ETV Bharat / bharat

ପାକିସ୍ତାନ ନିକଟରେ ଭାରତର ଦାବି, ତୁରନ୍ତ ହାଫିଜ ସଇଦକୁ ହସ୍ତାନ୍ତର କର

author img

By ETV Bharat Odisha Team

Published : Dec 28, 2023, 3:45 PM IST

Hafiz Saeed
Hafiz Saeed

Hafiz Saeed extradition: ପାକିସ୍ତାନ ନିକଟରେ ଭାରତ ସରକାରଙ୍କ ଦାବି । ତୁରନ୍ତ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦକୁ ହସ୍ତାନ୍ତର କର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ, ଲସ୍କର-ଇ-ତୋଇବା (LeT)ର ପ୍ରତିଷ୍ଠାତା ତଥା ମୁମ୍ବାଇ ଆତଙ୍କୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ ସଇଦକୁ ତୁରନ୍ତ ହସ୍ତାନ୍ତର କରିବାକୁ ପାକିସ୍ତାନ ନିକଟରେ ଦାବି କରିଛନ୍ତି ଭାରତ ସରକାର । ହାଫିଜର ପ୍ରତ୍ୟାର୍ପଣକୁ ନେଇ ସମସ୍ତ ଆଇନଗତ କାର୍ଯ୍ୟ ଶେଷ ହୋଇଥିବାରୁ ତୁରନ୍ତ ତାକୁ ଭାରତ ସରକାରଙ୍କ ନିକଟରେ ହାଜର କରିବାକୁ ପଡ଼ୋଶୀ ଦେଶ ନିକଟରେ ଭାରତ ଦାବି କରିଛି ।

ଏକ ବିଶେଷ ସୂତ୍ରରୁ ସୂଚନା ଅନୁସାରେ ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କୁ ଏକ ଚିଠି ଲେଖାଯାଇଛି । ଏହି ଚିଠିରେ ହାଫିଜକୁ ହସ୍ତାନ୍ତର କରିବା ଲାଗି ଅନୁରୋଧ କରାଯାଇଛି । ହେଲେ ଏ ନେଇ ଏଯାବତ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରତିକ୍ରିୟା ରଖାଯାଇନାହିଁ । ସୂଚନା ଥାଉ କି ଆତଙ୍କବାଦୀ ହାଫିଜ ସଇଦ ୨୦୦୮ ମୁମ୍ବାଇ ଆକ୍ରମଣ ଓ ୨୦୧୯ ପୁଲୱାମା ଆକ୍ରମଣ ସମେତ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ତାର ସମ୍ପୃକ୍ତି ରହିଛି । ବିଶ୍ବ ସ୍ତରରେ ମଧ୍ୟ ହାଫିଜ ସଇଦକୁ ଆତଙ୍କବାଦୀ ଘୋଷଣା କରାଯାଇଛି ।

ଏହା ବି ପଢନ୍ତୁ- ପାକିସ୍ତାନରେ ନିର୍ବାଚନ ଲଢ଼ିବ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ ସଇଦ, ଲାହୋରରୁ ଲଢ଼ିବ ପୁଅ

ସଂଯୁକ୍ତ ରାଷ୍ଟ୍ର ମଧ୍ୟ ହାଫିଜକୁ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ହେଲେ ଏବେ ହାଫିଜ ପାକିସ୍ତାନ ଜେଲରେ ସଜା କାଟୁଛି । ଗତବର୍ଷ ହାଫିଜ ସଇଦ ୨ଟି ଟେରର ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ତାକୁ ୩୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହାପୂର୍ବରୁ ୫ଟି ଭିନ୍ନ ମାମଲାରେ ହାଫିଜକୁ ୩୬ ବର୍ଷ ସଜା ଶୁଣାଇଥିଲେ କୋର୍ଟ । ମାତ୍ର ହାଫିଜ ବାସ୍ତବରେ ପାକିସ୍ତାନ ଜେଲରେ ସଜା କାଟୁଛି ନା ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ।

ଏହା ବି ପଢନ୍ତୁ- ହାଫିଜ ସଇଦକୁ ଜେଲ, ପାକିସ୍ତାନର ନୂଆ ଚାଲ୍‌ !

ଭାରତରେ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ହାଫିଜର ହାତ ରହିଛି । ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ହାଫିଜ ଜମ୍ମୁକାଶ୍ମୀରରେ ଅନେକ ଆତଙ୍କୀ ଆକ୍ରମଣ ଘଟାଇଥିବା ବେଳେ ୨୦୦୮ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ଅନ୍ୟପଟେ ହାଫିଜ ସଇଦର ପୁଅ ତଲହା ସଇଦ ପାକିସ୍ତାନରେ ଆସନ୍ତା ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନ ଲଢିବାକୁ ଯାଉଛି । ହାଫିଜର ପାର୍ଟି ପାକିସ୍ତାନ ମରକଜି ମୁସଲିମ ଲିଗ (PMML) ଏ ନେଇ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.