ETV Bharat / bharat

ବିଜୟା ଦଶମୀ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Oct 24, 2023, 11:34 AM IST

ପବିତ୍ର ଦଶହରା ବା ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ବିଜୟା ଦଶମୀ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
president Droupadi Murmu greets people on Dussehra

ନୂଆଦିଲ୍ଲୀ: ଆଜି ପବିତ୍ର ଦଶହରା ବା ବିଜୟାଦଶମୀ । ପାପର ବିନାଶ ପାଇଁ ଧରାପୃଷ୍ଠକୁ ଅବତରଣ କରିଥିବା ମା' ଦୁର୍ଗତୀନାଶିନୀଙ୍କ ଦଶହରା । ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୂପ ଏହି ପର୍ବ ପାଳନ ହୋଇଥାଏ । ଆଜି ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା । ଏହି ପବିତ୍ର ବିଜୟା ଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • दशहरा के पावन त्योहार पर सभी देशवासियों को मेरी हार्दिक शुभकामनाएं!

    दशहरा, जिसे विजयादशमी के रूप में भी मनाया जाता है, हमें सत्य और धर्म के मार्ग पर चलने की प्रेरणा देता है। इस पावन पर्व पर मेरी मंगल कामना है कि हम सब पूरी मानवता के कल्याण की भावना के साथ सत्य और न्याय के पथ पर…

    — President of India (@rashtrapatibhvn) October 24, 2023 " class="align-text-top noRightClick twitterSection" data=" ">

ବିଜୟା ଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଟ୍ବିଟ୍‌ କରି କହିଛନ୍ତି, "ଦଶହରାର ଏହି ପବିତ୍ର ପର୍ବରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା । ଦଶହରାକୁ ବିଜୟାଦଶମୀ ରୂପରେ ପାଳନ କରାଯାଏ । ଆମକୁ ସତ୍ୟ ଏବଂ ଧର୍ମର ମାର୍ଗରେ ଚାଲିବାକୁ ଏହା ପ୍ରେରଣା ଦେଇଥାଏ । ଏହି ପବିତ୍ର ପର୍ବରେ ସମଗ୍ର ମାନବଜାତିର କଲ୍ୟାଣ ନିମନ୍ତେ ମୁଁ କାମନା କରୁଛି । ଏହା ସହିତ ସତ୍ୟ ଓ ନ୍ୟାୟ ମାର୍ଗରେ ଆଗକୁ ବଢିବାକୁ ଏହି ପର୍ବ ପ୍ରେରଣା ଦେବ ।"

  • देशभर के मेरे परिवारजनों को विजयादशमी की हार्दिक शुभकामनाएं। यह पावन पर्व नकारात्मक शक्तियों के अंत के साथ ही जीवन में अच्छाई को अपनाने का संदेश लेकर आता है।

    Wishing you all a Happy Vijaya Dashami!

    — Narendra Modi (@narendramodi) October 24, 2023 " class="align-text-top noRightClick twitterSection" data=" ">

ପବିତ୍ର ବିଜୟା ଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,"ଦେଶରେ ମୋର ସମଗ୍ର ପରିବାରଜନଙ୍କୁ ବିଜୟା ଦଶମୀରେ ହାର୍ଦ୍ଦିକ ଶୁଭକାମନା । ଏହି ପବିତ୍ର ପର୍ବ ନକାରାତ୍ମକ ଶକ୍ତିର ଅନ୍ତ ସହିତ ଜୀବନରେ ଭଲର ସ୍ଥାପନା ନେଇ ସନ୍ଦେଶ ନେଇ ଆସିଛି ।"

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜୟା ଦଶମୀର ଶୁଭେଚ୍ଛା ଜଣାଇ କହିଛନ୍ତି, "ସମସ୍ତ ଦେଶବାସୀଙ୍କୁ ବିଜୟା ଦଶମୀର ଶୁଭେଚ୍ଛା । ଅଧର୍ମ ଓ ଅହଂକାର ଯେତେ ବଡ଼ ହେଉ ନା କାହିଁକି ସତ୍ୟର ଆଧାରରେ ଧର୍ମର କିରଣ ବିଜୟ ସାଶ୍ବତ ଅଟେ । ପାପ ଓ ପୂଣ୍ୟର ବିଜୟ ପ୍ରତୀକ ବିଜୟା ଦଶମୀ ଆମକୁ ସର୍ବଦା ବିବେକ ଓ ସତ୍ୟ ମାର୍ଗରେ ଚାଲିବାକୁ ପ୍ରେରଣା ଦେବାର ପର୍ବ ।"

  • ପବିତ୍ର ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା। ମା' ସମସ୍ତଙ୍କ ଦୁଃଖ ହରଣ କରି ଜୀବନରେ ସୁଖ ଓ ଶାନ୍ତି ଭରି ଦିଅନ୍ତୁ।#ବିଜୟାଦଶମୀ #Dussehra pic.twitter.com/mSIZD0VU37

    — Naveen Patnaik (@Naveen_Odisha) October 24, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Vijayadashami 2023: 4ବର୍ଷ ପରେ ଦ୍ବାରିକାରେ ରାବଣ ଦହନ କରିବେ ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବଟ୍‌ କରି ଲେଖିଛନ୍ତି, "ପବିତ୍ର ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା । ମା' ସମସ୍ତଙ୍କ ଦୁଃଖ ହରଣ କରି ଜୀବନରେ ସୁଖ ଓ ଶାନ୍ତି ଭରି ଦିଅନ୍ତୁ ।"

  • आप सभी को ‘विजयादशमी’ और ‘दशहरा’ की हार्दिक शुभकामनाएं।

    अधर्म, अन्याय, असत्य व अत्याचार पर धर्म, न्याय, सत्य और सदाचार की शाश्वत जीत का यह पर्व सभी को अंदर की बुराइयों को त्याग कर सन्मार्ग और मानवता के मार्ग पर चलने की प्रेरणा देता है।

    माँ दुर्गा और प्रभु श्री राम सभी का कल्याण… pic.twitter.com/5BIfgOKi6y

    — Dharmendra Pradhan (@dpradhanbjp) October 24, 2023 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଶହାର ଶୁଭେଚ୍ଛା ଜଣାଇ କହିଛନ୍ତି,"ସମସ୍ତଙ୍କୁ ପବିତ୍ର ଦଶହରାର ହାର୍ଦ୍ଦିକ ଶୁଭକାମନା । ଅଧର୍ମ, ଅନ୍ୟାୟ, ଅସତ୍ୟ, ଅତ୍ୟାଚାର ଉପରେ ଧର୍ମ, ନ୍ୟାୟ ସତ୍ୟର ବିଜୟର ପର୍ବରେ ସସସ୍ତଙ୍କୁ ଶୁଭେଚ୍ଛା । ମା' ଦୁର୍ଗା ଓ ପ୍ରଭୁ ଶ୍ରୀରାମ ସମସ୍ତଙ୍କ କଲ୍ୟାଣ କରନ୍ତୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.