ETV Bharat / bharat

Holi 2022: ଦେଶବାସୀଙ୍କୁ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Mar 18, 2022, 8:06 AM IST

Updated : Mar 18, 2022, 8:22 AM IST

ଦେଶବାସୀଙ୍କୁ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଦେଶବାସୀଙ୍କୁ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ରଙ୍ଗର ପର୍ବ ହୋଲି । ସବୁ ପର୍ବ ଭିତରେ ଭାରତୀୟଙ୍କ ପାଇଁ ଏହା ଏକ ଲୋକପ୍ରିୟ ପର୍ବ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି । ସବୁ ପର୍ବ ଭିତରେ ଭାରତୀୟଙ୍କ ପାଇଁ ଏହା ଏକ ଲୋକପ୍ରିୟ ପର୍ବ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରନ୍ତି । ଗାଁଠୁ ସହର ସବୁଆଡେ ଉଡେ ଅବିର । ଆଉ ମନ ହୋଇଯାଏ ରଙ୍ଗୀନ । ପବିତ୍ର ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସକରାତ୍ମକ ଶକ୍ତି ଯୋଗାଇବ ଏବଂ ରାଷ୍ଟ୍ର ନିର୍ମାଣର ଅଧିକ ଶକ୍ତିଶାଳୀ କରିବ । ସେ ଆହୁରି କହିଛନ୍ତି ହୋଲିର ଏହି ଶୁଭ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ଆମର ସମସ୍ତ ଭାରତୀୟଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ସେ ଆହୁରି ମଧ୍ୟ କହିଛନ୍ତି, ହୋଲି ରଙ୍ଗର ପର୍ବ, ବସନ୍ତ ଋତୁ ଆରମ୍ଭକୁ ଦର୍ଶାଏ, ଯାହା ଆମ ଜୀବନରେ ଆନନ୍ଦ ଏବଂ ଉତ୍ସାହ ଆଣିଥାଏ । ଏହି ପର୍ବ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ଏକତାର ଜୀବନ୍ତ ଉଦାହରଣ । ଶିଶୁ, ଯୁବକ, ପୁରୁଷ ଏବଂ ମହିଳା ସମସ୍ତ ବୟସର ବ୍ୟକ୍ତି ବିଶେଷ ଦିନକୁ ପୂର୍ଣ୍ଣ ଉତ୍ସାହରେ ପାଳନ କରନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରପତି ।

  • होली के पावन अवसर पर सभी देशवासियों को हार्दिक बधाई एवं शुभकामनाएं।

    रंगों का पर्व होली, सामुदायिक सद्भाव और मेल-मिलाप का जीवंत उदाहरण है। यह वसंत ऋतु के आगमन का शुभ समाचार लेकर आता है।

    मेरी कामना है कि यह त्योहार सभी देशवासियों के जीवन में आनंद, उमंग और नई ऊर्जा का संचार करे।

    — President of India (@rashtrapatibhvn) March 18, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପବିତ୍ର ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ହୋଲିରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । ନିଜ ନିଜ ଭିତରେ ଥିବା ପ୍ରେମ, ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ପ୍ରତୀକ ଏହି ରଙ୍ଗ ଉତ୍ସବ ସମସ୍ତଙ୍କ ଜୀବନରେ ଖୁସିର ରଙ୍ଗ ଆଣୁ ।

  • आप सभी को होली की हार्दिक शुभकामनाएं। आपसी प्रेम, स्नेह और भाईचारे का प्रतीक यह रंगोत्सव आप सभी के जीवन में खुशियों का हर रंग लेकर आए।

    — Narendra Modi (@narendramodi) March 18, 2022 " class="align-text-top noRightClick twitterSection" data=" ">

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ରଙ୍ଗ ଉତ୍ସବରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ହୋଲିର ଶୁଭ ଅବସରରେ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ସାରା ଦେଶରେ ପାରମ୍ପାରିକ ଉତ୍ସାହ ଏହି ଦିନଟିକୁ ପାଳନ କରାଯାଏ । ପରିବାର ଏବଂ ବନ୍ଧୁମାନଙ୍କ ପାଇଁ ଏକାଠି ହେବା ଏବଂ ଜୀବନରେ ସ୍ବତଃପ୍ରବୃତ୍ତ, ଆନନ୍ଦ ଉଲ୍ଲାସର ଦିନଟିଏ ହୋଲି । ବନ୍ଧୁତା ଏବଂ ବନ୍ଧୁତ୍ବର ବନ୍ଧନକୁ ଦୃଢ କରିବାକୁ ଚେଷ୍ଟା କରିବା ଯାହା ଆମ ସମାଜକୁ ଏକତ୍ର ରଖେ । ଏହି ପର୍ବ ଆମ ଜୀବନରେ ଶାନ୍ତି, ସୌହାର୍ଦ୍ଦ୍ୟ, ସମୃଦ୍ଧତା ଏବଂ ସୁଖ ଆଣିଦେଉ ବୋଲି କହିଛନ୍ତି ଉପରାଷ୍ଟ୍ରପତି ।

ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ବିଟ କରି କହିଛନ୍ତି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ ।

  • ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ। pic.twitter.com/bJ8giBWXEu

    — Naveen Patnaik (@Naveen_Odisha) March 18, 2022 " class="align-text-top noRightClick twitterSection" data=" ">

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ରଙ୍ଗ, ଆନନ୍ଦ ଏବଂ ସୁଖର ଏହି ମହାନ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଶୁଭଫଳ ଏବଂ ନୂତନ ଶକ୍ତି ଯୋଗାଉ ।

  • सभी को होली की हार्दिक शुभकामनाएँ।

    रंग, उमंग व हर्षोल्लास का यह महापर्व सभी के जीवन में सुख-शांति, सौभाग्य और नई ऊर्जा का संचार करे। pic.twitter.com/QkaEAegh0i

    — Amit Shah (@AmitShah) March 18, 2022 " class="align-text-top noRightClick twitterSection" data=" ">

ସେହିପରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସେ କହିଛନ୍ତି ଆନନ୍ଦ, ହର୍ଷ ଓ ଉଲ୍ଲାସର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ । ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରି ଦେଉ ଏତିକି କାମନା ବୋଲି କହିଛନ୍ତି ରାଜ୍ୟପାଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 18, 2022, 8:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.