ETV Bharat / bharat

ରାହୁଲ ଗାନ୍ଧୀ ଏବେ ବି ୧୯୬୨ରେ ରହୁଛନ୍ତି: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

author img

By

Published : Dec 27, 2022, 5:36 PM IST

Etv Bharat
Etv Bharat

ରାହୁଲ ଗାନ୍ଧୀଙ୍କ ଭାରତ ଅସୁରକ୍ଷିତ ଥିବା ମନ୍ତବ୍ୟକୁ ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (Union minister Anurag Thakur targets Rahul Gandhi) । ରାହୁଲ ଗାନ୍ଧୀ ଏବେ ବି ୧୯୬୨ ମସିହାରେ ରହୁଥିବା ସହ ଭାରତୀୟ ଯବାନଙ୍କୁ ବାରମ୍ବାର ଅପମାନିତ କରୁଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (Union minister Anurag Thakur)। 'ଚୀନ ଓ ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବାରୁ ଭାରତ ଏବେ ଅସୁରକ୍ଷିତ' ଥିବା ନେଇ ଏକ ମନ୍ତବ୍ୟ ରଖିଥିଲେ ରାହୁଲ । ଏହି ମନ୍ତବ୍ୟକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ଅନୁରାଗ । ସେ କହିଛନ୍ତି କଂଗ୍ରେସ ନେତା ରାହୁଲ ବୋଧ ହୁଏ ଏବେ ବି ୧୯୬୨ ମସିହାରେ ରହୁଛନ୍ତି (Rahul Gandhi still live in 1962 says Union minister Anurag) । ଭାରତୀୟ ଯବାନଙ୍କ ମନୋବଳ ଭାଙ୍ଗିବା ଲାଗି ସେ କାହାକୁ ବି ଅନୁମତି ଦେବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ।

ଗତ କିଛି ଦିନ ତଳେ ରାହୁଲ ଗାନ୍ଧୀ ନିଜ ବୟାନରେ କହିଥିଲେ, ଭାରତୀୟ ସେନା ଓ ଭାରତ ଅସୁରକ୍ଷିତ । ଏହି ସମୟରେ ତାଙ୍କ ସହିତ ଜଣେ ଅବସରପ୍ରାପ୍ତ ଭାରତୀୟ ଯବାନ ମଧ୍ୟ ଥିଲେ । ରାହୁଲ କହିଥିଲେ, "ଆମର ୨ ଶତ୍ରୁ ରାଷ୍ଟ୍ର ଚୀନ ଓ ପାକିସ୍ତାନ ଏବେ ଅଲଗା ନୁହଁନ୍ତି । ସେମାନେ ମିଳିତ ଭାବରେ ଭାରତ ଉପରେ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି । ଯଦି ଭାରତ କୌଣସି ଗୋଟିଏ ରାଷ୍ଟ୍ର ସହ ଯୁଦ୍ଧ କରେ ତେବେ ଏହା ଉଭୟ ରାଷ୍ଟ୍ର ସହ ଯୁଦ୍ଧରେ ପରିଣତ ହେବ । ଭାରତ ଏବେ ଅତ୍ୟନ୍ତ ଅସୁରକ୍ଷିତ ରହିଛି ।" ଏକ ୫ମିନିଟ ସମୟର ଭିଡିଓରେ ରାହୁଲ ଏପରି କହିଥିଲେ ।

ଏହା ବି ପଢନ୍ତୁ- ପରସ୍ପରର ସାଥୀରେ ଚୀନ-ପାକିସ୍ତାନ, ଭାରତ ଏବେ ଅସୁରକ୍ଷିତ: ରାହୁଲ

ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ । ସେ କହିଛନ୍ତି, "ରାହୁଲ ଗାନ୍ଧୀ ବୋଧ ହୁଏ ଏବେ ବି ୧୯୬୨ ମସିହା ଯୁଗରେ ରହୁଛନ୍ତି । ଆପଣ ବାରମ୍ବାର ଭାରତୀୟ ଯବାନଙ୍କୁ ଅପମାନିତ କରିପାରିବେ ନାହିଁ । କଂଗ୍ରେସ ପାର୍ଟି କ'ଣ ଭାରତୀୟ ଯବାନଙ୍କ ମନୋବଳ ଭାଙ୍ଗିବା ଲାଗି ନିଷ୍ପତ୍ତି ନେଇସାରିଛି ନା ଭାରତୀୟ ଯବାନଙ୍କ ଉପରେ ଦଳର ବିଶ୍ବାସ ନାହିଁ ?" ସେ ଦଳକୁ ସମାଲୋଚନା କରି କହିଛନ୍ତି, "କଂଗ୍ରେସ ଶାସନ ସମୟରେ ଭାରତୀୟ ଯବାନଙ୍କ ନିକଟରେ ବରଫାଞ୍ଚଳବର୍ତ୍ତୀ ସୀମାରେ ପିନ୍ଧିବା ଲାଗି ବୁଟ୍‌ କିମ୍ବା ସୁ୍‌ଟ୍‌ ନଥିଲା । ଏହାସହିତ ବୁଲେଟପ୍ରୁଫ ଜ୍ୟାକେଟ କିମ୍ବା ଫାଇଟର ପ୍ଲେନ ନଥିଲା । ତଥାପି ସେମାନେ ବୀରତ୍ବ ଦେଖାଇଛନ୍ତି ।"

ଏବେ ଭାରତୀୟ ଯବାନଙ୍କୁ ଆହୁରି ପ୍ରଭାବଶାଳୀ କରିବା ସହ ଶତ୍ରୁପକ୍ଷ ସହ ଲଢିବା ଲାଗି ଅନେକ ଅତ୍ୟାଧୁନିକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି । ସର୍ଜିଟାଲ ଷ୍ଟ୍ରାଇକ ମାଧ୍ୟମରେ ଭାରତୀୟ ଯବାନଙ୍କ ପରାକ୍ରମର ଝଲକ ଦେଖିଥିଲା ସାରା ବିଶ୍ବ । ଏହାସହିତ ଡୋକାଲାମରେ ଶତ୍ରୁ ପକ୍ଷକୁ ଉଚିତ ଜବାବ ଦେଇଥିଲା । ଯେକୌଣସି ପରିସ୍ଥିତିରେ ଭାରତକୁ ସୁରକ୍ଷା ଯୋଗାଇବା ଲାଗି ଯବାନ ପ୍ରତିଟି ପ୍ରତିକୂଳ ପରିସ୍ଥିତିକୁ ସାମନା କରିପାରିବେ । ତେବେ ଭାରତୀୟ ଯବାନଙ୍କ ପ୍ରତି କଂଗ୍ରେସ ନେତା ରାହୁଲଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.