ETV Bharat / bharat

ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଏକାଧିକ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ୧୦ ମୃତ ୨୭ ଆହତ

author img

By

Published : Jul 4, 2023, 3:49 PM IST

severe road accident in Maharashtra
ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା

ମହାରାଷ୍ଟ୍ର ଧୁଲେ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ ଏକାଧିକ ଗାଡ଼ିକୁ ଧକ୍କା ଦେବା ଫଳରେ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଆହତ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକାଧିକ ଗାଡ଼ିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି (ମଙ୍ଗଳବାର) ସକାଳେ ମହାରାଷ୍ଟ୍ରର ଧୁଲେ ଜିଲ୍ଲା ପଲାସନେର ଗ୍ରାମ ନିକଟ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟ୍ରକର ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି ।

  • Maharashtra | Seven people dead and 28 others were injured after a container hit several vehicles and later got overturned. The accident took place in Shirpur taluka of Dhule district: Maharashtra Highway Police pic.twitter.com/eDvcQu5D4H

    — ANI (@ANI) July 4, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ:ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ 6 ମୃତ, 3ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ସୂଚନା ଅନୁଯାୟୀ, ଆଜି ସକାଳେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସୀମାରେ ଥିବା ପଲାସନେର ଗ୍ରାମ ନିକଟ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ନର୍ଦନା ପଟୁ ଦ୍ରୁତ ଗତିରେ ଏକ ଟ୍ରକ ଆସୁଥିଲା । ଟ୍ରକର ବ୍ରେକ ଫେଲ ହୋଇଯିବା ଯୋଗୁଁ ଭାରସାମ୍ୟ ହରାଇ ପ୍ରଥମେ ଏକ କାରକୁ ଧକ୍କା ଦେଇଥିଲା । ଏହାପରେ ସାମ୍ନାରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେବା ସହ ତିନି ଚାରୋଟି ଗାଡ଼ିକୁ ମଧ୍ୟ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଏକ ହୋଟେଲ ଭିତରେ ପସିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୦କୁ ପହଞ୍ଚିଛି । ଏଥିରେ ୨୭ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କ ଉଦ୍ଧାର କରି ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଦ୍ରୁତ ଗତି ସାଜିଲା କାଳ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲେରୋ, 7 ମୃତ

ଦୁର୍ଘଟଣା ଯୋଗୁଁ ରାସ୍ତାର ଗୋଟିଏ ପାର୍ଶ୍ବ ଟ୍ରାଫିକ ଜାମ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଛି । ଦୁର୍ଘଟଣାଗ୍ରସ୍ତ କାରରେ ସ୍ବାମୀ, ସ୍ତ୍ରୀ ଦୁଇ ସନ୍ତାନ ଏବଂ ଡ୍ରାଇଭର ଥିଲେ । ଘଟଣାସ୍ଥଳରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ , ଦୁଇ ସନ୍ତାନ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଶିରପୁର ସ୍ଥିତ କଟେଜ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଟ୍ରକଟି ମଧ୍ୟପ୍ରଦେଶରୁ ଧୁଲେ ଅଭିମୁଖେ ଯାଉଥିଲା । ଟ୍ରକର ବ୍ରେକ ଫେଲ ହେବା ଯୋଗୁଁ ଗାଡ଼ିଟି ନିୟନ୍ତ୍ରଣ ହରାଇଥିଲା । ଫଳରେ ଭାରାସାମ୍ୟ ହରାଇ ଅନ୍ୟଗାଡ଼ିକୁ ଧକ୍କା ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.