ETV Bharat / bharat

2018ରେ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲା: ଜାନୁଆରୀ 6ରେ କୋର୍ଟରେ ହାଜର ହେବେ ରାହୁଲ

author img

By ETV Bharat Odisha Team

Published : Dec 16, 2023, 8:41 PM IST

2018 ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲା: ଜାନୁଆରୀ 6 ରେ କୋର୍ଟରେ ହାଜର ହେବେ ରାହୁଲ
2018 ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲା: ଜାନୁଆରୀ 6 ରେ କୋର୍ଟରେ ହାଜର ହେବେ ରାହୁଲ

Rahul Gandhi summoned again on Jan 6 in 2018 case over remarks against Amit Shah; 2018 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ରାହୁଲ ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଶାହଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେ ଶାହଙ୍କୁ ଜଣେ ହତ୍ୟାକାରୀ ବୋଲି କହିଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 2018 ରେ ଅମିତ ଶାହଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ସମନ ଜାରି କରିଛନ୍ତି କୋର୍ଟ । ତାଙ୍କୁ ପୂର୍ବରୁ ଏହି ମାମଲାରେ କୋର୍ଟ ସମନ ଜାରି କରିଥିଲେ । ପୂର୍ବ ସମନ ଅନୁସାରେ, ଆଜି ତାଙ୍କୁ ହାଜର ହେବାର ଥିଲା । ହେଲେ ସେ ଅନୁପସ୍ଥିତ ରହିବା ପରେ ତାଙ୍କୁ ସାନି ସମନ ଜାରି କରାଯାଇଛି । ଆସନ୍ତାମାସ (ଜାନୁଆରୀ) 6 ତାରିଖରେ ହାଜର ହେବା ପାଇଁ ସାନି ସମନରେ ଉଲ୍ଲେଖ ରହିଛି ।

2018 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ରାହୁଲ ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଶାହଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେ ଶାହଙ୍କୁ ଜଣେ ହତ୍ୟାକାରୀ ବୋଲି କହିଥିବା ଅଭିଯୋଗ ହୋଇଥିଲା । ସେତେବେଳେ ସ୍ଥାନୀୟ ବିଜେପି ଜିଲ୍ଲା ସଭାପତି ବିଜୟ ମିଶ୍ରା 2018 ମସିହା ଅଗଷ୍ଟ 4 ତାରିଖରେ ସୁଲତାନପୁର ଏମପି/ଏମଏଲଏ କୋର୍ଟରେ ରାହୁଲଙ୍କ ବିରୋଧରେ ଏକ ଅପରାଧିକ ମାନହାନୀ ମାମଲା ରୁଜୁ କରିଥିଲେ । ତେବେ ଏବେ ଏହି ମାମଲାରେ କୋର୍ଟରେ ହାଜର ହେବାକୁ ସମନ ପାଇଛନ୍ତି ରାହୁଲ । ଏଥିରେ ସେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ 2 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ଦଣ୍ଡିତ ମଧ୍ୟ ହୋଇପାରନ୍ତି ।

କର୍ଣ୍ଣାଟକର ଅନ୍ୟ ଏକ କାର୍ଯ୍ୟକ୍ରମରେ ‘ମୋଦି ସାଙ୍ଗିଆ’ ମନ୍ତବ୍ୟ ମାମଲାରେ ନିକଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ରାହୁଲ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷ ଟାର୍ଗେଟ କରିବାକୁ ଯାଇ ‘ମୋଦି ସାଙ୍ଗୀଆ’ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ବିଭିନ୍ନ ସ୍ଥାନରେ ରାହୁଲଙ୍କ ନାମରେ ମାମଲା ରୁଜୁ କରିଥିଲେ ବିଜେପି କର୍ମୀ । ଯାହା ପରବର୍ତ୍ତୀ ସମୟରେ ରାହୁଲଙ୍କ ପ୍ରତି ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- ସଂସଦ ସୁରକ୍ଷା ବିଭ୍ରାଟ: ସବୁ ସାଂସଦଙ୍କୁ ବାଚସ୍ପତିଙ୍କ ଚିଠି, ସାଂସଦଙ୍କୁ ନିଲମ୍ବନ ସହ ଘଟଣାକୁ ଯୋଡ଼ା ନଯାଉ

ଗୁଜୁରାଟ ସୁରଟର ଏକ ସ୍ଥାନୀୟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲ ଦଣ୍ଡାଦେଶ ଦେବା ପରେ ତାଙ୍କ ଲୋକସଭା ସଦସ୍ୟତା ମଧ୍ୟ ରଦ୍ଦ ହୋଇଯାଇଥିଲା । ଏହା ବିରୋଧରେ ରାହୁଲ ଶେସନ କୋର୍ଟ, ହାଇକୋର୍ଟ ଓ ଶେଷରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମଧ୍ୟ ମାମଲା ଲଢିଥିଲେ । ଶେଷରେ ସେ ସର୍ବୋଚ୍ଚ କୋର୍ଟରୁ ତଳକୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ପାଇବା ସହ ଲୋକସଭା ସଦସ୍ୟତା ମଧ୍ୟ ଫେରିପାଇଥିଲେ । ଏବେ ପୁଣି ବିଜେପିର ଅନ୍ୟତମ ବରିଷ୍ଠ ନେତା ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାହୁଲ ଆଇନର ସାମ୍ନା କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.