ETV Bharat / bharat

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଚାଲିଗଲା ୧୨ ଜୀବନ

author img

By

Published : May 23, 2023, 11:05 AM IST

ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା । ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Many killed in two separate road accident in Maharastra
Many killed in two separate road accident in Maharastra

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା । ଦୁଇଟି ପୃଥକ ଦୁର୍ଘଟଣାରେ ଚାଲିଯାଇଛି ୧୨ ଜଣଙ୍କ ଜୀବନ । ଏଥିରେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳ ପ୍ରାୟ ୭ଟା ସମୟରେ ବୁଲଧାନା ଜିଲ୍ଲା ଅନ୍ତର୍ଗତ ନାଗପୁର-ପୁଣେ ହାଇୱେରେ ଏକ ବସ୍ ଓ କଣ୍ଟେନର ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଏବଂ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ଅମରାବତୀ ଜିଲ୍ଲାରେ ଆଉ ଏକ ସଡକ ଦୁର୍ଘଟଣାରେ ୫ ଜଣ ଆଖି ବୁଜିଛନ୍ତି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ।

ପ୍ରାପ୍ତ ସୂଚନା ମୁତାବକ, ଆଜି ସକାଳେ ଏକ ସରକାରୀ ବସ୍ ପୁଣେରୁ ମହେକର ଆଡକୁ ଯାଉଥିଲା । ଏତିକି ବେଳେ ନାଗପୁର- ପୁଣେ ହାଇୱେ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ଭାଙ୍ଗି ଚୁରମାର ହୋଇଯାଇଥିଲା । କଣ୍ଟେନର ମଧ୍ୟ ଓଲଟି ପଡିଥିଲା । ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହାମଧ୍ୟ ପଢନ୍ତୁ : ୪ ଦିନରେ ୫ମ ଘଟଣା; ଅମୃତସରରେ ଆଉ ଗୋଟିଏ ପାକିସ୍ତାନୀ ଡ୍ରୋନକୁ ଖସାଇଲା BSF

ଅପରପକ୍ଷେ ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଆଉ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଗତ ରାତି ପ୍ରାୟ ୧୧ଟାରେ ଗୋଟିଏ ପରିବାର ଏସୟୁଭି ଯୋଗେ କୌଣସି ଉତ୍ସବ ସାରି ଘରକୁ ଫେରୁଥିବା ସମୟରେ ବାଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ପ୍ରାଣ ହରାଇଥିଲେ । ଏଥିରେ ୭ ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନେ ଦରୟାପୁର ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଇ ଘଣ୍ଟା ବ୍ୟବଧାନରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଛି ।

ଏହାମଧ୍ୟ ପଢନ୍ତୁ : French National Day : ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ, ପରେଡରେ ଶକ୍ତି ଦେଖାଇବ ଭାରତୀୟ ଲଢୁଆ ବିମାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.