RajyaSabha Election: NDAକୁ କ୍ଷତି ହିଁ କ୍ଷତି, ଲାଭରେ ରହିବ UPA

author img

By

Published : May 25, 2022, 9:31 PM IST

RajyaSabha Election

କଂଗ୍ରେସ ନେତୃତ୍ବାଧୀନ ମିଳିତ ପ୍ରଗତିଶୀଳ ମେଣ୍ଟ(ୟପିଏ) ପାଖରେ 13 ଟି ଆସନ ରହିଛି । ଯେଉଁଥିରୁ କଂଗ୍ରେସ ପାଖର 8ଟି ଆସନ ରହିଛି । ହେଲେ ବର୍ତ୍ତମାନର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଯାହା ଆସନ୍ତା ରାଜ୍ୟସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମେଣ୍ଟ (ଏନଡିଏ) ଅତି କମରେ 7 ରୁ 8ଟି ଆସନ ହରାଇବା ନିଶ୍ଚିତ ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶର 15 ରାଜ୍ୟର 57 ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ଜୁନ 10ରେ ନିର୍ବାଚନ ହେବ । ଏହା ସହ 2 ଟି ଆସନରେ ଜୁନ 13 ରେ ହେବ ଉପ-ନିର୍ବାଚନ । ମୋଟ 59 ଟି ରାଜ୍ୟସଭା ଆସନରେ ଆସନ୍ତା ମାସରେ ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଖାଲି ହେଉଥିବା ଏହି 59 ଟି ଆସନରୁ ବର୍ତ୍ତମାନ 31 ଆସନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(NDA) ଦଖଲରେ ଥିବା ବେଳେ, ସେଥିରୁ ଏକାକି 25 ଟି ଆସନ ବିଜେପି ପାଖରେ ରହିଛି ।

ଏହାବାଦ କଂଗ୍ରେସ ନେତୃତ୍ବାଧୀନ ମିଳିତ ପ୍ରଗତିଶୀଳ ମେଣ୍ଟ(ୟପିଏ) ପାଖରେ 13 ଟି ଆସନ ରହିଛି । ଯେଉଁଥିରୁ କଂଗ୍ରେସ ପାଖର 8 ଟି ଆସନ ରହିଛି । ହେଲେ ବର୍ତ୍ତମାନର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଯାହା ଆସନ୍ତା ରାଜ୍ୟସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମେଣ୍ଟ (ଏନଡିଏ) ଅତି କମରେ 7 ରୁ 8 ଟି ଆସନ ହରାଇବା ନିଶ୍ଚିତ ହୋଇଛି । ଏହାବାଦ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ)କୁ 7 ରୁ 8 ଟି ଆସନ ଅଧିକ ମିଳିବା ସ୍ପଷ୍ଟ ହୋଇଛି ।

ଏନଡିଏ ପାଖରେ କେତେ ଆସନ ?

ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବା 59 ଟି ଆସନ ମଧ୍ୟରୁ ବର୍ତ୍ତମାନ ବିଜେପି ପାଖରେ ରହିଛି 25 ଟି ଆସନ, ସହଯୋଗୀ ଜେଡିୟୁ (Janata Dal (United) ପାଖରେ ରହିଛି 2 ଓ AIADMK ପାଖରେ ରହିଛି 3 ଟି ଆସନ । ଏହାବାଦ ବିଜେପି ସମର୍ଥିତ ସ୍ବାଧୀନ ସଦସ୍ୟ ଥିବା ବିଶିଷ୍ଟ ଶିଳ୍ପପତି ସୁବାଷ ଚନ୍ଦ୍ରାଙ୍କୁ ନେଇ ମୋଟ 31 ଟି ଆସନ ବିଜେପି ନେତୃତ୍ବାଧୀନ ମେଣ୍ଟ (ଏନଡିଏ) ପାଖରେ ରହିଛି । କିନ୍ତୁ ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନରେ ଏହି 31 ଟି ଆସନ ଆଉ ରଖିପାରିବ ନାହିଁ ବିଜେପି ତଥା ଏନଡିଏ ।

ୟୁପିଏ ପାଖରେ କେତେ ଆସନ?

ନିର୍ବାଚନ ହେବାକୁ ଥିବା 59 ଟି ଆସନ ମଧ୍ୟରୁ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ପାଖରେ 13 ଟି ଆସନ ରହିଛି । ଯେଉଁଥିରେ କଂଗ୍ରେସ ପାଖରେ 8 ଟି ଆସନ ଥିବା ବେଳେ, ଡିଏମକେ ପାଖରେ 3, ଶିବସେନା ଓ ଏନସିସିର ଜଣେ ଜଣେ ସାଂସଦ ରହିଛନ୍ତି ।

ଅନ୍ୟାନ୍ୟ ଦଳ ପାଖରେ କେତେ ଆସନ?

ଏନଡିଏ ଓ ୟୁପିଏ ବ୍ୟତୀତ ଖାଲି ହେଉଥିବା ଆସନରୁ ସମାଜବାଦୀ ପାର୍ଟି (Samajwadi Party) ର 3 ଜଣ ବିଜୁ ଜନତା ଦଳ(Biju Janata Dal) ର 4 ଜଣ, ବହୁଜନ ସମାଜବାଦୀ ପାର୍ଟି( Bahu Jan Samajwadi Party) ର 2ଜଣ, ଓ ତେଲେଙ୍ଗାନା ରାଷ୍ଟ୍ର ସମିତି(TRS) ର 3 ଜଣ , ୱାଇଏସଆର କଂଗ୍ରେସ ପାର୍ଟି (YSR Congress Party) ଅକାଳୀ ଦଳ (Akali Dal) ଓ ରାଷ୍ଟ୍ରିୟ ଜନତା ଦଳ (RJD) ର ଜଣେ ଜଣେ ଲେଖାଏଁ ସାଂସଦ ରହିଛନ୍ତି । ଅର୍ଥାତ ଏହି ସମସ୍ତ ଦଳଙ୍କ ସାଂସଦ ସଂଖ୍ୟା 15 ରହିଛି ।

ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବା 59 ଟି ଆସନରେ ବିଜେପି ସହ ଏନଡିଏର ଆସନ ସଂଖ୍ୟା 7 ରୁ 9 ଆସନ ହ୍ରାସ ପାଇପାରେ ।

ୟୁପିରେ ବିଜେପିକୁ ପାୱରପ୍ଲସ...

ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରୁ ଖାଲି ହେଉଥିବା 11 ଟି ଆସନରୁ ବିଜେପି ଦଖଲରେ 5 ଟି ଆସନ ଥିବାବେଳେ, ତିନୋଟି ଆସନ ସମାଜବାଦୀ ପାର୍ଟିର ରହିଛି । ଏହାବାଦ 2 ଟି ଆସନ ବହୁଜନ ସମାଜବାଦୀ ପାର୍ଟିର ଓ ଗୋଟିଏ ଆସନ କଂଗ୍ରେସର ଥିଲା । ହେଲେ 2022 ବିଧାନସଭା ନିର୍ବାଚନ ଫଳାଫଳ ଅନୁସାରେ ବିଏସପି ଓ କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ । ସମାଜବାଦୀ ପାର୍ଟି ନିଜର 3 ଟି ଆସନ ବଞ୍ଚାଇ ରଖିବାକୁ ସଫଳ ହେବ । ବିଜେପି ଖାତାକୁ 7 ଟି ଆସନ ଯିବା ଏକ ପ୍ରକାର ନିଶ୍ଚିତ । ଅର୍ଥାତ ବିଜେପିକୁ ସିଧା ଦୁଇଟି ଆସନ ଅଧିକ ମିଳିବ । ଏହାବାଦ ଗୋଟିଏ ଆସନ ପାଇଁ ବିଜେପି-ସମାଜବାଦୀ ମଧ୍ୟରେ ଟକ୍କର ହେବ । ଯେଉଁ ଦଳ 34 ବିଧାୟକଙ୍କ ସମର୍ଥନ ହାସଲ କରିବ ସେହି ଦଳ ଅନ୍ତିମ ଆସନକୁ ଦଖଲ କରିପାରିବ ।

ମହାରାଷ୍ଟ୍ରରେ ବିଜେପିକୁ କ୍ଷତି

ମହାରାଷ୍ଟ୍ରରେ 6 ଟି ରାଜ୍ୟସଭା ଆସନ ଖାଲି ହେଉଛି । ଖାଲି ହେଉଥିବା 6 ଟି ଆସନରୁ ବିଜେପି ପାଖରେ 3 ଟି ଓ ଶିବସେନା, କଂଗ୍ରେସ ଓ ଏନସିପି ପାଖରେ ଗୋଟିଏ ଲେଖାଏଁ ଆସନ ରହିଛି । ହେଲେ ଆସନ୍ତା ନିର୍ବାଚନରେ ବିଜେପି ଗୋଟିଏ ଆସନ ହରାଇବା ସ୍ଥିତି ଉପୁଜିଛି । 2 ଟି ଆସନରେ ବିଜେପିର ବିଜୟ ନିଶ୍ଚିତ ରହିଛି । ଯଦି ଏନସିପି, କଂଗ୍ରେସ ଓ ଶିବସେନା ନିଜ ନିଜ ମଧ୍ୟରେ ବୁଝାମଣା ରଖି ସଠିକ ସମନ୍ବୟ ରଖି ନିର୍ବାଚନ ଲଢନ୍ତି ତେବେ 4 ଟି ଆସନ ଦଖଲ କରିପାରିବେ । ହେଲେ ଏଠି ଗୋଟିଏ ଆସନ ବିଜେପି ଛଡାଇ ଆଣିବାର ସମ୍ଭାବନା ରହିଛି ।

ତାମିଲନାଡୁରେ ୟୁପିଏକୁ ଫାଇଦା

ଦାକ୍ଷିଣାତ୍ୟ ରାଜ୍ୟ ତାମିଲନାଡୁରୁ 6ଟି ଆସନ ଖାଲି ହେଉଛି । ଏହି 6 ଟି ଆସନରେ ଉଭୟ ଡିଏମକେ ଏଆଇଏଡିଏମକେ 3 ଟି ଲେଖାଏଁ ଆସନ ଦଖଲ କରିଛନ୍ତି । ହେଲେ 2021 ବିଧାନସଭା ନିର୍ବାଚନ ପରେ ଡିଏମକେ କ୍ଷମତାକୁ ଫେରିଛି । ଏଆଇଏଡିଏମକେ କ୍ଷମତା ବାହାରେ ରହିଛି । ଫଳରେ ବିରୋଧୀ ଏଆଇଏଡିଏମକେ ଗୋଟିଏ ଆସନ ହରାଇବା ନିଶ୍ଚିତ ହୋଇଛି । ଅର୍ଥାତ ଶାସକ ଡିଏମକେକୁ ଗୋଟିଏ ଆସନ ଫାଇଦା ସହ ମୋଟ 4 ଟି ଆସନ ଦଖଲ କରିବା ନିଶ୍ଚିତ । ତେବେ ଡିଏମକେ ନିଜ ଭାଗରୁ ଗୋଟିଏ ଆସନ କଂଗ୍ରେସକୁ ଦେବାର ସମ୍ଭାବନ ରହିଛି ।

ବିହାରରେ ବି ଏନଡିଏକୁ କ୍ଷତି

ବିହାରରେ 5 ଟି ଆସନରେ ନିର୍ବାଚନ ହେବାକୁ ଯାଉଛି । ଏହି 5 ଟି ଆସନରୁ 2 ଟି ଲେଖାଏଁ ଆସନ ବିଜେପି ଓ ଜେଡିୟୁ ପାଖରେ ରହିଛି । ଅନ୍ୟ ଏକ ଆସନ ଆରଜେଡି ପାଖରେ ରହିଛି । ହେଲେ ଆସନ୍ତା ନିର୍ବାଚନରେ ଜେଡିୟୁ ଗୋଟିଏ ଆସନ ହରାଇବା ନିଶ୍ଚିତ । ଏହି ଆସନଟି ସିଧା ଆରଜେଡି ଖାତାକୁ ଯିବ । ବିଜେପି ନିଜର 2 ଟି ଆସନ ସୁରକ୍ଷିତ ରଖିବାକୁ ସକ୍ଷମ ହେଉଛି । ଅର୍ଥାତ ବିହାରରେ ଗୋଟିଏ ଆସନ ବିଜେପି ମେଣ୍ଟକୁ କ୍ଷତି ହେଉଛି ।

ରାଜସ୍ଥାନରେ କଂଗ୍ରେସକୁ ଫାଇଦା

ରାଜସ୍ଥାନରେ 4 ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ଏହି ସମସ୍ତ 4 ଟି ଆସନ ଏବେ ବିଜେପି ଦଖଲରେ ରହିଛି । ହେଲେ 2018 ରେ କ୍ଷମତାରୁ ବିଜେପି ହଟିବା ପରେ ଏବେ ଦଳ ପାଇଁ ବଡ କ୍ଷତି ହେବାକୁ ଯାଉଛି । ଦଳ ପୁରା 3 ଟି ସଦସ୍ୟ ହରାଇବା ନିଶ୍ଚିତ ହୋଇଛି । କଂଗ୍ରେସ 2 ଟି ଆସନ ଦଖଲ କରିବା ଏକ ପ୍ରକାର ନିଶ୍ଚିତ ଥିବାବେଳେ , ବିଜେପି ଗୋଟିଏ ଆସନ ଦଖଲ କରିବେ । ଗୋଟିଏ ଆସନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଟକ୍କର ହେବ । ଯିଏ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ହାସଲ କରିପାରିବ ସେହି ଦଳ ଚତୁର୍ଥ ଆସନ ଦଖଲ କରିପାରିବ ।

ଛତିଶଗଡରେ ବି ବିଜେପିକୁ କ୍ଷତି

ଛତିଶଗଡରୁ 2 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ବର୍ତ୍ତମାନ ବିଜେପି ଓ କଂଗ୍ରେସ ପାଖରେ ଗୋଟିଏ ଲେଖାଏଁ ଆସନ ରହିଛି । ହେଲେ 2018 ରେ ବିଜେପି କ୍ଷମତାରୁ ଯିବା ଫଳରେ ଏବେ ଦଳ ରାଜ୍ୟସଭା ରେ ମଧ୍ୟ ଉଭୟ 2 ଟି ଆସନ ହରାଇବା ନିଶ୍ଚିତ ।

ମଧ୍ୟ ପ୍ରଦେଶରେ No profit No Loss

ମଧ୍ୟ ପ୍ରଦେଶରେ 3 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଖାଲି ହେଉଥିବା 3 ଟି ଆସନ ବର୍ତ୍ତମାନ 2 ଟି ଆସନ ବିଜେପି ଗୋଟିଏ ଆସନ କଂଗ୍ରେସ ଦଖଲରେ ରହିଛି। ତେବେ ଆସନ୍ତା ନିର୍ବାଚନରେ ମଧ୍ୟ ଏହି ସ୍ଥିତି ବଜାୟ ରହିବ । ଅର୍ଥାତ ବିଜେପି 2 ଟି ଓ କଂଗ୍ରେସ ଗୋଟିଏ ଆସନ ଦଖଲ କରିବେ । ଅର୍ଥାତ ଏଠି ନୋ ପ୍ରୋଫିଟ ନୋ ଲସ ସ୍ଥିତି ରହିବ ।

କର୍ଣ୍ଣାଟକରେ ଲଢେଇ

କର୍ଣ୍ଣାଟକରେ 4ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ବିଜେପି ,ବିନା ଦ୍ବିଧାରେ 2ଟି ଆସନରେ ନିଜି ପ୍ରାର୍ଥୀକୁ ବିଜୟୀ କରାଇ ପାରିବ । ଗୋଟିଏ ଆସନ କଂଗ୍ରେସ ଯାଉଥିବା ବେଳେ, ଗୋଟିଏ ଆସନ ପାଇଁ ହେବ ଆସଲ ଲଢେଇ । ଯଦି କଂଗ୍ରେସ ଓ ଜେଡିଏସ ମିଳିତ ଭାବେ ପ୍ରାର୍ଥୀ ଦିଅନ୍ତି ତେବେ ବିଜୟ ସୁନିଶ୍ଚିତ ।

ତେଲେଙ୍ଗାନାରେ TRS ମଜବୁତ, ଆନ୍ଧ୍ରରେ ବିଜେପିର କ୍ଷତି

ଏହାବାଦ ଜୁନ 10 ରେ ତେଲେଙ୍ଗାନରୁ ମଧ୍ୟ 2 ଟି ଆସନ ପାଇଁ ନିର୍ବାଚନ ହେବ । ତେବେ ଉଭୟ ଆସନ ହେବେ ଟିଆରଏସ ଦଖଲରେ ଥିବା ବେଳେ, ପୁଣି ଥରେ ଉଭୟ ଆସନ ଟିଆରଏସ ଦଖଲ କରିବ । ତେବେ ଜୁନ 13 ରେ ଗୋଟିଏ ଆସନରେ ଉପ-ନିର୍ବାଚନ ମଧ୍ୟ ହେବ । ତାହା ମଧ୍ୟ ଟିଆରଏସକୁ ଯିବ । ସେହିପରି ଆନ୍ଧ୍ର ପ୍ରଦେଶରେ କିନ୍ତୁ କ୍ଷତିରେ ପଡିବ ବିଜେପି । ମୋଟ 4ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ, 3ଟି ଆସନ ବିଜେପି ଦଖଲରେ ଥିଲା, ଗୋଟିଏ ଆସନ ଟିଡିପି । (ଏଠି ସୂଚନାଯୋଗ୍ୟଯେ ବିଜେପିର ଏହି 3 ଜଣା ରାଜ୍ୟସଭା ସାଂସଦ ମୂଳତଃ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରୁ ନିର୍ବାଚିତ ହୋଇଥିଲେ, ଦଳ 2019 ରେ ଶୋଚନୀୟ ପରାଜୟ ପରେ, ଏହି 3 ସାଂସଦ ବିଜେପିରେ ସାମିଲ ହୋଇଥିଲେ) ହେଲେ ଏବେ ପୁରା ବଦଳି ଯାଇଛି ସମୀକରଣ । ବିଜେପି ସମସ୍ତ 3 ଟି ଆସନ ହରାଉଥିବା ବେଳେ, ୱାଇଏସଆର କଂଗ୍ରେସ ସମସ୍ତ 4 ଟି ଆସନ ଦଖଲ କରିବ ।

ଓଡିଶା ଝାରଖଣ୍ଡ

ଓଡିଶାରୁ 3ଟି ରାଜ୍ୟସଭା ଆସନ ଖାଲି ହେଉଥିବା ବେଳେ, ସମସ୍ତ 3 ଟି ଆସନ ବର୍ତ୍ତମାନ ବିଜୁ ଜନତା ଦଳ(ବିଜେଡି) ପାଖରେ ରହିଛି । ଆସନ୍ତା ନିର୍ବାଚନରେ ମଧ୍ୟ ସମସ୍ତ 3 ଟି ଆସନ ବିଜେଡି ଦଖଲ କରିବ । ଏହାବାଦ ଜୁନ 13 ରେ ଗୋଟିଏ ଆସନ ପାଇଁ ଉପ-ନିର୍ବାଚନ ମଧ୍ୟ ହେବ । ତାହା ମଧ୍ୟ ବିଜେଡି ଖାତାକୁ ଯିବ । ସେହିଭଳି ଝାରଖଣ୍ଡରୁ ଦୁଇଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଉଭୟ ଆସନ ଏବେ ବିଜେପି ଦଖଲରେ ରହିଛି ହେଲେ ଆସନ୍ତା ନିର୍ବାଚନରେ ବିଜେପିକୁ ଗୋଟିଏ ଆସନ ମଧ୍ୟ ଜିତିବା ପାଇଁ କଠିନ ସ୍ଥିତିର ମୁକାବିଲା କରିବାକୁ ପଡିବ । ଅନ୍ୟ ଏକ ଆସନକୁ ଉଭୟ କଂଗ୍ରେସ-ଜେଏମଏମ ମିଳିତ ଭାବେ ଗୋଟିଏ ଆସନ ଦଖଲ କରିନେବେ ।

ପଞ୍ଜାବ ହରିୟାଣା

ପଞ୍ଜାବରୁ ଦୁଇଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ । ଏହି ଦୁଇଟି ଆସନ ଗୋଟିଏ ଅକାଳୀ ଦଳ ଗୋଟିଏ କଂଗ୍ରେସ ପାଖରେ ଥିଲା । ହେଲେ 2022 ବିଧାନସଭା ନିର୍ବାଚନରେ ଆମ ଆଦମୀ ସରକାରକୁ ଆସିବା ପରେ ବଦଳି ଯାଇଛି ସମୀକରଣ । ଉଭୟ ଆସନ ଏବେ ଆପ ଖାତାକୁ ଯିବ । ଏଠି ଉଭୟ ଅକାଳୀ ଦଳ ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ହରାଇବେ । ଅନ୍ୟପଟେ ହରିୟାଣାରୁ ମଧ୍ୟ ଦୁଇଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଗୋଟିଏ ବିଜେପି ନିଶ୍ଚିତ ଦଖଲ କରିବ । ଅନ୍ୟ ଏକ ଆସନରୁ ବିଜେପି ସମର୍ଥନରେ ବର୍ତ୍ତମାନ ସାଂସଦ ଥିବା ବିଶିଷ୍ଟ ଶିଳ୍ପପତି ସୁବାଷ ଚନ୍ଦ୍ରା ନିଜ ଆସନ ହରାଇବେ । ଏହି ଆସନ ଟି କଂଗ୍ରେସ ଦଖଲ କରିପାରେ । ଅର୍ଥାତ ଏଠି ମଧ୍ୟ ଗୋଟିଏ ଆସନ ବିଜେପି ହରାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.