ETV Bharat / bharat

Subhas Chandra Bose Birth Anniversary: ମନେ ପକାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

author img

By

Published : Jan 23, 2022, 12:18 PM IST

ଆଜି ସୁଭାଷ ବୋଷଙ୍କ ଜୟନ୍ତୀ
ଆଜି ସୁଭାଷ ବୋଷଙ୍କ ଜୟନ୍ତୀ

ସେ କହୁଥିଲେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା । ଶତ୍ରୁ ହାତରୁ ଅଧିକାର ଛଡାଇ ଆଣିବାରେ ସେ ଥିଲେ ସ୍ବତନ୍ତ୍ର । ଆଜି ଏହି ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ୧୨୫ତମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଅସ୍ମିତାର କିମ୍ବଦନ୍ତୀ ପୁରୁଷ ସୁଭାଷ ଚନ୍ଦ୍ର ବୋଷ । ବିଶ୍ବ ଇତିହାସରେ ସର୍ବାମାନ୍ୟ ବିଶିଷ୍ଟ ବ୍ୟକ୍ତିତ୍ବ । ଦେଶପ୍ରେମ ବହ୍ନିର ଜଣେ ଜ୍ୟୋତି ସଶସ୍ତ୍ର ସଂଗ୍ରାମର ଅପ୍ରତିନ୍ଦ୍ବନ୍ଦୀ ସେନାଧ୍ୟକ୍ଷ। ସେ କହୁଥିଲେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା । ଶତ୍ରୁ ହାତରୁ ଅଧିକାର ଛଡାଇ ଆଣିବାରେ ସେ ଥିଲେ ସ୍ବତନ୍ତ୍ର । ଆଜି ଏହି ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ୧୨୫ତମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

Subhas Chandra Bose
Subhas Chandra Bose
  • India gratefully pays homage to Netaji Subhas Chandra Bose on his 125th birth anniversary. The daring steps that he took to fulfil his fierce commitment to the idea of a free India — Azad Hind — make him a national icon. His ideals and sacrifice will forever inspire every Indian.

    — President of India (@rashtrapatibhvn) January 23, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ଏକ ମୁକ୍ତ ଭାରତ ଆଜାଦ ହିନ୍ଦ ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ସେ ଯେଉଁ ସାହସିକ ପଦକ୍ଷେପ ଗ୍ରହଣ କରିଥିଲେ, ତାହା ତାଙ୍କୁ ଏକ ଜାତୀୟ ଆଇକନ୍ ଭାବରେ ପରିଣତ କରିଛି । ତାଙ୍କର ଆଦର୍ଶ ଏବଂ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ସବୁଦିନ ପାଇଁ ପ୍ରେରଣା ଯୋଗାଇବ ବୋଲି ଟ୍ବିଟ କରି କହିଛନ୍ତି ନେତାଜୀ ।

  • सभी देशवासियों को पराक्रम दिवस की ढेरों शुभकामनाएं।

    नेताजी सुभाष चंद्र बोस की 125वीं जयंती पर उन्हें मेरी आदरपूर्ण श्रद्धांजलि।

    I bow to Netaji Subhas Chandra Bose on his Jayanti. Every Indian is proud of his monumental contribution to our nation. pic.twitter.com/Ska0u301Nv

    — Narendra Modi (@narendramodi) January 23, 2022 " class="align-text-top noRightClick twitterSection" data=" ">

ସେହପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ପରାକ୍ରମ ଦିବସର ଶୁଭେଚ୍ଛା ଦେବା ସହିତ ନେତାଜୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ପ୍ରତିଟି ଭାରତୀୟ ନେତାଜୀଙ୍କ ଅତୁଳନୀୟ ଅବଦାନ ପାଇଁ ଗର୍ବିତ ବୋଲି କହିଛନ୍ତି ମୋଦି । ଏହାବାଦ ଇଣ୍ଡିଆ ଗେଟ ନିକଟରେ ନେତାଜୀଙ୍କ ଭବ୍ୟ ପ୍ରତିମା ଉନ୍ମୋଚିତ କରିଛନ୍ତି ମୋଦି ।

ନେତାଜୀ ଏମିତି ଜଣେ ଅଦ୍ବିତୀୟ ମହାପୁରଷ ଯାହାଙ୍କର କେବଳ ଜୟନ୍ତୀ ପାଳନ କରାଯାଏ । କାରଣ ତାଙ୍କର ମୃତ୍ୟୁ ହୋଇନାହଁ । ଏବେ ବି ସେ ବଞ୍ଚିଥିବା ବିଶ୍ବାସ କରନ୍ତି ଦେଶବାସୀ । ସ୍ବାଧୀନତା ଅନ୍ଦୋଳନର ମୁଖ୍ୟ ଶ୍ରେୟ ମହାତ୍ମା ଗାନ୍ଧୀଙ୍କର ସ୍ବାଧୀନତା ପ୍ରାପ୍ତିର ଶ୍ରେଷ୍ଠ ନେତୃତ୍ବ ନେଇଥିଲେ ନେତାଜୀ ଏକ କଥାକୁ ସ୍ବୀକାର କରିଛନ୍ତି ଇତିହାସବିତ । କ୍ରାନ୍ତିବୀର ପୁରୁଷ ନେତାଜୀଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଦେଶବାସୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.