French National Day: ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ, ପରେଡରେ ଶକ୍ତି ଦେଖାଇବ ଭାରତୀୟ ଲଢୁଆ ବିମାନ

author img

By

Published : May 23, 2023, 6:30 AM IST

French National Day: ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ, ପରେଡରେ ଶକ୍ତି ଦେଖାଇବ ଭାରତୀୟ ଲଢୁଆ ବିମାନ

ଫ୍ରାନ୍ସ ଜାତୀୟ ଦିବସରେ ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେଡରେ ଶକ୍ତି ଦେଖାଇବ ଭାରତୀୟ ଲଢୁଆ ବିମାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତଥର ଫ୍ରାନ୍ସ ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ଫ୍ରାନ୍ସର ଏହି ଜାତୀୟ ପରେଡରେ ଭାଗ ନେବାକୁ ଭାରତ ଯୁଦ୍ଧ ବିମାନ ସମେତ ସାମରିକ କଣ୍ଟିଜେଣ୍ଟ ପଠାଇବାକୁ ପ୍ରସ୍ତୁତ ହେଉଛି । ଜୁଲାଇ 14 ତାରିଖରେ ଫ୍ରାନ୍ସ ଜାତୀୟ ଦିବସ ପାଳନ କରିବାକୁ ଯାଉଛି ।

ଏହି ଅବସରରେ ଫ୍ରାନ୍ସର ପାରମ୍ପରିକ ସାମରିକ ପରେଡ ରାଜଧାନୀ ପ୍ୟାରିସରେ ଅନୁଷ୍ଠିତ ହୋଇଥାଏ । ଚଳିତ ଥର ଫ୍ରାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟ ଅତିଥି ଭାବେ ଅଶଂଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଛି । ଏହାସହ ଚଳିତ ବର୍ଷ ଉଭୟ ଫ୍ରାନ୍ସ ଏବଂ ଭାରତ ନିଜର ରଣନୈତିକ ଭାଗିଦାରୀ (ଷ୍ଟ୍ରାଟେଜିକ୍ ପାର୍ଟନରସିପ)ର 25ତମ ବାର୍ଷିକୀ ପାଳନ କରୁଛନ୍ତି ।

ପ୍ରତିରକ୍ଷା ଅଧିକାରୀଙ୍କ ସୂତ୍ରରୁ ଜାତୀୟ ଖବର ସରବରାହ ସଂସ୍ଥା ANIକୁ ମିଳିଥିବା ସୂଚନା ଅନୁସାରେ, ଭାରତ ଏକ ମାର୍ଚ୍ଚିଂ କଣ୍ଟିଜେଣ୍ଟକୁ ଫ୍ରାନ୍ସ ଫ୍ଲାଇପ୍ୟାଷ୍ଟରେ ଭାଗ ନେବାକୁ ପଠାଇବ । ଏଥିରେ ଭାରତୀୟ ବାୟୁସେନାର ଏକାଧିକ ଯୁଦ୍ଧ ବିମାନ ନିୟୋଜିତ ହୋଇ ଉଡାଣ କୌଶଳ ଓ ଶକ୍ତି ପ୍ରଦର୍ଶନ କରିବେ । 2016 ମସିହାରେ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ଓଲାଣ୍ଡ ଗଣତନ୍ତ୍ର ଦିବସରେ ଅତିଥି ଭାବେ ଭାରତ ଆସିଥିଲେ, ସେତେବେଳେ ସେ ଫ୍ରାନ୍ସ ପକ୍ଷରୁ ଏକ କଣ୍ଟିଜେଣ୍ଟ୍‌ ମଧ୍ୟ ପଠାଇଯାଇଥିଲା । ସେହି ପରମ୍ପରାକୁ ଭାରତ ମଧ୍ୟ ଦୋହରାଇବାକୁ ଯାଉଛି ।

ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଅଛନ୍ତି । ସେ ପ୍ରଥମେ ଜାପାନର ହିରୋସୀମାରେ ପହଞ୍ଚିଥିଲେ । ସେଠାରେ ସେ ଜି-7 ବୈଠକରେ ଅଂଶଗ୍ରହଣ କରିଥିଲେ । ପରେ ପୃଥକ ଭାବେ 4 କ୍ବାଡ ରାଷ୍ଟ୍ରମୁଖ୍ୟଙ୍କ ବୈଠକ ମଧ୍ୟ ହୋଇଥିଲା । ଆସନ୍ତାବର୍ଷ (2024)ରେ ଭାରତ କ୍ବାଡ୍‌ ସମ୍ମିଳନୀର ଆୟୋଜକ ଦାୟିତ୍ବ ତୁଲାଇବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ସେଠାରେ ଘୋଷଣା କରିଥିଲେ । ପରେ ଦ୍ବିତୀୟ ରାଷ୍ଟ୍ର ଭାବେ ପ୍ରଧାନମନ୍ତ୍ରୀ ପାପୁଆ ନ୍ୟୁ-ଗିନି ପହଞ୍ଚିଥିଲେ । ସେଠାରେ ସେ ପ୍ରତିପକ୍ଷ ଜେମସ ପାରାପେଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ପାପୁଆ ନ୍ୟୁ-ଗିନିର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ । କାର୍ଯ୍ୟକ୍ରମ ଶେଷ ଅନ୍ତିମ ବିଦେଶ ଗସ୍ତ ଭାବେ ପ୍ରଧାନମନ୍ତ୍ରୀ ସୋମବାର ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ସେଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ପୁଣି ଥରେ ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.