ଏବେବି ଫେରାର ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ: ପୋଲିସ ଅପରେସନ ଜାରି, ପଞ୍ଜାବରେ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ

author img

By

Published : Mar 18, 2023, 4:06 PM IST

Updated : Mar 18, 2023, 9:59 PM IST

ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ ଗିରଫ
ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ ଗିରଫ ()

ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂକୁ ଗିରଫ ପାଇଁ ଜାରି ରହିଛି ପ୍ରୟାସ । ଗିରଫ ହେଲେଣି 75 ସହଯୋଗୀ । ଏବେବି ଫେରାର ଅମ୍ରିତପାଲ ସିଂ । ଅଧିକ ପଢନ୍ତୁ

ଚଣ୍ଡିଗଡ: ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀ ‘ୱାରିସ୍ ପଞ୍ଜାବ ଦେ’ର ନେତୃତ୍ବ ନେଉଥିବା ଅମ୍ରିତପାଲ ସିଂଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସ ଅପରେସନ ଜାରି ରଖିଛି । ଆଜି ସେ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ପଞ୍ଜାବ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଥିବା ଅନୁମାନ କରାଯାଉଥିଲା । ଅପରାହ୍ନରୁ ଅପରେସନ ଜାରି ରହିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ମଧ୍ୟ ଅମ୍ରିତପାଲ ସିଂଙ୍କୁ ଗିରଫ କରିବାରେ ସଫଳ ହୋଇପାରନି ପୋଲିସ । ଏବେ ସୁଦ୍ଧା ତାର ପ୍ରାୟ 78 ସହଯୋଗୀଙ୍କୁ ପଞ୍ଜାବର ବିଭିନ୍ନ ସ୍ଥାନରୁ ପୋଲିସ ଗିରଫ କରିସାରିଲାଣି । ପଞ୍ଜାବରେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆସନ୍ତାକାଲି (ରବିବାର) ମଧ୍ୟାହ୍ନ ପର୍ଯ୍ୟନ୍ତ ଏକାଧିକ ଜିଲ୍ଲାରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରଖାଯାଇଛି ।

  • Punjab Police launched a massive state-wide Cordon And Search Operations in the state against elements of Waris Punjab De. 78 persons arrested so far, while, several others detained. Several others including Amritpal Singh are on the run & a massive manhunt has been launched to… https://t.co/CX9M85F8Rz pic.twitter.com/mnZacHk2Qp

    — ANI (@ANI) March 18, 2023 " class="align-text-top noRightClick twitterSection" data=" ">

ଫେବୃଆରୀ 23 ତାରିଖରେ ପଞ୍ଜାବ ଅମୃତସରର ଏକ ଥାନା ଭିତରେ ପଶି ପୋଲିସକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ଅମ୍ରିତପାଲ ସିଂ ଓ ତାହ ଶତାଧିକ ସହଯୋଗୀ । ଏକାଧିକ ପୋଲିସ ଅଧିକାରୀ ମାରାଣାସ୍ତ୍ର ଆକ୍ରମଣରେ ଗୁରୁତର ହୋଇଥିଲେ । ଏହ ମାମଲାରେ ତାକୁ ଆଜି ଗିରଫ କରାଯାଇଛି । ପଞ୍ଜାବରେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ନହେବା ପାଇଁ ପୋଲିସ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛି ।

ଏହା ମଧ୍ୟ ପଢନ୍ତୁ :-ଥାନା ଭିତରେ ପଶି ପୋଲିସକୁ ହାଣିଲେ ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ, ବହୁ ପୋଲିସକର୍ମୀ ଆହତ

ଫେବୃଆରୀ 23 ତାରିଖରେ ପଞ୍ଜାବ ଅମୃତସରର ଏଜନଲା ଥାନା ଭିତରେ ପଶି ପୋଲିସକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଅମ୍ରିତପାଲ ଓ ତାର ସହଯୋଗୀ । ତାଙ୍କ ସଂଗଠନର ଅନ୍ୟଜଣେ ସହଯୋଗୀ ଲଭପ୍ରୀତ ତୁଫାନଙ୍କ ଗିରଫଦାରୀକୁ ବିରୋଧ କରି ଅଜନାଲା ଥାନାରେ ମାରଣାସ୍ତ୍ର ସହ ପଶି ଖଲିସ୍ତାନୀ ସମର୍ଥକ ସଂଗଠନର ସଦସ୍ୟ ତଥା ନିହାଙ୍ଗ ଶିଖମାନେ । ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୁଫାନଙ୍କ ଗିରଫଦାରୀକୁ ବିରୋଧ କରି ନିହାଙ୍ଗ ଶିଖ୍ ଏହି ଆକ୍ରମଣକୁ ରୂପ ଦେଇଥିଲେ ।

କିଏ ଏହି ଅମ୍ରିତପାଲ ସିଂ:- ଅମୃତପାଲ ସିଂ ‘ୱାରିସ୍ ପଞ୍ଜାବ ଦେ’ ନାମକ ଏକ ଖଲିସ୍ତାନୀ ସମର୍ଥକ ସଂଗଠନର ମୁଖ୍ୟ । ‘ୱାରିସ୍ ପଞ୍ଜାବ ଦେ’ ସଂଗଠନ ହେଉଛି ସ୍ବତନ୍ତ୍ର ଖଲିସ୍ତାନୀ ଗଠନକୁ ପ୍ରଚ୍ଛନ୍ନ ସମର୍ଥନ ଦେଉଥିବା ସଂଗଠନ । ଏହାକୁ ପଞ୍ଜାବୀ ଅଭିନେତା ତଥା କୃଷକ ଆନ୍ଦୋଳନର ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀ ଲାଲକିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ପ୍ରତିଷ୍ଠା କରିଥିଲେ । ନିକଟରେ ଏକ ସଡକ ଦୁର୍ଘଟଣାରେ ଲାଲକିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ବିଦେଶରେ ଥିବା ଅମ୍ରିତପାଲ ସିଂ ଭାରତ ଫେରି ଏହାର ନେତୃତ୍ବ ନେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 18, 2023, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.