RG London Remark: ରାଜନାଥ କହିଲେ ଗୃହରେ କ୍ଷମା ମାଗନ୍ତୁ ରାହୁଲ, ପାଲଟା ଟାର୍ଗେଟ କଲା କଂଗ୍ରେସ

author img

By

Published : Mar 13, 2023, 9:05 PM IST

Rahul Gandhi London Remark: ରାଜନାଥ କହିଲେ ଗୃହରେ କ୍ଷମା ମାଗୁ କଂଗ୍ରେସ

କେମ୍ବ୍ରିଜ ମନ୍ତବ୍ୟକୁ ନେଇ ରାହୁଲଙ୍କୁ ଘେରିଲା ବିଜେପି । ରାଜନାଥ କହିଲେ ମନ୍ତବ୍ୟ ଭାରତର ଅପମାନ । ରାହୁଲ ଗୃହରେ କ୍ଷମା ମାଗିବା ଉଚିତ । ପାଲଟା ଘେରିଲା କଂଗ୍ରେସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲଣ୍ଡନ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସଂସଦରେ ଝଡ ସୃଷ୍ଟି ହୋଇଛି । ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଭାରତୀୟ ଜନତା ପାର୍ଟି ତୀବ୍ର ଆପତ୍ତି ଉଠାଇଛି । ରାଜନାଥ ସିଂ ରାହୁଲଙ୍କର ଏପରି ମନ୍ତବ୍ୟ ଭାରତକୁ ବିଦେଶରେ ଅପମାନିତ କରିଛି ବୋଲି କହିଛନ୍ତି । ରାହୁଲଙ୍କ ଏପରି ମନ୍ତବ୍ୟକୁ ଗୃହର ସମସ୍ତ ସଦସ୍ୟ ନିନ୍ଦା କରିବା ଉଚିତ ବୋଲି ରାଜନାଥ କହିଛନ୍ତି । ସେହିପରି ରାହୁଲ ଓ କଂଗ୍ରେସ ଗୃହରେ ଏହି ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି ମଧ୍ୟ କରିଛନ୍ତି ।

  • Rahul Gandhi, who is a member of this House, insulted India in London. I demand that his statements should be condemned by all members of this House and he should be asked to apologise before the House: Defence Minister Rajnath Singh in Lok Sabha pic.twitter.com/62GRnx2qbd

    — ANI (@ANI) March 13, 2023 " class="align-text-top noRightClick twitterSection" data=" ">

ଲଣ୍ଡନ ଗସ୍ତରେ ଥିବା କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ସମ୍ବୋଧନ ରଖିଥିଲେ । ସେ ଭାରତରେ ବିରୋଧୀଙ୍କ ଦୂରାବସ୍ଥା ନେଇ ସୂଚନା ରଖିବା ସହ ସଂସଦରେ ବିରୋଧୀଙ୍କ ମାଇକ ବନ୍ଦ ହୋଇଯାଇଛି ବୋଲି କହିଥିଲେ । ଯାହାକୁ ନେଇ ଭାରତରେ ଝଡ ସୃଷ୍ଟି ହୋଇଛି । ଶାସକ ବିଜେପି ଏହାକୁ ରାଜନୈତିକ ସମାଲୋଚନା ନୁହେଁ ବରଂ ଭାରତ ପ୍ରତି ଅପମାନ ବୋଲି କହିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଏହି ପ୍ରସଙ୍ଗରେ କଡା ଆପତ୍ତି ଉଠାଇ ରାହୁଲଙ୍କୁ ଗୃହରେ କ୍ଷମା ପ୍ରାର୍ଥନା କରିବାକୁ କୁହାଯିବା ନେଇ ଦାବି କରିଥିଲେ ।

  • Delhi| Rajnath Singh making baseless allegations on Rahul Gandhi. They won’t let us speak. The party in power has adopted the policy to keep their points & halt Assembly...They're tarnishing the image of our party & Rahul Gandhi, this is a conspiracy: AR Chowdhury, Cong leader pic.twitter.com/XDjkZ6Jxeh

    — ANI (@ANI) March 13, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଟାର୍ଗେଟ ପରେ କଂଗ୍ରେସ ମଧ୍ୟ ରାହୁଲଙ୍କୁ ସମର୍ଥନ କରିବା ସହ ପାଲଟା ବିଜେପିକୁ ଘେରିଛି । ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଧାରା 352, 353 ଏବଂ 357 ବିଷୟରେ ଉଲ୍ଲେଖ କରି ରାଜନାଥଙ୍କ ମନ୍ତବ୍ୟକୁ ପାଲଟା ସମାଲୋଚନା କରିବା ସହ ଏହା ଏକ ଭିତ୍ତିହୀନ ଅଭିଯୋଗ ବୋଲି ଦର୍ଶାଇଛନ୍ତି । ସେହିପରି ରାଜନାଥ ଗୃହରେ ରଖିଥିବା ବୟାନକୁ ଫେରସ୍ତ ନିଅନ୍ତୁ ବୋଲି ଦାବି କରି ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି ।

ଚୌଧୁରୀ ଚିଠିରେ ଲେଖିଛନ୍ତି, ରାହୁଲ କୌଣସି ଭୁଲ ମନ୍ତବ୍ୟ ଦେଇନାହାନ୍ତି । ଭାରତୀୟ ଜନତା ପାର୍ଟି ସରକାରରେ ଅଛି । କଂଗ୍ରସର ଛବି ଖରାପ କରିବା ପାଇଁ ସେମାନଙ୍କ ଷଡଯନ୍ତ୍ର ଜାରି ରହିଛି । ସେମାନେ ଯାହା ଇଚ୍ଛା କରୁଛନ୍ତି ସେମାନେ ତାହା କରନ୍ତୁ ବୋଲି ଅଧିର ରଞ୍ଜନ ଚୌଧୁରୀ କହିଥିଲେ । ସେହିପରି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶଶୀ ଥରୁର ମଧ୍ୟ ରାହୁଲ କୌଣସି ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ଦେଇନଥିବା ଓ ସେ କ୍ଷମା ମାଗିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

ଭାରତ ଯୋଡୋ ଯାତ୍ରା ସମାପ୍ତ କରିବା ପରେ ଏବେ ଲଣ୍ଡନ ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ । ସେଠାରେ ସେ ଏକାଧିକ ଫୋରମରେ ଦେଇଥିବା ବୟାନକୁ ନେଇ ଭାରତୀୟ ଜନତା ପାର୍ଟି ବାରମ୍ବାର ତାଙ୍କୁ ଓ ତାଙ୍କ ଦଳ କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛି । ଭାରତରେ ଗଣତନ୍ତ୍ର ବିପଦରେ ବୋଲି କହି ଚର୍ଚ୍ଚା ଓ ବିଦାଦକୁ ଆସିଥିଲେ ରାହୁଲ । ବିଜେପି ତାଙ୍କୁ କଡା ଟାର୍ଗେଟ କରିଥିଲା । ହେଲେ ରାହୁଲ ତାଙ୍କ ସମାଲୋଚନା ବନ୍ଦ କରିନାହାନ୍ତି । କ୍ରମାଗତ ବିଜେପିକୁ ବିଦେଶ ମାଟିରେ ସମାଲୋଚନା କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.