ETV Bharat / bharat

ସଂସଦ ସୁରକ୍ଷା ବିଭ୍ରାଟ: ସବୁ ସାଂସଦଙ୍କୁ ବାଚସ୍ପତିଙ୍କ ଚିଠି, ସାଂସଦଙ୍କୁ ନିଲମ୍ବନ ସହ ଘଟଣାକୁ ଯୋଡ଼ା ନଯାଉ

author img

By ETV Bharat Odisha Team

Published : Dec 16, 2023, 7:16 PM IST

Speaker Om Birla Writes To All MPs On Parliament Security Breach: ସାଂସଦଙ୍କୁ ନିଲମ୍ବନ ସହ ଏହି ଘଟଣାର କିଛି ସମ୍ପର୍କ ନାହିଁ । ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଛି । ରିପୋର୍ଟ ଆସିଲେ, ଗୃହରେ ଉପସ୍ଥାପିତ ହେବ । ଅଧିକ ପଢ଼ନ୍ତୁ

ସଂସଦ ସୁରକ୍ଷା ବିଭ୍ରାଟ ନେଇ ସମସ୍ତ ସାଂସଦଙ୍କୁ ବାଚସ୍ପତିଙ୍କ ଚିଠି, ସାଂସଦଙ୍କୁ ନିଲମ୍ବନର ଘଟଣା ସହିତ କିଛି ସମ୍ପର୍କ ନାହିଁ
ସଂସଦ ସୁରକ୍ଷା ବିଭ୍ରାଟ ନେଇ ସମସ୍ତ ସାଂସଦଙ୍କୁ ବାଚସ୍ପତିଙ୍କ ଚିଠି, ସାଂସଦଙ୍କୁ ନିଲମ୍ବନର ଘଟଣା ସହିତ କିଛି ସମ୍ପର୍କ ନାହିଁ

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗରେ ସମସ୍ତ ସାଂସଦଙ୍କୁ ଚିଠି ଲେଖିଛନ୍ତି ବାଚସ୍ପତି ଓମ ବିର୍ଲା । ଉଚ୍ଚସ୍ତରୀୟ କମିଟି ଦ୍ବାରା ଘଟଣାର ତଦନ୍ତ ଜାରି ରହିଛି । ସଂସଦର ସୁରକ୍ଷାର ପ୍ରତ୍ୟେକ ଦିଗକୁ ଅନୁଧ୍ୟାନ କରିବା ପାଇଁ ଅନ୍ୟ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଲୋକସଭାର 13 ସାଂସଦଙ୍କୁ ଅଧିବେଶନରୁ ନିଲମ୍ବନ କରାଯିବା ସହ ଏହି ସୁରକ୍ଷା ବିଭ୍ରାଟ ଘଟଣାର କୌଣସି ସମ୍ପର୍କ ନାହିଁ । ତେଣୁ ଏହି ଉଭୟ ଘଟଣାକୁ କିଛି ସଦସ୍ୟ ଓ କିଛି ରାଜନୈତିକ ଦଳ ପରସ୍ପର ସହ ଯୋଡିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବାଚସ୍ପତି ବିର୍ଲା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

  • Lok Sabha Speaker Om Birla writes to all the MPs over Parliament security breach matter.

    The letter reads, "...A high-level inquiry committee has been constituted for an in-depth investigation of the incident...I have also constituted a High Powered Committee which will review… pic.twitter.com/hYnhuDIEqD

    — ANI (@ANI) December 16, 2023 " class="align-text-top noRightClick twitterSection" data=" ">

ସାଂସଦଙ୍କ ଉଦ୍ଦେଶ୍ୟରେ ଲିଖିତ ଏହି ଦୁଇ ପୃଷ୍ଠା ବିଶିଷ୍ଟ ବିସ୍ତୃତ ଚିଠିରେ ବାଚସ୍ପତି ବିର୍ଲା ଲେଖିଛନ୍ତି,‘‘କେଉଁ ପରିସ୍ଥିତିରେ ଏପ୍ରକାର ଅଭାବନୀୟ ଘଟଣା ଘଟିଲା, ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇସାରିଛି । ଏହି କମିଟି ତାର କାର୍ଯ୍ୟ ଜାରି ରଖିଛି । କମିଟି ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବା ପରେ ଗୃହକୁ ଏ ସମ୍ପର୍କରେ ନିଶ୍ଚିତ ଅବଗତ କରାଯିବ । ସଂସଦ ଭବନର ସୁରକ୍ଷା ସହ ଜଡିଡ ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପାଇଁ ମୁଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛି । ଏହି କମିଟି ସେ ତମାମ ଦିଗ ଉପରେ ତଦନ୍ତ କରିବ । ଏହି ପ୍ରକାର ଅପ୍ରିତିକର ଘଟଣାକୁ ଆଗାମି ଦିନରେ ଏଡାଇବା ପାଇଁ ଏହି କମିଟି ଅନୁଧ୍ୟାନ କରୁଛି । ଲୋକସଭାର 13 ସାଂସଦଙ୍କୁ ଶୀତ ଅଧିବେଶନରୁ ନିଲମ୍ବିତ କରାଯିବା ସହ ଏହି ସୁରକ୍ଷା ବିଭ୍ରାଟ ଘଟଣାର କୌଣସି ସମ୍ପର୍କ ନାହିଁ । ତେଣୁ କିଛି ରାଜନୈତିକ ଦଳ ଓ ସାଂସଦ ଉଭୟ ପ୍ରସଙ୍ଗକୁ ପରସ୍ପରକୁ ଯୋଡିବା ଅତି ଦୁର୍ଭାଗ୍ୟପୂର୍ଣ୍ଣ ।’’

  • #WATCH | On Lok Sabha Speaker Om Birla's letter, Union Minister & Leader of House in Rajya Sabha, Piyush Goyal says, "...All the MPs should rise above party line and worry about Parliament's security and its functioning. It requires our collective participation...To ensure this… https://t.co/vmCmOIVL6a pic.twitter.com/iqV8e8ClGO

    — ANI (@ANI) December 16, 2023 " class="align-text-top noRightClick twitterSection" data=" ">

13 ତାରିଖରେ ସଂସଦ ଅଧିବେଶନ ଚାଲିଥିବା ବେଳେ ଲୋକସଭାରେ ଦୁଇ ଉପଦ୍ରବକାରୀ ଭିଜିଟର ପାସରେ ପ୍ରବେଶ କରି ଉତ୍ପାତ ମଚାଇଥିଲେ । ଗୃହରେ କଲର ଧୂଆଁ ବିସ୍ଫୋରଣ କରିବା ସହ ବେଶ କିଛି ସମୟ ଉପଦ୍ରବ କରିଥିଲେ । ଗୃହକୁ ମୁଲତବୀ କରାଯାଇଥିଲା । ସାଂସଦ ଓ ସୁରକ୍ଷାକର୍ମୀ ଉଭୟଙ୍କୁ କାବୁ କରିଥିଲେ । ସମାନ ଢାଞ୍ଚାରେ ସଂସଦ ପରିସର ବାହାରେ ମଧ୍ୟ ଜଣେ ମହିଳାଙ୍କ ସହ ଦୁଇଜଣ ଉପଦ୍ରବାକାରୀଙ୍କୁ ଗିରଫ କରିଥିଲା ପୋଲିସ । ଏପର୍ଯ୍ୟନ୍ତ ଏହି ଘଟଣାରେ ମୋଟ 6 ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଲାଣି । ଆତଙ୍କବାଦ ସମେତ ଏକାଧିକ ଦିଗରୁ ଉଚ୍ଚସ୍ତରୀୟ କମିଟି ଏହି ଘଟଣାର ତଦନ୍ତ ଜାରି ରଖିଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ‘ଉପା’ ଆକ୍ଟରେ ମାମଲା ରୁଜୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭାରେ ସଞ୍ଜୟଙ୍କ ସ୍ଥାନ ନେଲେ ରାଘବ: ଫ୍ଲୋର ଲିଡର କଲା AAP

ଘଟଣାର ପରଦିନ (14 ତାରିଖ) ରେ ସଦନର ସୁରକ୍ଷା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ଘଟଣା ନେଇ ଗୃହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବି କରି ହଟ୍ଟଗୋଳ କରିଥିଲେ ବିରୋଧୀ । ବିଶୃଙ୍ଖଳିତ ଆଚରଣ ଓ ଚେୟାରକୁ ଅସମ୍ମାନ ଅଭିଯୋଗରେ ଲୋକସଭାରୁ 13 ଓ ରାଜ୍ୟସଭାରୁ ଜଣେ ସାଂସଦଙ୍କୁ ମିଶାଇ ମୋଟ 14 ଜଣଙ୍କୁ ଚଳିତ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଛି । ଯାହାକୁ ବିରୋଧୀ ଅସାମ୍ବିଧାନିକ ବୋଲି କହିଛନ୍ତି । ଆଜି ଏହି ଉଭୟ ପ୍ରସଙ୍ଗରେ ବାଚସ୍ପତି ଓମ ବିର୍ଲା ସମସ୍ତ ସାଂସଦଙ୍କୁ ଚିଠି ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.