ETV Bharat / bharat

ରାଜଦଣ୍ଡ ନେଇ RJDର ବିବାଦୀୟ ଟ୍ବିଟ ! ଜବାବ ଦେଲା ବିଜେପି

author img

By

Published : May 30, 2023, 3:32 PM IST

RJD tweet amrish puri pic
RJD tweet amrish puri pic

ନୂଆ ସଂସଦ ଭବନ ପରେ ରାଜଦଣ୍ଡକୁ ନେଇ ଆରଜେଡିର ବିବାଦୀୟ ଟ୍ବିଟ୍‌ । ଉତ୍ତର ରଖିଲା ବିଜେପି । ଅଧିକ ପଢନ୍ତୁ

ପାଟନା: ଦେଶର ନୂଆ ସଂସଦ ଭବନର ଡିଜାଇନକୁ କଫିନ ସହ ତୁଳନା କରିବା ପରେ ଏବେ ଆଉ ଏକ ବିବାଦୀୟ ଟ୍ବିଟ୍‌ କରିଛି ରାଷ୍ଟ୍ରୀୟ ଜନତା ଦଳ । 1987 ମସିହାର ଏକ ପୁରୁଣା ବଲିଉଡ ଫିଲ୍ମ ଲୋହାରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଅମରେଶ ପୁରୀଙ୍କ ଫଟୋ ସେୟାର କରିଛି ଆର୍‌ଜେଡି । ଯେଉଁଥିରେ ଅମରେଶ ପୁରୀ ହାତରେ ଏକ ବସ୍ତୁକୁ ଧରିଛନ୍ତି । ଯାହା ଦେଖିବାକୁ ରାଜଦଣ୍ଡ ସଦୃଶ । ଆରଜେଡିର ଏହି ଟ୍ବିଟ୍‌କୁ ନେଇ ଉତ୍ତର ରଖିଛି ବିଜେପି ।

  • क्या आपने हाल-फिलहाल यह फिल्म देखी है जिसमें एक बहुत बड़े कलाकार हाथ में कुछ जानी-पहचानी वस्तु पकड़े हुए है?

    कलाकार एवं फिल्म का नाम बताने की कृपया करें। pic.twitter.com/jqwO2M5b7E

    — Rashtriya Janata Dal (@RJDforIndia) May 29, 2023 " class="align-text-top noRightClick twitterSection" data=" ">

ଅମରେଶ ପୁରୀଙ୍କ ଫଟୋକୁ ସେୟାର କରି ଆରଜେଡି ଲେଖିଛି, କଣ ଆପଣ ଏହି ଫିଲ୍ମ ଦେଖିଛନ୍ତି କି, ଯେଉଁଥିରେ ଜଣେ ଅଭିନେତା ହାତରେ ଏକ ଜଣାଶୁଣା ବସ୍ତୁ ଧରିଛନ୍ତି । ଦୟାକରି ମୋତେ ଏହି ଅଭିନେତାଙ୍କ ନାମ ଓ ଫିଲ୍ମର ନାମକୁ କୁହନ୍ତୁ ?

ଆମେ ଆପଣଙ୍କୁ କହି ରଖୁଛୁ ଯେ, 1987 ଜାନୁଆରୀ ମାସରେ ଧର୍ମେନ୍ଦ୍ର, ଶତୃଘ୍ନ ସିହ୍ନା, ଅମରେଶ ପୁରୀ ଏବଂ କରନ କପୁରଙ୍କ ଅଭିନୀତ ଫିଲ୍ମ 'ଲୋହା' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଆରଜେଡି ଅମରେଶ ପୁରୀଙ୍କ ଫଟୋ ଟ୍ବିଟର୍‌ରେ ସେୟାର କରି କାହା ସହ ତୁଳନା କରି ନାହିଁ । ଏହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ଯେ, ଫଟୋରେ ଅଭିନେତା ଜଣଙ୍କ ହାତରେ ଧରିଥିବା ବସ୍ତୁକୁ ସେ ରାଜଦଣ୍ଡ ସହ ତୁଳନା କରିଛନ୍ତି ନା ନାହିଁ ।

  • बिहार के विलेन और उसकी टीम राजद का लुम्पेन एजेंडा रहा है लाठी भजावन और तेल पिलावन।

    लेकिन प्यारे मूर्खों! सेंगोल का मतलब लाठी या मुगदर नहीं है।

    अपनी सतही मसखरेबाजी वाली राजनीति के लिए दिवंगत लोकप्रिय कलाकार अमरीश पुरी को बख्श दो।

    राम भक्तों के लिए हनुमानजी की गदा ही पूजनीय है। https://t.co/pnTo0xbXci pic.twitter.com/DPPXLHfeBY

    — Nikhil Anand (@NikhilAnandBJP) May 29, 2023 " class="align-text-top noRightClick twitterSection" data=" ">

ତେବେ ଆର୍‌ଜେଡି ଏହି ଫଟୋ ଟ୍ବିଟରରେ ସେୟାର କରିବା ପରେ ବିଜେପି ହନୁମାନଙ୍କ ଏକ ଫଟୋ ସେୟାର କରି ଏହାର ଜବାବ ରଖିଛି । ବିଜେପି ମୁଖପାତ୍ର ନିଖିଲ ଆନନ୍ଦ ଟ୍ବିଟ କରି ଲେଖିଛନ୍ତି, "ବିହାରର ଭିଲିଆନ ଏବଂ ତାଙ୍କ ଟିମ୍ ଆରଜେଡିର ଏକ ଲୁମ୍ପେନ ଏଜେଣ୍ଡା ରହିଛି ଲାଠି ଭିଜାବନ ଏବଂ ତେଲ ପିଲାବନ୍। କିନ୍ତୁ ପ୍ରିୟ ମୁର୍ଖମାନେ ସେଙ୍ଗୋଲର ଅର୍ଥ ଲାଠି କିମ୍ବା ମୁଦଗର ନୁହେଁ । ଦୟା କରି ଲୋକପ୍ରିୟ କଳାକାର ସ୍ବର୍ଗତ ଅମରେଶ ପୁରୀଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ । ରାମ ଭକ୍ତଙ୍କ ପାଇଁ ହନୁମାନଙ୍କ ଗଦା ହିଁ ପୂଜନୀୟ ।

ପ୍ରକାଶଥାଉ କି, ରବିବାର ନୂଆ ସଂସଦ ଭବନର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । କିନ୍ତୁ ପ୍ରଧାନମନ୍ତ୍ରଙ୍କ ଦ୍ବାରା ସଂସଦର ଲୋକାର୍ପଣକୁ ବିରୋଧ କରି ୨୦ରୁ ଅଧିକ ବିରୋଧ ଦଳ କାର୍ଯ୍ୟକ୍ରମକୁ ବୟକଟ୍‌ କରିଥିଲେ । ଏହା କେବଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ନୁହେଁ, ବରଂ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ବିରୋଧୀ ନେତାଏ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.