ETV Bharat / bharat

ଭାରତ ଯୋଡୋ ଯାତ୍ରା ଏବେ ବିରୋଧୀ ଯୋଡ ଯାତ୍ରା !

author img

By

Published : Jan 3, 2023, 8:23 PM IST

ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଏବେ ବିରୋଧୀ ଯୋଡେ ଯାତ୍ରା ! ସାମିଲ ହେବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ବିରୋଧୀ ନେତା । ଆଜି ସାମିଲ ହେଲେ ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା, ପୂର୍ବତନ RAW ମୁଖ୍ୟ ମଧ୍ୟ ହେଲେ ସାମିଲ । ଅଖିଳେଶ ଓ ମାୟାବାତୀଙ୍କୁ ମଧ୍ୟ ରାହୁଲ କରିଛନ୍ତି ନିମନ୍ତ୍ରଣ । ଅଧିକ ପଢନ୍ତୁ

ଭାରତ ଯୋଡୋ ଯାତ୍ରା ଏବେ ବିରୋଧୀ ଯୋଡ ଯାତ୍ରା
ଭାରତ ଯୋଡୋ ଯାତ୍ରା ଏବେ ବିରୋଧୀ ଯୋଡ ଯାତ୍ରା

ହାଇଦ୍ରାବାଦ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ଏବେ ବିରୋଧୀ ଯୋଡୋ ଯାତ୍ରାରେ ପରିଣତ ହୋଇଥିବା ମତ ପ୍ରକାଶ ପାଇଛି । ଜଣେ ପରେ ଜଣେ ବିରୋଧୀ ନେତା ଏହି ଯାତ୍ରାରେ ରାହୁଲଙ୍କ ସହ ଯୋଡି ହେବାରେ ଲାଗିଛନ୍ତି । ଆଜି (ମଙ୍ଗଳବାର) ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା । ଉତ୍ତର ପ୍ରଦେଶରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସେ ଆଜି ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ସେହିପରି ଆଜି ଭାରତୀୟ ଗୁଇନ୍ଦା ସଂସ୍ଥା RAWର ପୂର୍ବତନ ମୁଖ୍ୟ ଅମରଜିତ ସିଂ ଦୁଲାତ ରାହୁଲଙ୍କ ସହ ଯାତ୍ରାରେ ନଜର ଆସିଛନ୍ତି । କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ଏକ ଫଟୋ ସହ ସୂଚନା ସେୟାର କରିଛି ।

ସେହିପରି ଅନ୍ୟଜଣେ ବିଜେପି ବିରୋଧୀ ନେତ୍ରୀ ତଥା ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ମଧ୍ୟ ରାହୁଲଙ୍କ ସହ ଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା କୁହାଯାଇଛି । ଉତ୍ତର ପ୍ରଦେଶରେ ଯାତ୍ରା ପ୍ରବେଶ କରିସାରିଥିବା ବେଳେ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ଯାତ୍ରାରେ ସାମିଲ ହେବା ନେଇ ନିମନ୍ତ୍ରଣ କରିଛନ୍ତି । ତେବେ ଏନେଇ ଉଭୟ ରାହୁଲଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି । ରାହୁଲ କହିଥିଲେ ଯାତ୍ରାର ପ୍ରକୃତ ଉଦ୍ଦେଶ୍ୟ ବୁଝିଥିବା ଯେକୌଣସି ଦଳର କାର୍ଯ୍ୟକର୍ତ୍ତା କୌଣସି ସ୍ଥାନରେ ଯେକୌଣସି ଦିନରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇପାରିବେ । ଦେଶର ଏକତାକୁ ପୁଣି ଥରେ ଯୋଡିବା ପାଇଁ ଏହି ଯାତ୍ରାର ଆୟୋଜନ କରାଯାଇଛି । ଏଥିରେ ବିଶ୍ବାସ କରୁଥିବା ସମସ୍ତଙ୍କୁ ସ୍ବାଗତ ବୋଲି ରାହୁଲ କହିଥିଲେ ।

ଏହା ପୂର୍ବରୁ କନ୍ୟାକୁମାରୀରେ ଯାତ୍ରା ଆରମ୍ଭରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ରାହୁଲଙ୍କ ସହ ଯୋଡି ହୋଇଥିଲେ । କନ୍ୟାକୁମାରୀରେ ହୋଇଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ପରେ ଷ୍ଟାଲିନଙ୍କ ଭଉଣୀ ତଥା ଦଳର ସାଂସଦ କାନିମୋଝୀ ମଧ୍ୟ ରାହୁଲଙ୍କ ସହ ସାମିଲ ହୋଇ ପଦଯାତ୍ରା କରିଥିଲେ । ପର୍ଯ୍ୟାୟକ୍ରମେ ଏଥିରେ ବିଭିନ୍ନ ଦଳର ନେତା, ଅଭିନେତା ମଧ୍ୟ ସାମିଲ ହୋଇସାରିଛନ୍ତି ।

  • Former Special Director of the Indian Intelligence Bureau & former Secretary of Research and Analysis Wing (RAW) Shri A.S. Dulat joins Shri @RahulGandhi during the #BharatJodoYatra. A.S. Dulat also served as an advisor on J&K in the Vajpayee government after his retirement. pic.twitter.com/fMu6iaN7am

    — Congress (@INCIndia) January 3, 2023 " class="align-text-top noRightClick twitterSection" data=" ">

ସେହିପରି ମହାରାଷ୍ଟ୍ରରେ ଯାତ୍ରା ସମୟରେ ମଧ୍ୟ ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ ଏନସିପିର ନେତାମାନେ ଯାତ୍ରାରେ ସାମିଲ ହୋଇଥିଲେ । ସୁପ୍ରିୟା ସୋଲେ ଓ ଆଦିତ୍ୟ ଠାକରେ ରାହୁଲଙ୍କ ସହ ସାମିଲ ହୋଇ ପଦଯାତ୍ରା । ଅନ୍ୟ କିଛି ଅଭିନେତା, ଅଭିନେତ୍ରୀ ମଧ୍ୟ ସାମିଲ ହୋଇସାରିଛନ୍ତି । ନିଜର ଦଳ ଗଠନ କରି ଦକ୍ଷିଣ ରାଜନୀତିରେ ପ୍ରବେଶ କରିଥିବା ଲୋକପ୍ରିୟ ଅଭିନେତା କମଲହାସନ, ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ରାହୁଲଙ୍କ ସହ ସାମିଲ ହୋଇଥିଲେ । ସେହିପରି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗର୍ଭନର ରଘୁରାମ ରାଜନ ମଧ୍ୟ ଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏବେ ଭାରତୀୟ ଗୁଇନ୍ଦା ସଂସ୍ଥା (RAW)ର ପୂର୍ବତନ ମୁଖ୍ୟ ମଧ୍ୟ ଯାତ୍ରାରେ ରାହୁଲଙ୍କ ସହ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.