ETV Bharat / bharat

ଆଜି ଲଖିମପୁର ଖେରୀ ହିଂସାର ଶୁଣାଣି

author img

By

Published : Oct 6, 2021, 10:36 PM IST

Updated : Oct 7, 2021, 6:21 AM IST

ଆଜି ଲଖିମପୁର ଖେରୀ ହିଂସାର ଶୁଣାଣି
ଆଜି ଲଖିମପୁର ଖେରୀ ହିଂସାର ଶୁଣାଣି

ଆଜି (ଗୁରୁବାର) ହେବ ଲଖିମପୁର ଖେରୀ ଶୁଣାଣି । ମାମଲାକୁ ନିଜଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । ଆଜି (ଗୁରୁବାର) ହେବ ଲଖିମପୁର ଖେରୀ ଶୁଣାଣି । ମାମଲାକୁ ନିଜଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପ୍ରଧାନ ବିଚାରପତି ଏମଭି ରମଣାଙ୍କ ଅଧ୍ୟକ୍ଷତାପରେ ଖଣ୍ଡପୀଠ ଏହି ଶୁଣାଣି କରିବେ ବୋଲି ସୂଚନା ଦିଆଯାଇଛି ।

ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏହି ମାମଲା ଧିରେ ଧିରେ ରାଜନୈତିକ ମୋଡ ନେଉଥିବା ନଜର ଆସୁଛି । ବିରୋଧୀ ଘଟଣାକୁ ନେଇ ଯୋଗୀ ଉତ୍ତରପ୍ରଦେଶ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଖେରୀରେ ଚାଷୀଙ୍କ ପ୍ରଦର୍ଶନ ସମୟରେ କାର୍‌ ଦୁର୍ଘଟଣାକୁ ନେଇ ତେଜିବାକୁ ଲାଗିଛି ଉତ୍ତେଜନା । ପ୍ରଦର୍ଶନକାରୀ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କନଭୟ SUV ଚଢିଯିବା ଘଟଣାରେ ହିଂସା ଉଗ୍ରରୂପ ନେଇଥିଲା । ହିଂସାରେ ୮ ଜଣ ପ୍ରାଣ ହରାଇଛନ୍ତି ।

ଘଟଣାକୁ ନେଇ ଚାଷୀ ସଙ୍ଗଠନ ଗମ୍ଭୀର ଅଭିଯୋଗ ଲଗାଇଥିଲା । କୃଷକ ସଙ୍ଗଠନର ଦାବି ଅନୁଯାୟୀ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡି କଥିତ ରୂପେ ତାଙ୍କ ପୁଅ ଓ ସାଥିରେ ଥିବା ଅନ୍ୟ ଲୋକେ ଲକ୍ଷ୍ମୀପୁର ଖେରୀରେ ବିରୋଧ କରୁଥିବା ଚାଷୀଙ୍କ ଉପରେ ଚଢାଇ ଦେଇଥିଲେ । ଜଣେ ଚାଷୀକୁ ଗୁଳି ମରାଯାଇଥିବା କଥା ମଧ୍ୟ କୁହାଯାଉଛି । ତେବେ ଘଟଣାରେ ହତ୍ୟା ମାମଲା ରୁଜୁ କରି ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ଦାବି ଜୋର ଧରିଛି ।

ଏପଟେ ଘଟଣା ସମୟରେ ନିଜ ପୁଅର ଉପସ୍ଥିତିକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । ପ୍ରଦର୍ଶନକାରୀ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡି ଉପରେ ପଥର ଫିଙ୍ଗିଥିଲେ ଓ ଭଙ୍ଗାରୁଜା ପାଇଁ ଚେଷ୍ଟା କରିଥିଲେ ବୋଲି କୁହାଯାଉଛି । ପ୍ରଦର୍ଶନକାରୀଙ୍କ ଆକ୍ରମଣରୁ ଜୀବନ ବଞ୍ଚିବା ପାଇଁ ଡ୍ରାଇଭର ଦୃତ ଗତିରେ ଗାଡି ଚଳାଇଥିଲେ । ଫଳରେ ଏହା ଅନେକ ଲୋକଙ୍କୁ ଧକ୍କା ଦେଇଥିଲା ।

ଘଟଣାକୁ ନେଇ ମନ୍ତ୍ରୀ ଓ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲଖିମପୁର ଖେରୀ ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଉଭୟ ରାହୁଲ ଓ ପ୍ରିୟଙ୍କା ଏଠାରେ ପୀଡିତ ପରିବାରଙ୍କୁ ଭେଟିଛନ୍ତି । ମୃତଙ୍କ ପରିବାରକୁ ଅନୁକମ୍ପା ଅର୍ଥ ମଧ୍ୟ ଘୋଷଣା କରିଛନ୍ତି ସରକାର । ତେବେ ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଏହାପୂର୍ବରୁ ହିଂସା ଉପୁଜିବାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ ।

Last Updated :Oct 7, 2021, 6:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.