ETV Bharat / bharat

Bharat Jodo Yatr-2: ଅରୁଣାଚଳରୁ ଗୁଜୁରାଟ, ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ !

author img

By

Published : Aug 5, 2023, 10:24 PM IST

Bharat Jodo Yatra 2: ଅରୁଣାଚଳରୁ ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ
Bharat Jodo Yatra 2: ଅରୁଣାଚଳରୁ ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ

ଅରୁଣାଚଳରୁ ଗୁଜୁରାଟ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିବେ ରାହୁଲ । ଦଳୀୟ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 'ମୋଦି' ସାଙ୍ଗିଆ ଅପରାଧିକ ମାନହାନୀ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ବସ୍ତି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର 'ଭାରତ ଯୋଡା ଯାତ୍ରା'ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଥମ ପର୍ଯ୍ୟାରେ ଦକ୍ଷିଣରୁ ଉତ୍ତରକୁ ସଂଯୋଗ କରି କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିଥିବା ରାହୁଲ ଦ୍ବିତୀୟ ପର୍ଯ୍ୟାୟରେ ଉତ୍ତର-ପୂର୍ବ ଅରୁଣାଚଳ ପ୍ରଦେଶରୁ ପଶ୍ଚିମରେ ଗୁଜୁରାଟକୁ ଯାତ୍ରା ଆରମ୍ଭ କରିବେ । ତେବେ ଏନେଇ ବିବରଣୀ ପ୍ରକାଶ ପାଏଇନଥିବା ବେଳେ ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ଆସାମ ବିଧାନସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ଦେବବ୍ରତ ସାଇକିଆ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦୁଇ ବର୍ଷ ଦଣ୍ଡାଦେଶକୁ ସ୍ଥିଗତାଦେଶ ଶୁଣାଇଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସାଇକିଆ ସର୍ବୋଚ୍ଚ ଅଦାଲତର ରାୟକୁ ଏହାକୁ ଗଣତନ୍ତ୍ର ଏବଂ ନ୍ୟାୟପାଳିକାର ବିଜୟ ବୋଲି କହିଛନ୍ତି । ଦେଶରେ ସୁସ୍ଥ ଗଣତନ୍ତ୍ର ଏବଂ ମୂଲ୍ୟବୋଧକୁ ବଜାୟ ରଖିବାରେ ବିରୋଧୀ ଦଳର ଭୂମିକା ଥିବା କହିଛନ୍ତି । ରାହୁଲ ଆରମ୍ଭ କରିବାକୁ ଯାଉଥିବା ଭାରତ ଯୋଡୋ ଯାତ୍ରାର ନିର୍ଦ୍ଦିଷ୍ଟ ବିବରଣୀ ଏପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ଅରୁଣାଚଳ ପ୍ରଦେଶର ପାସିଘାଟରୁ ଏହି ଯାତ୍ରା ଆରମ୍ଭ ହେବା ନେଇ ଆଶା କରାଯାଉଛି । ଉତ୍ତର ଓ ଦକ୍ଷିଣ ଭାରତ ପରେ ଉତ୍ତର-ପୂର୍ବ ରାଜ୍ୟଗୁଡିକର ବିବିଧ ସଂସ୍କୃତି ଏବଂ ସମ୍ପ୍ରଦାୟ ସହିତ ଦଳ ଯୋଡି ହେବାକୁ ପ୍ରୟାସ କରିବ ।

ଏହା ମଧ୍ୟ ପଢନ୍ତୁ:-Comeback Rahul: ପୁଣି ସଂସଦରେ ଗର୍ଜିବେ ରାହୁଲ, ଫେରିବ ସାଂସଦ ପଦ

ଗତକାଲି ଅଗଷ୍ଟ (4 ତାରିଖ) ମୋଦି ସାଙ୍ଗିଆ ମାନହାନୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ । ଗୁୁଜୁରାଟ ହାଇକୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ସର୍ବୋଚ୍ଚ କୋର୍ଟ । ଏହା ପରେ ରାହୁଲଙ୍କ ସଦସ୍ୟତା ଫେରିବା ନେଇ ଏକପ୍ରକାର ବାଟ ଫିଟିଛି । ଏହା ପରେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଲୋକସଭା ବାଚସ୍ପତିଙ୍କ ନିକଟରେ ସଦସ୍ୟତା ଫେରାଇବା ପାଇଁ ଦାବି କରିଛନ୍ତି । ସଦସ୍ୟତା ଫେରିଲେ ଚଳିତ ଅଧିବେଶନରେ ଗୃହରେ ପ୍ରବେଶ କରିବେ ରାହୁଲ ।

କ’ଣ ଥିଲା ମାମଲା:-

2019ରେ କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏହି ସାଙ୍ଗିଆ ମାମଲା ବିବାଦୀୟ ବୟାନ ଦେଇଥିଲେ । ଦେଶରେ ସବୁ ଚୋରଙ୍କ ନାମ ମୋଦି କିପରି ହୋଇପାରେ ବୋଲି କହିଥିଲେ ରାହୁଲ । ଯାହାକୁ ନେଇ ବିଜେପି ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଏତଲା ଦେଇଥିଲା । ଗୁଜୁରାଟରେ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ପୁର୍ଣ୍ଣେସ ମୋଦି ରାହୁଲଙ୍କ ବିରୋଧରେ କରିଥିବା ଅପରାଧିକ ମାନହାନୀ ମାମଲାରେ ମାର୍ଚ୍ଚ 23 ତାରିଖରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଥିଲା । ଏହି ଦଣ୍ଡାଦେଶ ରାହୁଲଙ୍କ ରାଜନୈତିକ କ୍ୟାରିଅର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏହା ପରେ ସେ ହାଇକୋର୍ଟ ଓ ପରେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.