ETV Bharat / bharat

President Polls: ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିଲେ ଏହି ବ୍ୟକ୍ତିବିଶେଷ

author img

By

Published : Jun 22, 2022, 9:33 AM IST

President Elections: ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିଲେ ଏହି ବ୍ୟକ୍ତିବିଶେଷ
President Elections: ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିଲେ ଏହି ବ୍ୟକ୍ତିବିଶେଷ

ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି କ୍ଷମତାସୀନ ଏନଡିଏ । ଜାଣନ୍ତୁ ସେପରି କିଛି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ, ଯିଏକି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବା ପୂର୍ବରୁ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ମୁଣ୍ଡରେ ସୁନା କଳସ ଢାଳିଛି ଏନଡିଏ । ମଙ୍ଗଳବାର ସନ୍ଧ୍ୟାରେ ସଂସଦୀୟ ଦଳ ବୈଠକରେ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ନାମ ଚୟନ ଉପରେ ମାନସ ମନ୍ଥନ କରିଥିଲା । ଶେଷରେ ସର୍ବସମ୍ମତିକ୍ରମେ ଦ୍ରୌପଦୀ ମୁର୍ମୁଙ୍କ ନାଁକୁ ଅନୁମୋଦନ ମିଳିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନେଇ ଘୋଷଣା କରିଛନ୍ତି । ଯାହା ଅନୁମାନ କରାଯାଉଛି, ସଂଖ୍ୟା ଓ ସମର୍ଥନ ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ । ଯଦି ଏପରି ହୁଏ ତାହାହେଲେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି(Country's First Tribal Woman President) ସଙ୍ଗେ ସଙ୍ଗେ ଦେଶର ୧୫ତମ ରାଷ୍ଟ୍ରପତି ରୂପରେ ଶପଥ ନେବେ ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ତେବେ ଆପଣ ଜାଣନ୍ତି କି, ଏହାପୂର୍ବରୁ ମଧ୍ୟ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଥିବା ଅନେକ ବ୍ୟକ୍ତିବିଶେଷ ରାଜ୍ୟପାଳ ପଦ ସମ୍ଭାଳିଛନ୍ତି । ଆଜି ଆମେ ସେପରି କିଛି ରାଷ୍ଟ୍ରପତିଙ୍କ ସମ୍ପର୍କରେ କହିବୁ ।

ଭିଭି ଗିରି (୧୦ ଅଗଷ୍ଟ ୧୮୯୪- ୨୪ ଜୁନ ୧୯୮୦)

ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିବା କିଛି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ
ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିବା କିଛି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ

ଭିଭି ଗିରି ଭାରତର ଚତୁର୍ଥ ରାଷ୍ଟ୍ରପତି ଥିଲେ । ତାଙ୍କର ଜନ୍ମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ବ୍ରହ୍ମପୁରରେ ହୋଇଥିଲା, ଯାହାକି ଓଡିଶାର ଅଂଶ ଅଟେ । ଭିଭି ଗିରି ପିତାଙ୍କ ନାମ ଯୋଗାୟ ପନ୍ତଲୁ (Jogayya Pantulu) ଏବଂ ସେ ପେଶାରେ ଜଣେ ଆଇନଜୀବୀ ଥିଲେ । ୧୯୩୭-୩୯ ଏବଂ ୧୯୪୬-୪୭ ମସିହା ମଧ୍ୟରେ ଭିଭି ଗିରି ମାଡ୍ରାସ ସରକାରରେ ଶ୍ରମ, ଉଦ୍ୟୋଗ ଏବଂ ବାଣିଜ୍ୟ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ । ଏହାପରେ ୧୯୬୦ ମସିହା ଜୁଲାଇ ୧ ତାରିଖରେ ସେ କେରଳର ଦ୍ବିତୀୟ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ୧୯୬୦ ରୁ ୧୯୬୫ ଅର୍ଥାତ୍ ୫ ବର୍ଷ କାଳ ସେ କେରଳର ରାଜ୍ୟପାଳ ଥିଲେ । ଏହାବାଦ୍ ୧୯୬୭ ମେ ୧୩ରେ ଭି ଭି ଗିରି ଭାରତର ତୃତୀୟ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ୧୯୬୯ ମେ ୩ ଯାଏଁ ସେ ଏହି ପଦ ଅଳଙ୍କୃତ କରିଥିଲେ । ୧୯୬୯ ମସିହା ରାଷ୍ଟ୍ରପତି ନିର୍ବାଚନରେ ନିର୍ଦଳୀୟ ପ୍ରାର୍ଥୀ ରୂପେ ନିର୍ବାଚନ ଲଢି ଦେଶର ଚତୁର୍ଥ ରାଷ୍ଟ୍ରପତି ହୋଇଥିଲେ ।

ଶଙ୍କର ଦୟାଲ ଶର୍ମା( ୧୯ ଅଗଷ୍ଟ ୧୯୧୮- ୨୬ ଡିସେମ୍ବର ୧୯୯୯)

ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିବା କିଛି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ
ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିବା କିଛି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ

ଭାରତର ନବମ ରାଷ୍ଟ୍ରପତି ତଥା ୮ମ ଉପରାଷ୍ଟ୍ରପତି ଥିଲେ ଶଙ୍କର ଦୟାଲ ଶର୍ମା । ୧୯୧୮ ମସିହା ଅଗଷ୍ଟ ୧୯ରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ଅନ୍ତର୍ଗତ ଆମୋନ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ଶଙ୍କର ଦୟାଲ ୧୯୮୪ ମସିହା ଅଗଷ୍ଟ ୨୯ରୁ ୧୯୮୫ ମସିହା ନଭେମ୍ବର ଯାଏଁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଏହାପୂର୍ବରୁ ସେ ପଞ୍ଜାବର ରାଜ୍ୟପାଳ ଥିଲେ । ଏପରିକି ୧୯୫୨-୧୯୫୬ ଯାଏଁ ସେ ଭୋପାଳର ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ସେହି ସମୟରେ ସେ ଶିକ୍ଷା, ଆଇନ ଇତ୍ୟାଦି ବିଭାଗରେ କାର୍ଯ୍ୟ କରିଥିଲେ । ୧୯୭୪ରୁ ୧୯୭୭ ଯାଏଁ ଶଙ୍କର ଦୟାଲ ଶର୍ମା କେନ୍ଦ୍ର ସଞ୍ଚାର ମନ୍ତ୍ରୀ ରହିଥିଲେ ।

ପ୍ରତିଭା ଦେବୀ ସିଂହ ପାଟିଲ (୧୯ ଡିସେମ୍ବର ୧୯୩୪)

ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିବା କିଛି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ
ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିବା କିଛି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ

ପ୍ରତିଭା ଦେବୀ ସିଂହ ପଟେଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି । ୧୯୩୪ ମସିହା ଡିସେମ୍ବର ୧୯ ତାରିଖରେ ତାଙ୍କର ଜନ୍ମ । ୨୦୦୭ ଜୁଲାଇ ୨୫ରୁ ୨୦୧୨ ଜୁଲାଇ ଯାଏଁ ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟକାଳଥିଲା । ସେ କଂଗ୍ରେସ ଦଳର ସଦସ୍ୟ ଥିଲେ । ପ୍ରତିଭା ପାଟିଲ ଭାରତର ରାଷ୍ଟ୍ରପତି ହେବା ପୂର୍ବରୁ ରାଜସ୍ଥାନର ୧୭ତମ ରାଜ୍ୟପାଳ ପଦ ସମ୍ଭାଳି ଥିଲେ । ମାତ୍ର ୨୭ ବର୍ଷ ବୟସରେ ସେ ପ୍ରଥମ ଥର ୧୯୬୨ରେ ଜଳଗାଓଁ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ ମସିହାରେ ରାଜ୍ୟସଭାର ସଦସ୍ୟ ହୋଇଥିଲେ । ୧୯୯୧ରୁ ୧୯୯୬ ଯାଏଁ ସେ ଅମରାବତୀ ଲୋକସଭା ସଦସ୍ୟ ମଧ୍ୟ ରହିଥିଲେ ।

ରାମନାଥ କୋବିନ୍ଦ (୧୯୪୫ ଅକ୍ଟୋବର ୧)

ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିବା କିଛି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ
ରାଜ୍ୟପାଳରୁ ରାଷ୍ଟ୍ରପତି ଯାତ୍ରା କରିଥିବା କିଛି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ

ରାମନାଥ କୋବିନ୍ଦ ଦେଶର ୧୪ତମ ରାଷ୍ଟ୍ରପତି ଅଟନ୍ତି । ୧୯୪୫ ମସିହା ଅକ୍ଟୋବର ୧ ତାରିଖରେ ସେ ଗ୍ରହଣ କରିଥିଲେ । ୨୦୧୭ ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ କୋବିନ୍ଦ । ଆସନ୍ତା ଜୁଲାଇ ୨୫ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଟନ୍ତି । ରାଷ୍ଟ୍ରପତି ହେବା ପୂର୍ବରୁ କୋବିନ୍ଦ ୨୦୧୫ରୁ ୨୦୧୭ ଯାଏଁ ବିହାରର ରାଜ୍ୟପାଳ ଥିଲେ । ଉତ୍ତରପ୍ରଦେଶରୁ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିଥିବା ସେ ପ୍ରଥମ ବ୍ୟକ୍ତି । ଏହାପୂର୍ବରୁ ସେ ୧୯୯୪ ଏପ୍ରିଲ ୩ରୁ ୨୦୦୬ ଏପ୍ରିଲ ୨ ତାରିଖ ଯାଏଁ ରାଜ୍ୟସଭା ସଦସ୍ୟ ରହିଥିଲେ । ରାଜନୀତିରେ ପାଦ ଦେବା ଆଗରୁ କୋବିନ୍ଦ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ୧୬ ବର୍ଷ ଓକିଲାତି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.