NCB ଅଫିସରେ ଆର୍ଯ୍ୟନଙ୍କ ସହ ସେଲଫି ପଡିଲା ମହଙ୍ଗା, ନୋଟିସ ଜାରି କଲା ପୋଲିସ

author img

By

Published : Oct 14, 2021, 12:04 PM IST

NCB ଅଫିସରେ ଆର୍ଯ୍ୟନଙ୍କ ସହିତ ସେଲ ଫି ନେବା ପଡିଲା ମହଙ୍ଗା

କିଙ୍ଗ ଖାନଙ୍କ ପୁଅ ସହିତ ଫଟୋ ଉଠାଇବା ପରେ ଖବରର ଶିରୋନାମା ପାଲଟିଛନ୍ତି ବ୍ୟକ୍ତିଜଣକ । ଏନସିବି ଅଫିସରେ ଫଟୋ ଉଠାଇଥିବା ବ୍ୟକ୍ତି କିରଣ ଗୋସାଭିଙ୍କୁ ଥାନାରେ ହାଜର ହେବାକୁ ନୋଟିସ ଜାରି କରିଛି ପୁଣେ ସିଟି ପୋଲିସ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଏନସିବି ଅଫିସରେ ଆର୍ଯ୍ୟନଙ୍କ ସହିତ ସେଲଫି ନେବା ପଡିଲା ମହଙ୍ଗା । କିଙ୍ଗ ଖାନଙ୍କ ପୁଅ ସହିତ ଫଟୋ ଉଠାଇବା ପରେ ଖବରର ଶିରୋନାମା ପାଲଟିଛନ୍ତି ବ୍ୟକ୍ତିଜଣକ । ଫଟୋ ଉଠାଇଥିବା ବ୍ୟକ୍ତି କିରଣ ଗୋସାଭିଙ୍କୁ ଥାନାରେ ହାଜର ହେବାକୁ ନୋଟିସ ଜାରି କରିଛି ପୁଣେ ସିଟି ପୋଲିସ ।

ସିଟି ପୋଲିସ କମିଶନର ଅମିତାଭ ଗୁପ୍ତା କହିଛନ୍ତି, ଉକ୍ତ ବ୍ୟକ୍ତିଜଣଙ୍କ ନାମରେ ଲୁକାଉଟ ନୋଟିସ ଜାରି ହୋଇଛି । କିରଣଙ୍କୁ ଦେଶ ବାହାରକୁ ଯିବାକୁ ବାରଣ କରାଯାଇଛି । ୨୦୧୮ରେ ଗୋସାଭି ନାଁରେ ଏକ ମାମଲା ରୁଜ୍ଜୁ କରିଥିଲା ପୁନେ ସିଟି ପୋଲିସ । ଏନେଇ କୋର୍ଟରେ ଏକ ଚାର୍ଚ୍ଚସିଟ ଦାଖଲ ହୋଇଥିଲା । ଅକ୍ଟୋବର ୨ରେ କ୍ରୁଜ ପାର୍ଟିରେ ହୋଇଥିବା ଏନସିବିର ଚଢାଉରେ ଗୋସାଭି ସାକ୍ଷୀ ଥିଲା । ମହାରାଷ୍ଟ୍ର ମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ନବାବ ମଲିକ ଆର୍ଯ୍ୟନ ଖାନଙ୍କୁ ଗିରଫ କରିବା ପରେ ଏନସିବି କାର୍ଯ୍ୟାଳୟରେ ଗୋସାଭିଙ୍କ ଉପସ୍ଥିତିରେ ଆପତ୍ତି ଉଠାଇଥିଲେ ।

ଏହି ସମୟରେ ଏନସିବି ସ୍ପଷ୍ଟ କରିଛି ଯେ, ଗୋସାଭି ଏଜେନ୍ସିର ଅଧିକାରୀ କିମ୍ବା କର୍ମଚାରୀ ନୁହଁନ୍ତି । ଗୋସେଭିଙ୍କ ବିରୋଧରେ ପୁଣେ ସହରର ଫରାସଖାନା ପୋଲିସ ଷ୍ଟେସନରେ ମେ ୧୯, 2018ରେ ଏକ ମାମଲା ରୁଜୁ ହୋଇଥିଲା ଯେଉଁଥିରେ ଜଣେ ବ୍ୟକ୍ତିଠୁ ଟଙ୍କା ନେଇ ମାଲେସିଆରେ ଚାକିରି କରିବାର ପ୍ରତିଶୃତି ଦେଇଥିବା ନେଇ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ତେବେ ସେ ଟଙ୍କା ଫେରସ୍ତ କରି ନଥିଲେ କି ଅଭିଯୋଗକାରୀଙ୍କୁ ଚାକିରି ବି ଦେଇନଥିଲେ । ଆଇପିସି ଧାରା ଅନୁସାରେ ଅଭିଯୁକ୍ତଙ୍କ ନାମରେ ଧାର ୪୧୯ ଓ ୪୨୦ରେ ଏକ ମାମଲା ରୁଜ୍ଜୁ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.