମୁସ୍କାନ ପ୍ରବୀଣଙ୍କ ସହ ମୋହଦ୍‌ ଫାରୁକ୍ ଅନସାରୀଙ୍କ ପୁଅ ଚାନ୍ଦ ରସିଦଙ୍କ ବିବାହ ସ୍ଥିର ହୋଇଥିଲା । ନଭେମ୍ବର 17 ତାରିଖରେ ବିବାହ ଧାର୍ଯ୍ୟ ହୋଇଥିଲା । ବିବାହ ଦିନ ଥୋରିଆରୁ ପୁଅ ଘରୁ ବରଯାତ୍ରୀ ବାହାରି ଟିକୋଡିହରେ ପହଞ୍ଚିଥିଲା । ବିବାହ ସରିବା ପରେ ପ୍ରାୟ 10 ଜଣ ବରଯାତ୍ରୀ ସ୍କର୍ପିଓରେ ଥୋରିଆ ଅଭିମୁଖେ ଯାଉଥିଲେ । ସେମାନଙ୍କ ସହ 2 ଶିଶୁ ମଧ୍ୟ ଥିଲେ । ଗାଡିଟିର ବେଗ ଅଧିକ ଥିବାରି ଭାରସାସ୍ୟ ହରାଇ ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଗଛରେ ପିଟି ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା ଓ 2 ଶିଶୁ ସମେତ 7 ଜଣ ଆହତ ହୋଇଥିଲେ । ଆହତହ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜମେ ଆହତଙ୍କର ମୃତ୍ୟୁ ହୋଇଛି।

ଦୁର୍ଘଟଣାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା ଉପାଧ୍ୟକ୍ଷ ଅସଗର ଅନସାରୀଙ୍କ ପୁତୁରା ଅସଗର ଅନସାରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ମୃତକ ହେଉଛନ୍ତି 70 ବର୍ଷିୟ ୟୁସୁଫ୍ ମିଆନ୍ ଗଜୋଡିହ, 55 ବର୍ଷିୟ ଇମତିଆଜ୍ ଅନସାରୀ ଓ 35 ବର୍ଷିୟା ସୁଭାନ୍ ଅନସାରୀ ଗଜୋଡିହ । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସମ୍ପର୍କରେ ଖବର ପାଇବା ପରେ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ନରେଶ ବର୍ମା ।

Last Updated :Nov 18, 2023, 12:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.