ETV Bharat / bharat

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ସିସୋଦିଆଙ୍କ ବେଲ ପୁନର୍ବିଚାର ଆବେଦନ ଖାରଜ

author img

By ETV Bharat Odisha Team

Published : Dec 14, 2023, 10:48 PM IST

Delhi excise policy scam: ସିସୋଦିଆଙ୍କ ବେଲ ପୁନର୍ବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଅକ୍ଟୋବର 30 ରେ ବେଲ ଦେବାକୁ ମନା କରିଥିଲେ କୋର୍ଟ । ଅଧିକ ପଢନ୍ତୁ

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ସିସୋଦିଆଙ୍କ ବେଲ ପୁନର୍ବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ସିସୋଦିଆଙ୍କ ବେଲ ପୁନର୍ବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସର୍ବୋଚ୍ଚ କୋର୍ଟରୁ ବଡ ଝଟକା ଲାଗିଛି । ତାଙ୍କ ଜାମିନ ଆବେଦନର ପୁନର୍ବିଚାର ଶୁଣାଣି ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି । ଆଜି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଏସବିଏନ ଭଟ୍ଟି ବେଲ ପିଟିସନର ପୁନର୍ବିଚାର କରାଯିବାର ଆବଶ୍ୟକତା ନଥିବା ଟପ୍ପଣୀ ସହ ଆବେଦନକୁ ଖାରଜ କରିଦେଇଛନ୍ତି । ଅକ୍ଟୋବର 30 ରେ ସିସୋଦିଆଙ୍କ ବେଲ ପିଟିସନର ଶୁଣାଣି କରି କୋର୍ଟ ବେଲ ପ୍ରଦାନ କରିବାକୁ ମନା କରିଥିଲେ । ଏହାର ପୁନର୍ବିଚାର କରିବା ପାଇଁ ପୁଣି ଥରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ସିସୋଦିଆ ।

ତେବେ ମନି ଲଣ୍ଡ୍ରିଂ ମାମଲାରେ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି ସିସୋଦିଆ । ସେ ବେଲ ଆବେଦନ ପାଇଂ ତଳ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଦ୍ବାରସ୍ଥ ହୋଇ ନିରାଶ ହୋଇଛନ୍ତି । ସର୍ବୋଚ୍ଚ କୋର୍ଟ ଆଜିକୁ ମିଶାଇ ତାଙ୍କ ବେଲ ଆବେଦନକୁ 2 ଥର ଖାରଜ କରିଛନ୍ତି । ତେବେ ସେ ବେଲରେ ବାହାରକୁ ଆସିଲେ ତଦନ୍ତ ପ୍ରଭାବିତ ହେବା ନେଇ ବାରମ୍ବାର କୋର୍ଟରେ ଯୁକ୍ତି ରଖିଆସୁଛନ୍ତି ଦୁଇ କେନ୍ଦ୍ରୀୟ ସଂସ୍ଥା ଇଡି ଓ ସିବିଆଇ ।

ଚଳିତ ବର୍ଷ ଫେବୃଆରୀରେ ଏହି ବହୁଚର୍ଚ୍ଚିତ ମାମଲାରେ ଗିରଫ ହୋଇଥିଲେ ସିସୋଦିଆ । ସେତେବେଳେ ସେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିଲେ । ଏକାଧିକ ରାଉଣ୍ଡର ସମନ, କାର୍ଯ୍ୟାଳୟ ଓ ବାସଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ଏବେ ସେ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ପ୍ରଥମେ ସିବିଆଇ ତାଙ୍କୁ ଗିରଫ କରିଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- Delhi liquor Policy: 30ରେ ସିସୋଦିଆଙ୍କ ବେଲ ଆବେଦନର ରାୟ

ଏବେ ଉଭୟ ମାମଲାରେ ସେ ତିହାର ଜେଲରେ ରହିଛନ୍ତି । ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ସେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘରକୁ ଫେରିଥିଲେ । ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଏବେ ବିଚାର ବିଭାଗୀୟ ଜେଲରେ ରହିଛି । ତାଙ୍କ ବେଲ ପିଟିସନର ରାୟ ସଂରକ୍ଷିତ ରହିଥିବା ବେଳେ ଚଳିତ 21 ତାରିଖରେ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.