ETV Bharat / bharat

Modi Surname Defamation Case: ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ରାହୁଲ

author img

By

Published : Jul 15, 2023, 7:31 PM IST

Defamation case: ଗୁଜୁରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ ରାହୁଲ
Defamation case: ଗୁଜୁରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ ରାହୁଲ

‘ମୋଦି ସାଙ୍ଗିଆ’ ଅପରାଧିକ ମାନହାନୀ ମାମଲାରେ ଗୁଜୁରାଟ ହାଇକୋର୍ଟଙ୍କ ବିରୋଧରେ ସର୍ବୋଚ୍ଚ କୋର୍ଟ ଗଲେ ରାହୁଲ ଗାନ୍ଧୀ । ମାର୍ଚ୍ଚ 23ରେ ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଯାଇଥିଲା ସାଂସଦ ପଦ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 2019 ମସିହାର ‘ମୋଦି ସାଙ୍ଗିଆ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ତଥା ଦଳର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ । ସର୍ବୋଚ୍ଚ କୋର୍ଟ ତାଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଆବେଦନରେ ଦର୍ଶାଇଛନ୍ତି ରାହୁଲ ।

  • Congress leader Rahul Gandhi moves Supreme Court challenging Gujarat High Court order passed on July 7 in connection with a 2019 defamation case.

    On July 7, Gujarat HC dismissed Rahul Gandhi's plea and upheld Sessions' court order denying a stay on conviction.

    — ANI (@ANI) July 15, 2023 " class="align-text-top noRightClick twitterSection" data=" ">

ଏହି ବହୁଚର୍ଚ୍ଚିତ ମାମଲାରେ ମାର୍ଚ୍ଚ 23 ତାରିଖରେ ରାହୁଲଙ୍କୁ ଗୁଜୁରାଟର ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ମଧ୍ୟ କରିଛନ୍ତି । ଏହି ଦଣ୍ଡାଦେଶ ଘୋଷଣା ହେବାର ମାତ୍ର ଗୋଟିଏ ଦିନ ପରେ ଅର୍ଥାତ 24 ତାରିଖରେ ରାହୁଲଙ୍କ ସାଂସଦ ପଦ ରଦ୍ଦ କରିଦିଆଯାଇଥିଲା । ପରେ ଏହି ମାମଲାରେ ରାହୁଲ ସୁରଟ ଶେସନ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇ ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ଆବେଦନ କରିଥିଲେ । ସେଠାରୁ ତାଙ୍କୁ ନିରାଶ ହେବାକୁ ପଡିଥିଲା ।

ଚଳିତ ମାସ 7 ତାରିଖରେ ଗୁଜୁରାଟ ହାଇକୋର୍ଟରୁ ହୋଇଥିଲେ ନିରାଶ:-

ରାହୁଲ ପୁଣି ଗୁଜୁରାଟ ହାଇକୋର୍ଟରେ ସମାନ ଆବେଦନ ସହ ଦ୍ବାରସ୍ଥ ହୋଇଥିଲେ । ଚଳିତ ମାସ (ଜୁଲାଇ) 7 ତାରିଖରେ ଗୁଜୁରାଟ ହାଇକୋର୍ଟ ରାହୁଲଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଶେସନ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଉପରେ ରୋକ ଲଗାଇବାକୁ ମନା କରିବା ସହ ତଳ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ଗୁଜୁରାଟ ହାଇକୋର୍ଟ । ରାହୁଲ ଏବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ମାସ (ଜୁଲାଇ) 17 ତାରିଖରେ ସର୍ବୋଚ୍ଚ କୋର୍ଟରେ ରାହୁଲଙ୍କ ଆବେଦନର ଶୁଣାଣି ହୋଇପାରେ ।

ମାର୍ଚ୍ଚ 23 ରେ ଦଣ୍ଡାଦେଶ 24 ରେ ପଦ ରଦ୍ଦ :-

ମାର୍ଚ୍ଚ 23 ତାରିଖରେ ଦଣ୍ଡାଦେଶ ଆସିବା ପରେ ମାର୍ଚ୍ଚ 24 ତାରିଖରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିଦିଆଯାଇଥିଲା । ପରେ ତାର ମାତ୍ର 3 ଦିନ ପରେ ତାଙ୍କୁ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ନୋଟିସ ମିଳିଥିଲା । ରାହୁଲ ସାଂସଦ ନିର୍ବାଚିତ ହେବା ପରେ 2005 ମସିହାରୁ ଦିଲ୍ଲୀର 12-ତୋଗଲକ ରୋଡରେ ଥିବା ସରକାରୀ ବାସଭବନ ଖାଲି କରି ମା’ ସୋନିଆଙ୍କ ବଙ୍ଗଳାକୁ ଯିବାକୁ ବାଧ୍ୟ ହୋଇଥିଲେ । ଏବେ ନିଜ ଦଣ୍ଡାଦେଶ ବରୋଧରେ ନ୍ୟାୟିକ ଲଢେଇ ଲଢୁଥିବା ରାହୁଲ ଗୋଟିଏ ପରେ ଗୋଟିଏ କୋର୍ଟରୁ ନିରାଶ ହେବା ପରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତ:-Rahul Gandhi Conviction: 13 ପର୍ଯ୍ୟନ୍ତ ବେଲ୍‌, ମେ 3ରେ ଦୋଷୀ ସାବ୍ୟସ୍ତ ମାମଲାର ଶୁଣାଣି

କ’ଣ ଏହି ମୋଦି ‘ସାଙ୍ଗିଆ ମାମଲା’:-

2019ରେ କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏହି ସାଙ୍ଗିଆ ମାମଲା ବିବାଦୀୟ ବୟାନ ଦେଇଥିଲେ । ଦେଶରେ ସବୁ ଚୋରଙ୍କ ନାମ ମୋଦି କିପରି ହୋଇପାରେ ବୋଲି କହିଥିଲେ ରାହୁଲ । ଯାହାକୁ ନେଇ ବିଜେପି ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଏତଲା ଦେଇଥିଲା । ଗୁଜୁରାଟରେ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ପୁର୍ଣ୍ଣେସ ମୋଦି ରାହୁଲଙ୍କ ବିରୋଧରେ କରିଥିବା ଅପରାଧିକ ମାନହାନୀ ମାମଲାରେ ମାର୍ଚ୍ଚ 23 ତାରିଖରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଥିଲା । ଏହି ଦଣ୍ଡାଦେଶ ରାହୁଲଙ୍କ ରାଜନୈତିକ କ୍ୟାରିଅର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.