ETV Bharat / bharat

Rahul in US: କହିଲେ ଜାଣିଥିଲି ଫୋନ୍‌ ଟ୍ୟାପ ହେଉଛି, କହିଥିଲି ‘ହାଲୋ ମିଷ୍ଟର ମୋଦି ’

author img

By

Published : Jun 1, 2023, 6:31 PM IST

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

କାଲିଫର୍ଣ୍ଣିଆରେ ଫୋନ ଟ୍ୟାପିଂ କଥା ଉଠାଇ ମୋଦି ସରକାରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ ଜାଣିଥିଲେ ଫୋନ ଟ୍ୟାପ ହେଉଛି, କହିଲେ ‘ହ୍ୟାଲୋ ମିଷ୍ଟର ମୋଦି ’। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ କ୍ରମାଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଏନଡିଏ ସରକାରକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଆଜି ସେ କାଲିଫର୍ଣ୍ଣିଆରେ ଏକା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ବିଜେପି ସରକାରଙ୍କ ଉପରେ ଗୋପନୀୟତା ଓ ଡାଟା ଗୁପ୍ତଚରଗିରିର ଆରୋପ ଲଗାଇଛନ୍ତି । ରହୁଲ କହିଛନ୍ତି, ଏକ ସମୟ ଥିଲା ସେ ନିଜେ ମଧ୍ୟ ଜାଣିଥିଲେ ଯେ ତାଙ୍କ ଫୋନ୍‌ ଟ୍ଯାପ କରାଯାଉଛି । ଏହା ଜାଣି ସେ ମଧ୍ୟ ବ୍ୟଙ୍ଗାତ୍ମକ ଶୈଳୀରେ କହିଥିଲେ ‘‘ହାଲୋ ମିଷ୍ଟର ମୋଦି ’’।

  • It was a pleasure to engage with the learned audience at @Stanford on 'The New Global Equilibrium'.

    We discussed the challenges and opportunities of a changing world order. Actions based on truth is the way forward. pic.twitter.com/6tEoCV6OsM

    — Rahul Gandhi (@RahulGandhi) June 1, 2023 " class="align-text-top noRightClick twitterSection" data=" ">

ରାହୁଲ ଓ କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ ପେଗାସସ୍‌ ମାମଲାରେ ସରକାରଙ୍କୁ ଘେରିଥିଲେ । ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଏକ ଇସ୍ରାଏଲି କମ୍ପାନୀ ଦ୍ବାରା ବିକଶିତ ହୋଇଥିବା ଏହି ଗୁପ୍ତଚର ସଫ୍ଟଓ୍ବେର ‘ପେଗାସସ୍‌ ସ୍ପାଇଓ୍ବେର’ ବ୍ୟବହାର କରି ସରକାର ବିରୋଧୀ ଦଳର ନେତା, ସାମ୍ବାଦିକଙ୍କ ସମେତ ଅନ୍ୟ କିଛି ବର୍ଗ ଉପରେ ଗୁପ୍ତଚରଗିରି କରିଥିବା ସେମାନେ ଅଭିଯୋଗ କରିଥିଲେ ।

ହେଲେ କଂଗ୍ରେସ ଓ ବିରୋଧୀ ଦଳ ଏହି ପ୍ରସଙ୍ଗରେ କୋର୍ଟରୁ ମଧ୍ୟ ବିଫଳ ହୋଇଥିଲେ । ଏବେ ଆମେରିକାରେ ବ୍ୟକ୍ତିଗତ ଗୋପନୀୟତା ତଥା ଡାଟା ସେଫ୍ଟି ନେଇ ରାହୁଲ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । କହିଛନ୍ତି ତାଙ୍କ ଫୋନ୍‌ ମଧ୍ୟ ଟ୍ୟାପ୍‌ ହେଉଥିବା ସେ ନିଜେ ଜାଣିଥିଲେ । ଏବେ କୌଣସି ଦେଶ ପାଇଁ ଡାଟା ସୁରକ୍ଷା ଓ ନିରାପତ୍ତା ସମ୍ପର୍କିତ ନିୟମ ପ୍ରଣୟନ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି । ସେହିପରି ଯଦି ସରକାର କାହାର ଫୋନ୍‌ ଟ୍ଯାପ୍‌ କରିବାକୁ ଉଦ୍ୟମ କରନ୍ତି, ତେବେ ଏହାକୁ ରୋକିବା ମଧ୍ୟ କଷ୍ଟକର ହୋଇପଡିବ ।

ରାହୁଲ କ୍ରମାଗତ ବିଜେପି ସରକାରକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଗତକାଲି ମଧ୍ୟ ତାଙ୍କର ଏକାଧିକ ବୟାନ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିଥିଲା । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ରାହୁଲଙ୍କ ବିଦେଶ ଗସ୍ତକୁ ପ୍ରାୟୋଜିତ ବୋଲି କହିବା ସହ ସେ ବାରମ୍ବାର ଦେଶକୁ ଅପମାନିତ କରିବାରେ ଲାଗିଛନ୍ତି ବୋଲି ଅଭିଯୋଗ କରିଥିଲେ । ଆଜି ରାହୁଲଙ୍କ ମୋବାଇଲ ଟ୍ୟାପ୍‌ ଓ ଡାଟା ସେଫ୍ଟି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିବା ପରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାହୁଲଙ୍କୁ ପ୍ରତିଉତ୍ତର ଦେଇଛନ୍ତି । କହିଛନ୍ତି, ରାହୁଲ ନିଜେ ଘୃଣାର ଦୋକାନ ଖୋଲିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.