ETV Bharat / bharat

ପୋଲିସ ଲ୍ୟାଣ୍ଡ ହଡପ କରିଥିଲେ ଅଜିତ ! ପୂର୍ବତନ ପୁଣେ ପୋଲିସ କମିଶନର ନିଜ ପୁସ୍ତକରେ ଆଣିଲେ ସଙ୍ଗୀନ ଅଭିଯୋଗ

author img

By ETV Bharat Odisha Team

Published : Oct 16, 2023, 10:18 PM IST

Etv Bharatପୋଲିସ ଲ୍ୟାଣ୍ଡ ହଡପ କରିଥିଲେ ଅଜିତ! ପୂର୍ବତନ ପୁଣେ ପୋଲିସ କମିଶନର ନିଜ ପୁସ୍ତକରେ ଆଣିଲେ ସଙ୍ଗୀନ ଅଭିଯୋଗ
Etv Bharatପୋଲିସ ଲ୍ୟାଣ୍ଡ ହଡପ କରିଥିଲେ ଅଜିତ! ପୂର୍ବତନ ପୁଣେ ପୋଲିସ କମିଶନର ନିଜ ପୁସ୍ତକରେ ଆଣିଲେ ସଙ୍ଗୀନ ଅଭିଯୋଗ

ମନ୍ତ୍ରୀ ଥିବା ବେଳେ ପୋଲିସ ଲ୍ୟାଣ୍ଡ ନିଲାମ କରି ଜଣେ ବିଲ୍ଡର୍ସଙ୍କୁ ଦେଇଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ପୂର୍ବତନ ପୁଣେ ପୋଲିସ କମିଶନର ନିଜ ପୁସ୍ତକରେ ଆଣିଲେ ସଙ୍ଗୀନ ଅଭିଯୋଗ । ଅଧିକ ପଢନ୍ତୁ

ମୁମ୍ବାଇ: 2010ରେ ମନ୍ତ୍ରୀ ଥିବା ବେଳେ ପୁଣେର ପୋଲିସ ଲ୍ୟାଣ୍ଡ ନିଲାମ କରି ନିଜର ଜଣେ ପରିଚିତ ବ୍ୟବସାୟୀଙ୍କୁ ପ୍ରଦାନ କରିଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ଅଜିତଙ୍କ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୁଣେର ପୂର୍ବତନ ପୋଲିସ କମିଶନର ମିରା ବୋରୱାନକର । ପୂର୍ବତନ ଆଇପିଏସ ମିରା ସିଧାସଳଖ ଅଜିତଙ୍କ ନାମ ନନେଇ ତାଙ୍କ ଲିଖିତ ପୁସ୍ତକରେ ନିଜ କାର୍ଯ୍ୟକାଳ ସମୟର ଏହି ଅନୁଭୂତିକୁ ଉଲ୍ଲେଖ କରିଛନ୍ତି । ସେତେବେଳେ ସେ ଅଜିତଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିବା ମଧ୍ୟ ଲେଖିଛନ୍ତି ।

ପୋଲିସ ଲ୍ୟାଣ୍ଡ ହଡପ କରିଥିଲେ ଅଜିତ ! ପୂର୍ବତନ ପୁଣେ ପୋଲିସ କମିଶନର ନିଜ ପୁସ୍ତକରେ ଆଣିଲେ ସଙ୍ଗୀନ ଅଭିଯୋଗ
ପୋଲିସ ଲ୍ୟାଣ୍ଡ ହଡପ କରିଥିଲେ ଅଜିତ ! ପୂର୍ବତନ ପୁଣେ ପୋଲିସ କମିଶନର ନିଜ ପୁସ୍ତକରେ ଆଣିଲେ ସଙ୍ଗୀନ ଅଭିଯୋଗ

ପୁଣେର ପୂର୍ବତନ ପୋଲିସ କମିଶନର ଭାବେ କାର୍ଯ୍ୟ କରିଥିବା ମିରା ବୋରୱାନକର ତାଙ୍କ ଲିଖିତ 'ମ୍ୟାଡାମ୍ କମିଶନର' ଶୀର୍ଷକ ପୁସ୍ତକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି । ବୋରୱାନକର ଅଜିତ ପାୱାରଙ୍କ ନାମ ସିଧାସଳଖ ନେଇ ନେଇନାହାନ୍ତି । ପୁଣେର ତତ୍କାଳୀନ ସଂରକ୍ଷକ (କୌଣସି ଜିଲ୍ଲା ଭିତ୍ତିଭୂମି ପାଇଁ ଥିବା ବିଭାଗ) ମନ୍ତ୍ରୀ 'ଦାଦା' ବୋଲି ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ଯାହା ପରୋକ୍ଷରେ ଅଜିତଙ୍କୁ ହିଁ ସୂଚାଉଛି ।

ପୁସ୍ତକରେ ଲିଖିତ ଅଭିଯୋଗ ଅନୁସାରେ, 2010ରେ ପୁଣେର ୟେରୱାଡା ସହରରେ ତିନି ଏକର ଜମି ପୋଲିସ କାର୍ଯ୍ୟାଳୟ ଓ କ୍ବାଟର୍ସ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଣ୍ଟିତ ହୋଇଥିଲା । ମାତ୍ର ଏହାକୁ ତତ୍କାଳୀନ ପୁଣେ ସଂରକ୍ଷକ ମନ୍ତ୍ରୀ ‘ଦାଦା’ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଏହାକୁ ନିଲାମ କରି ନିଜର ପରିଚିତ ବିଲ୍ଡର୍ସଙ୍କୁ ପ୍ରଦାନ କରିଥିଲେ । ସେତେବେଳେ କମିଶନର ଥିବା ଅଧିକାରୀ ମିରା ଅଜିତଙ୍କ ଏହି ନିଷ୍ପତ୍ତିକୁ ବିରୋଧ ମଧ୍ୟ କରିଥିବା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ଏହା ମଧ୍ୟ ପଢନ୍ତ :-Bihar caste census: ଟ୍ରାନ୍ସଜେଣ୍ଡରଙ୍କୁ ମିଳିପାରିବନି ଭିନ୍ନ ଜାତିର ମାନ୍ୟତା, ମାମଲା ଖାରଜ କଲେ ସର୍ବୋଚ୍ଚ କୋର୍ଟ

ଅଭିଯୋଗକୁ ଅଜିତଙ୍କ ଅସ୍ୱୀକାର :

ତେବେ ଏବେ ଅଭିଯୋଗ ଲୋକଲୋଚନକୁ ଆସିବା ପରେ ବିରୋଧୀ ଦଳ ଅଜିତଙ୍କୁ ଟାର୍ଗେଟ କରିଛନ୍ତି । ଅଜିତ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ମିଥ୍ୟା ବୋଲି କହିଛନ୍ତି । ଏବେ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପୂର୍ବରୁ ମଧ୍ୟ ଏକାଧିକ ଥର ମନ୍ତ୍ରୀ ଓ ଭିନ୍ନ ଭିନ୍ନ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ତେବେ ସେତେବେଳେ କାର୍ଯ୍ୟରତ ଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ନିଜ ଲିଖିତ ପୁସ୍ତକରେ ଏପରି ଘଟଣାକୁ ବର୍ଣ୍ଣନା କରିବା ପରେ ଅଜିତଙ୍କ ପାଇଁ ସମାଲୋଚନା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.