ETV Bharat / bharat

Major Road Mishap: ଅଧାରେ ରହିଲା ବୈଷ୍ଣୋଦେବୀ ଦର୍ଶନ, ଖାଇକୁ ବସ୍ ଖସି ପଡିବାରୁ ୧୦ ଜଣଙ୍କ ମୃତ୍ୟୁ

author img

By

Published : May 30, 2023, 8:50 AM IST

ଜମ୍ମୁ କାଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଖାଇକୁ ଖସି ପଡିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Major Road Mishap in Jammu
Major Road Mishap in Jammu

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା । ଅଧାରେ ରହିଲା ବୈଷ୍ଣୋ ଦେବୀ ଦର୍ଶନ । ଗଭୀର ଖାଇକୁ ବସ୍ ଖସି ପଡ଼ିବାରୁ ଜୀବନ ହାରିଲେ ୧୦ ଜଣ ଶ୍ରଦ୍ଧାଳୁ । ଆଜି ଜମ୍ମୁ ଜିଲ୍ଲାର ଜଜାର କୋଟଲି ଅଞ୍ଚଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ୩୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ କତ୍ରା ଅଭିମୁଖେ ଯାଉଥିବା ଏକ ବସ୍ ଖାଇକୁ ଖସି ପଡିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: 80 ଫୁଟ ତଳକୁ ଖସିପଡିଲା ଟ୍ରାକ୍ଟର ଟ୍ରଲି: 8 ମୃତ, 50 ରୁ ଆହତ

ଯାହା ସୂଚନା ମିଳିଛି, ଦୁର୍ଘଟଣାଗ୍ରସ୍ତ ବସ୍‌ଟି ପଞ୍ଜାବ ଅମୃତସରରୁ ତୀର୍ଥଯାତ୍ରୀଙ୍କୁ ନେଇ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ କତ୍ରା ଯାଉଥିଲା । କିନ୍ତୁ ଗନ୍ତବ୍ୟ ସ୍ଥଳରୁ ପହଞ୍ଚିବା ପୂର୍ବରୁ ଜମ୍ମୁର ଜଜାର କୋଟଲି ଅଞ୍ଚଳରେ ବସ୍‌ ଭାରସାମ୍ୟ ହରାଇ ବ୍ରିଜ୍‌ ଉପରୁ ଗଭୀର ଖାଇକୁ ଖସି ପଡିଥିଲା । କତ୍ରାଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଛି । ଖବର ପାଇ ପୋଲିସ, CRPF, ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚଛନ୍ତି । ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି । ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଜମ୍ମୁ ସରକାରୀ ମେଡିକାଲ କଲେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଅନେକ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ଏହାମଧ୍ୟ ପଢନ୍ତୁ: କାର୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଚାଲିଗଲା ୧୦ ଜୀବନ

ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ରାଜସ୍ଥାନର ଝୁନଝୁନରେ ଏକ ଟ୍ରାକ୍ଟର ଟ୍ରଲି ୮୦ ଫୁଟ ତଳକୁ ଖସିପଡିବାରୁ 9 ଜଣ ପ୍ରାଣ ହରାଇଥିଲେ । ଏଥିରେ ୫୦ରୁ ଅଧିକ ଆହତ ହୋଇଥିଲେ । ଏହାର କିଛି ସମୟ ପୂର୍ବରୁ କର୍ଣ୍ଣାଟକ ମହୀଶୂରରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୧୦ ଜଣଙ୍କ ଜୀବନ ଯାଇଥିଲା । କାର୍ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୦ ଜଣ ପ୍ରାଣ ହରାଇଥିଲେ । ସେହିପରି ଗତ ରବିବାର ବିଳମ୍ବିତ ରାତିରେ ଆସାମ ଗୌହାଟୀରେ କାର୍ ଓ ପିକଅପ୍ ଭ୍ୟାନ ମଧ୍ୟରେ ଦୁର୍ଘଟଣା ଘଟିବାରୁ ୭ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.