ETV Bharat / bharat

ମହାରାଷ୍ଟ୍ରରେ ସିରିଜ୍ ଦୁର୍ଘଟଣା: 8 ମୃୃତ, ଗୋଟିଏ ପରିବାରର 4 ଜଣ

author img

By ETV Bharat Odisha Team

Published : Dec 18, 2023, 2:38 PM IST

ମହାରାଷ୍ଟ୍ରରେ ସିରିଜ ଦୁର୍ଘଟଣା
triple accident in Pune

Ahmednagar Kalyan Highway triple accident: ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା । ପିକଅଫ ଭ୍ୟାନ୍ ସହ ରିକ୍ସା ପିଟି ହେବାରୁ 8 ଜଣଙ୍କର ମୃତ୍ୟୁ। ଅଧିକ ପଢ଼ନ୍ତୁ,

ମୁମ୍ବାଇ: ମହାରାଷ୍ଟ୍ରରେ ସିରିଜ ଦୁର୍ଘଟଣା । ରିକ୍ସାକୁ ଧକ୍କା ଦେଲା ଟ୍ରକ, ପିକଅଫ ଭ୍ୟାନ ସହ ରିକ୍ସା ପିଟି ହେବାରୁ 8 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରୁ 4 ଜଣ ଗୋଟିଏ ପରିବାରର ହୋଇଥିବା ଜଣାପଡ଼ିଛି । ପୁଣେର ଡିଙ୍ଗୋର ଏବଂ ପିମ୍ପଲଗାଓଁ ଜୋଗା ସୀମାରେ ଥିବା ଅହମ୍ମଦନଗର ନଗର କଲ୍ୟାଣ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ 5ଜଣ ପୁରୁଷ ଜଣେ ମହିଳା ଓ ଦୁଇ ଜଣ ଶିଶୁ ଅଛନ୍ତି । ଦୁର୍ଘଟଣାରେ ରିକ୍ସା ଡ୍ରାଇଭର ଓ ଦୁଇ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେହିପରି ପିକଅପ ଭ୍ୟାନରେ ବସିଥିବା ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କର ମୃତ୍ୟୁ ହୋଇଛି । ଅନ୍ୟ 2ଜଣଙ୍କ ପରିଚୟ ମିଳିପାରିନି । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା ।

ପରିବା ଭର୍ତ୍ତି ପିକଅପ୍ ଟ ଓଟୁର ପାର୍ଶ୍ୱରୁ କଲ୍ୟାଣକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ରିକ୍ସାଟି କଲ୍ୟାଣରୁ ଆସୁଥିବା ବେଳେ ହଠାତ ଏକ ଟ୍ରକ ତାକୁ ଧକ୍କା ଦେଇଥିଲା । ଏହାପରେ ଭାରସାମ୍ୟ ହରାଇ ରିକ୍ସାଟି ପିକଅପ ଭ୍ୟାନ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିବା ଯେ 8 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣଆସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । 5 ମୃତକଙ୍କ ପରିଚୟ ମିଳିଥିବା ବେଳେ 3 ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି । ପୋଲିସ ଏମାନଙ୍କ ପରିଚୟ ଖୋଜୁଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୋଲିସ ପଟାଇଛି । ମୃତକଙ୍କ ସମ୍ପର୍କୀୟଙ୍କୁ ଏ ବିଷୟରେ ଅବଗତ କରାଯାଇଛି ନା ନାହିଁ ସେ ସମ୍ପର୍କରେ ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଚାଲିଗଲା ୧୨ ଜୀବନ

ଗତ ମେ ମାସରେ ମହାରାଷ୍ଟ୍ରରେ ଦୁଇଟି ପୃଥକ ଦୁର୍ଘଟଣା ହୋଇଥିଲା । ଏଥିରେ 12 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ବୁଲଧାନା ଜିଲ୍ଲା ଅନ୍ତର୍ଗତ ନାଗପୁର-ପୁଣେ ହାଇୱେରେ ଏକ ବସ୍ ଓ କଣ୍ଟେନର ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ 7 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଏବଂ 13 ଜଣ ଗୁରୁତର ଆହତ ହୋଇଥିଲେ । ସେହିପରି ଅମରାବତୀ ଜିଲ୍ଲାରେ ଆଉ ଏକ ସଡକ ଦୁର୍ଘଟଣାରେ5 ଜଣ ଆଖି ବୁଜିଥିଲେ । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.