ETV Bharat / bharat

ଜମ୍ମୁ-କାଶ୍ମୀରରେ ଭୟଙ୍କର ବସ୍ ଦୁର୍ଘଟଣା; ୩୮କୁ ବଢ଼ିଲା ମୃତ୍ୟୁସଂଖ୍ୟା

author img

By ETV Bharat Odisha Team

Published : Nov 15, 2023, 2:05 PM IST

Updated : Nov 15, 2023, 6:31 PM IST

Etv Bharatଜାମ୍ମୁ କାଶ୍ମୀର ଡୋଡାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
Etv Bharatଜାମ୍ମୁ କାଶ୍ମୀର ଡୋଡାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଜାମ୍ମୁ କାଶ୍ମୀର ଡୋଡାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡୋଡାରେ ୩୦୦ ଫୁଟ୍ ଖାଇକୁ ଖସିପଡ଼ିଲା ଯାତ୍ରୀବାହୀ ବସ । ଅଧିକ ପଢ଼ନ୍ତୁ

ଜମ୍ମୁ-କାଶ୍ମୀର: ଜମ୍ମୁ କାଶ୍ମୀର ଡୋଡାରେ ଭୟଙ୍କର ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଯାତ୍ରୀବାହୀ ବସଟି ୩୦୦ ଫୁଟ୍ ଖାଇକୁ ଖସିପଡ଼ିଥିଲା ।

ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରର ଦୌଡା ନିକଟରେ ଏକ ଘରୋଇ ବସ୍ ଘାଟି ତଳକୁ ଖସି ପଡ଼ିବାକୁ ୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ବସରେ 40ରୁ ଅଧିକ ଲୋକ ଯାତ୍ରା କରୁଥିବା ସୂଚନା ମିଳିଛି । ଆହତମାନଙ୍କୁ କିସ୍ତୱାର ଏବଂ ଡୋଡାର ସରକାରୀ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତମାନଙ୍କ ମଧ୍ୟରେ କେତେକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ଗୁରୁତର ଆହତମାନଙ୍କର ଅସ୍ତ୍ରୋପଚାର କରାଯାଇଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା କରାଯାଉଛି ।

ଜମ୍ମୁ ଡିଭିଜନାଲ କମିଶନର ରମେଶ କୁମାର କହିଛନ୍ତି ଯେ, ବସରେ 40 ଜଣରୁ ଅଧିକ ଯାତ୍ରୀ ଥିଲେ । ବସ୍‌ଟି ବାଟୋଟ-କିସ୍ତୱାର ଜାତୀୟ ରାଜପଥ ଟ୍ରୁନଙ୍ଗଲ-ଆସାର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ଟି ଭାରସାମ୍ୟ ହରାଇ 300 ଫୁଟ୍ ଖାତକୁ ଖସିପଡ଼ିଥିଲା । ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଶୋକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବସ ଦୁର୍ଘଟଣାରେ ମୃତକମାନଙ୍କୁ ଗଭୀର ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (PMNRF)ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

ଅମିତ ଶାହ ଏବଂ ମନୋଜ ସିହ୍ନାଙ୍କ ଶୋକ ପ୍ରକଟ: ଜାମ୍ମୁ ବସ ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଦୁର୍ଘଟଣା ସମ୍ପର୍କରେ ଅପଡେଟ୍ ନେବା ସହ ସ୍ଥାନୀୟ ପ୍ରାଶାସନ ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଡୋଡା ବସ୍‌ ଦୁର୍ଘଟଣାକୁ ନେଇ ଗଭୀର ଶୋକବ୍ୟକ୍ତ କରିବା ସହ, ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରେସ୍କ୍ୟୁ ଅପରେସନର ଅନୁଧ୍ୟାନ କରିବା ସହ, ଡୋଡୋ ଜିଲ୍ଲା କମିଶନର ହରବିନ୍ଦର ସିଂହଙ୍କ ସହ ଆଲୋଚନା କରିଛନ୍ତି । ଜିତେନ୍ଦ୍ର ସିଂହ ଟୁଇଟ କରି, ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସୂଚନା ଦେଇଛନ୍ତି ।...

Last Updated :Nov 15, 2023, 6:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.