ETV Bharat / bharat

Comeback Rahul: ପୁଣି ସଂସଦରେ ଗର୍ଜିବେ ରାହୁଲ, ଫେରିବ ସାଂସଦ ପଦ

author img

By

Published : Aug 4, 2023, 3:39 PM IST

ପୁଣି ସଂସଦରେ ଗର୍ଜିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବାକି ଥିବା ମୌସୁମୀ ଅଧିବେଶନରେ ମଧ୍ୟ ଅଂଶଗ୍ରହଣ କରିବେ । ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲଙ୍କ ସାଂସଦ ପଦ ଫେରିବାକୁ ନେଇ ଉଠିଛି ଚର୍ଚ୍ଚା । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ପୁଣି ସଂସଦରେ ଗର୍ଜିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ମୋଦି ସାଙ୍ଗିଆ ମାନହାନୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ରାହୁଲଙ୍କ ସଦସ୍ୟତା ଫେରିବା ନେଇ ଏକପ୍ରକାର ବାଟ ଫିଟିଛି । ସୁପ୍ରିମକୋର୍ଟଙ୍କ ଏହି ରାୟର ଅର୍ଥ ଯେପର୍ଯ୍ୟନ୍ତ ରାହୁଲଙ୍କ ବିରୋଧରେ ଚୂଡ଼ାନ୍ତ ରାୟ ଆସିନାହିଁ ସେପର୍ଯ୍ୟନ୍ତ ତାଙ୍କ ସଦସ୍ୟତା ବଳବତ୍ତର ରହିବ । ରାହୁଲଙ୍କୁ ସୁପ୍ରିମ ଆଶ୍ବସ୍ତି ମିଳିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ।

ଏହି ରାୟ ଆସିବା ପରେ କଂଗ୍ରେସ ଭବନରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସତ୍ୟର ଜୟ ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ କରି କୁହାଯାଇଛି । ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ସଦନରେ ଚାଲିଥିବା ମୌସୁମୀ ଅଧିବେଶନରେ ରାହୁଲ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଏହାସହ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବରେ ମଧ୍ୟ ରାହୁଲ ଅଂଶଗ୍ରହଣ କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ସମ୍ପର୍କରେ ଲୋକସଭା ସଚିବାଳୟଙ୍କୁ ଅବଗତ କରାଯିବ । ଏହାପରେ ରାହୁଲଙ୍କ ସଦସ୍ୟତା ବା ସାଂସଦ ପଦ ଫେରିବ କି ନାହିଁ ତାହା ଉପରେ ସଚିବାଳୟ ନିଷ୍ପତ୍ତି ନେବେ ।

ଏହା ବି ପଢନ୍ତୁ- Modi Surname remark: ରାହୁଲଙ୍କୁ ସୁପ୍ରିମ ଆଶ୍ବସ୍ତି, ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ

ଏହି ପ୍ରକ୍ରିୟାରେ ଅଧିକ ସମୟ ଲାଗିବ ନାହିଁ । ଆସନ୍ତା ମଙ୍ଗଳବାର ରାହୁଲ ସଦନର ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରିବେ ବୋଲି କୁହାଯାଇଛି । ଏ ନେଇ ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, " ଆଜି କଂଗ୍ରେସ ପାଇଁ ଖୁସିର ଦିନ । ସୁପ୍ରିମକୋର୍ଟଙ୍କ ରାୟର ଏକ କପି ମୁଁ ଲୋକସଭା ସଚିବାଳୟଙ୍କ ନିକଟରେ ପହଞ୍ଚାଇବା ଲାଗି ଚେଷ୍ଟା କରିବି ।" ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଥିବା ବେଳେ ଅନେକ କଂଗ୍ରେସ ନେତା ଏ ନେଇ ଖୁସିବ୍ୟକ୍ତ କରିବା ସହ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି ।

  • Truth Alone Triumphs!

    We welcome the verdict by the Hon’ble Supreme Court giving relief to Shri @RahulGandhi.

    Justice has been delivered. Democracy has won. The Constitution has been upheld.

    BJP’s conspiratorial hounding of Shri Gandhi has been thoroughly exposed.

    Time for…

    — Mallikarjun Kharge (@kharge) August 4, 2023 " class="align-text-top noRightClick twitterSection" data=" ">

କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ !:- ମିଡିଆ ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିପାରେ । ଅନ୍ୟପଟେ UPA ସରକାର ବଦଳରେ ୨୬ ଦଳକୁ ନେଇ ଗଠନ ହୋଇଥିବା ବିରୋଧୀ ମହାମେଣ୍ଟ 'ଇଣ୍ଡିଆ'ର ଏକ ବୈଠକରେ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଦଳ କୌଣସି ପଦ ପାଇଁ ଆଶାୟୀ ନୁହେଁ ।

ରାୟ ବେଳେ କଣ କହିଲେ ସୁପ୍ରିମକୋର୍ଟ? :- ରାହୁଲ ଗାନ୍ଧୀ କେରଳ ୱାୟନାଡ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଆଜି ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରିବା ସମୟରେ କହିଥିଲେ, "ରାହୁଲ ଯେଉଁ ଶବ୍ଦର ବ୍ୟବହାର କରିଥିଲେ, ତାହା ମାନହାନୀ ସୀମା ମଧ୍ୟରେ ଆସୁଛି । ତାଙ୍କୁ ନିଶ୍ଚିତ ଭାବରେ ସାବଧାନ ହେବାର ଥିଲା । ହେଲେ ରାହୁଲଙ୍କ ଲାଗି ୱାୟନାଡବାସୀ କଣ ପାଇଁ ଦଣ୍ଡ ଭୋଗିବେ ? ଯେତେବେଳେ ମୌସୁମୀ ଅଧିବେଶନ ଜାରି ରହିଛି ସେମାନଙ୍କ ସମସ୍ୟା କିଏ ସଂସଦରେ ପହଞ୍ଚାଇବ ?"

  • सुप्रीम कोर्ट का फ़ैसला सत्य और न्याय की पुष्टि करने वाला है।

    भाजपा की पूरी मशीनरी के निरंतर प्रयासों के बावजूद @RahulGandhi ने हार मानने, झुकने या दबने से इंकार करते हुए न्यायिक प्रक्रिया में अपना विश्वास जताया।

    यह भाजपा और उनके गुलामों के लिए एक सबक है: आप भले ही सबसे घटिया…

    — Jairam Ramesh (@Jairam_Ramesh) August 4, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Rahul Convicted: ଚାଲିଯିବ କି ରାହୁଲଙ୍କ ସଦସ୍ୟତା ? କଣ ରହିଛି ନିୟମ ଜାଣନ୍ତୁ

ସୂଚନା ଥାଉ କି ମୋଦି ସାଙ୍ଗିଆ ମାନହାନି ମାମଲାରେ ଗୁଜୁରାଟର ବିଜେପି ନେତା ପୁର୍ଣ୍ଣେଶ ମୋଦି ନିମ୍ନ ଅଦାଲତରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି ନିମ୍ନ ଅଦାଲତ ରାହୁଲଙ୍କୁ ୨ ବର୍ଷ ସଜା ଶୁଣାଇଥିଲେ । ଏହାପରେ ରାହୁଲ ନିମ୍ନ ଅଦାଲତର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ମଧ୍ୟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ । ୨ ବର୍ଷ ସଜା ଶୁଣାଯାଇଥିବାରୁ ରାହୁଲଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ଆଗାମୀ ୬ବର୍ଷ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢିପାରିବେ ନାହିଁ । ହେଲେ ଆଜି ସୁପ୍ରିମକୋର୍ଟ ଏହି ରାୟ ଉପରେ ରୋକ ଲଗାଇବା ପରେ ପୁଣି ଫେରିପାରେ ରାହୁଲଙ୍କ ସାଂସଦ ପଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.