ETV Bharat / bharat

Rahul Gandhi Conviction: 13 ପର୍ଯ୍ୟନ୍ତ ବେଲ୍‌, ମେ 3ରେ ଦୋଷୀ ସାବ୍ୟସ୍ତ ମାମଲାର ଶୁଣାଣି

author img

By

Published : Apr 3, 2023, 4:02 PM IST

ସୁରଟ ଶେସନ କୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ନିୟମିତ ବେଲ । 13 ତାରିଖରେ ପରବର୍ତ୍ତୀ ଶୁଣାଣି । ମେ’ 3 ରେ ଦୋଷୀ ସାବ୍ୟସ୍ତ ମାମଲାର ଶୁଣାଣି । ଅଧିକ ପଢନ୍ତୁ

Rahul Gandhi Conviction
Rahul Gandhi Conviction

ଗାନ୍ଧୀନଗର: ରାହୁଲ ଗାନ୍ଧୀଙ୍କୁ ସୁରଟ ଶେସନ କୋର୍ଟରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆଜି ସୁରଟ ଶେସନ କୋର୍ଟରେ ରାହୁଲ ଗାନ୍ଧୀ ହାଜର ହୋଇଥିଲେ । ଆଜି(ସୋମବାର) ଶୁଣାଣିରେ ରାହୁଲଙ୍କୁ ଚଳିତ ମାସ 13 ତାରିଖ ପର୍ଯ୍ୟନ୍ତ ନିୟମିତ ବେଲ୍‌ ପ୍ରଦାନ କରିଛନ୍ତି କୋର୍ଟ । ମେ’ 3ରେ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଚ୍ୟାଲେଞ୍ଜ ପିଟିସନ ଉପରେ ଶୁଣାଣି ହେବା ନେଇ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

  • Hearing in the case challenging Congress leader Rahul Gandhi's conviction in a defamation case will next be held on May 3 in Surat Court pic.twitter.com/PPQNr4moxH

    — ANI (@ANI) April 3, 2023 " class="align-text-top noRightClick twitterSection" data=" ">

ଆଜି ମଧ୍ୟାହ୍ନରେ ରାହୁଲ ଗାନ୍ଧୀ ସୁରଟ ଶେସନ କୋର୍ଟରେ ପହଞ୍ଚିଥିଲେ । ସାଙ୍ଗରେ ଭଉଣୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ କିଛି ବରିଷ୍ଠ ଦଳୀୟ ନେତା ମଧ୍ୟ ଥିଲେ । କୋର୍ଟରୁ ରାହୁଲଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ପୂର୍ବର ରାହୁଲଙ୍କୁ ସୁରଟ ମାଜିଷ୍ଟ୍ରେଟ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ 30 ଦିନ ପାଇଁ ଅନ୍ତରୀଣ ବେଲ ମଧ୍ୟ ପ୍ରଦାନ କରିଥଲେ । ଆଜି ତାଙ୍କୁ ଉପର କୋର୍ଟରୁ ନିୟମିତ ବେଲ ମିଳିଛି ।

ଆଜି ରାହୁଲ ଗାନ୍ଧୀଙ୍କ ସହ 3 କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ସୁରଟ ଗସ୍ତ କରିଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ, ଛତିଶଗତ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଦଳର ବରିଷ୍ଠ ନେତା ଦିଗବିଜୟ ସିଂ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 13 ତାରିଖରେ ହେବାକୁ ଥିବା ବେଳେ ରାହୁଲ ପୁଣି ଥରେ ସୁରଟ ଆସିପାରନ୍ତି । ନହେଲେ ସେ ନିଜ ଓକିଲଙ୍କ ଜରିଆରେ ମଧ୍ୟ କୋର୍ଟରେ ପକ୍ଷ ରଖିପାରିବେ ।

ଗତମାସ(ମାର୍ଚ୍ଚ) 23ରେ ମାନହାନୀ ମାମଲାରେ ସୁରଟ ମାଜିଷ୍ଟ୍ରେଟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ହେଲେ ଦଣ୍ଡାଦେଶ ପରେ ରାହୁଲଙ୍କୁ ତୁରନ୍ତ 30 ଦିନିଆ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମଧ୍ୟ ପ୍ରଦାନ କରିଥିଲେ କୋର୍ଟ । ଆଜି ସେ ଶେସନ କୋର୍ଟରେ ହାଜର ହୋଇ 13 ଏପ୍ରିଲ ପର୍ଯ୍ୟନ୍ତ ନିୟମିତ ବେଲ୍‌ ପାଇଛନ୍ତି ।

2019 ସାଧାରଣ ନିର୍ବାଚନରେ କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ରାହୁଲ ଏହି ସମାଲୋଚନାମୂଳକ ମନ୍ତବ୍ୟ ଦେଇ ଫସିଥିଲେ । ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ହୋଇଥିଲା । ଘଟଣାର 4 ବର୍ଷ ପରେ ରାହୁଲଙ୍କୁ ଦୁଇଟି ଦଫାରେ ସୁରଟ ଜିଲ୍ଲା କୋର୍ଟ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ସାଂସଦ ପଦକୁ ମଧ୍ୟ ରଦ୍ଦ କରି ଦିଆଯାଇଛି । ଆଜି ସେ କୋର୍ଟରୁ ନିୟମିତ ବେଲ ପାଇଥିଲେ ସୁଦ୍ଧା ତାହା ତାଙ୍କର ସଭ୍ୟପଦ ରଦ୍ଦ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.