Budget Session: ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ 2047 ସୁଦ୍ଧା ଦେଶରୁ ଦୂର ହେବ ଗରିବୀ

author img

By

Published : Jan 31, 2023, 11:38 AM IST

Updated : Jan 31, 2023, 12:52 PM IST

Budget Session

ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ମିଳିତ ଅଧିବେଶନକୁ ସମ୍ବୋଧନ କରି ଦ୍ରୌପଦୀ ମୁର୍ମୁ କହିଛନ୍ତି 2047 ସୁଦ୍ଧା ଗରିବୀ ନଥିବା ଦେଶ ଗଠନ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜିିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ମିଳିତ ଅଧିବେଶନକୁ ସମ୍ବୋଧିନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ସଂସଦ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏବେ ସାରା ବିଶ୍ବର ନଜର ଭାରତ ଉପରେ ରହିଛି । ବିଶ୍ବ ଅର୍ଥନୀତିରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ଏବେ ଗରିବୀ କେବେଳ ନାରା ହୋଇ ରହିନାହିଁ । 2047 ସୁଦ୍ଧା ଗରିବ ନଥିବା ଭାରତ ଗଠନ ଲକ୍ଷ୍ୟ ରହିଛି । ଏକ ଆତ୍ମନିର୍ଭର ଓ ସମୃଦ୍ଧ ଭାରତ ଗଠନ ହେବ । ଦେଶର ହିତରେ ସରକାର ସର୍ବଦା କାର୍ଯ୍ୟ କରିଛନ୍ତି । ପରମ୍ପରା ସହ ଆଧୁନିକତାକୁ ନେଇ ସରକାର ଆଗକୁ ବଢୁଛି । ଦେଶରେ କେହି ଗରିବ ଭୋକିଲା ନରୁହନ୍ତୁ ସେ ଦିଗରେ ସରକାର କାର୍ଯ୍ୟ କରୁଥିବା ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ।

  • That should be an India that will not have poverty, whose middle class will also be prosperous, an India whose youth and women will stand at the front to show a path to society & the country, an India whose youth stays two steps ahead of time: President Droupadi Murmu pic.twitter.com/MDYnHK22WG

    — ANI (@ANI) January 31, 2023 " class="align-text-top noRightClick twitterSection" data=" ">

ରାଷ୍ଚ୍ରପତି ଆହୁରି କହିଛନ୍ତି, ଦେଶରେ ଦୁର୍ନୀତି କମି କମି ଚାଲିଛି । ଡିଜିଟାଲ ନେଟୱାର୍କ କ୍ଷେତ୍ରରେ ଭାରତ ଆଗକୁ ବଢୁଛି । ଧାରା 370 ଉଚ୍ଛେଦ ସରକାରଙ୍କ ପାଇଁ ବଡ ଉପଲବ୍ଧି । LACରୁ LOC ଯାଏଁ ଶତ୍ରୁଙ୍କୁ କଡା ଜବାବ ଦିଆଯାଉଛି । ଆତଙ୍କବାତୀଙ୍କ ବିରୋଧରେ କଡା ପଦକ୍ଷେପ ନିଆଯାଉଛି । ଆଦିବାସୀଙ୍କ ଗୌରବ ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପଛୁଆ ଜିଲ୍ଲା ଗୁଡିକର ବିକାଶକୁ ଗୁରୁତ୍ବ ଦିଆଯାଉଛି । ସୀମାବର୍ତ୍ତୀ ଗାଁଗୁ଼ଡିକର ଉନ୍ନତିକୁ ଫୋକସ ଦିଆଯାଉଛି ।''

ବେଟି ବଚାଓ ବେଟି ପଢାଓ ଯୋଜନା ଫଳପ୍ରଦ ହେଉଛି । ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ସାକାରତ୍ମକ ପ୍ରଭାବ ପଡିଛି । ଖେଳନା ଆମଦାନୀ 70 ପ୍ରତିଶ୍ରତ ହ୍ରାସ କରାଯାଉଛି । ଖଦୀ ବିକ୍ରି 4 ଗୁଣା ବଢିଛି । ଭାରତରେ ଯୋଗ ଓ ପ୍ରାକୃତିକ ଚିକିତ୍ସା ବୃଦ୍ଧି ପାଉଛି । ମହାକାଶ କ୍ଷେତ୍ରରେ ଭାରତ ବିଶ୍ବରେ ଶକ୍ତିଶାଳୀ ହୋଇଛି । ଅଗ୍ନିବୀର ଯୋଜନା ଯୁବକଙ୍କୁ ଲାଭ ମିଳିଥିବା ମିଳିତ ଅଧିବେଶନକୁ ସମ୍ବୋଧିନ କରି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ନାରୀ ଶକ୍ତି ସମାଜରୁ ଦିଗ ଦେଖାଇବ । ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ପଂକ୍ତି ଉଦ୍ଧୃତ କରିଛନ୍ତି ରାଷ୍ଟ୍ରପତି । ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ଉତ୍କଳଭାରତୀଙ୍କ ପଂକ୍ତି କହିଛନ୍ତି । ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବଢିଛି । ଆୟୁଷ୍ମାନ ଭାରତର 50% ଲାଭାର୍ଥୀ ମହିଳା ଥିବା କହିଛନ୍ତି ରାଷ୍ଟ୍ରପତି । ସରକାରଙ୍କ 9 ବର୍ଷରେ ଭାରତବାସୀ ତାଙ୍କର ସକରାତ୍ମକ ପରିବର୍ତ୍ତନ ଦେଖିଛନ୍ତି । ଆଜି ପ୍ରତି ଭାରତୀୟ ଆତ୍ମନିର୍ଭର ହୋଇଛନ୍ତି । ଭାରତରେ ଏକ ସ୍ଥିତ ଓ ନିର୍ଣ୍ଣାୟକ ସରକାର ଚାଲିଛି । ପ୍ରତି ଭାରତୀୟଙ୍କ ଆତ୍ମବିଶ୍ବାସ ଶୀର୍ଷରେ ପହିଞ୍ଚିଛି । 2047 ସୁଦ୍ଧା ଆମକୁ ଏକ ସ୍ବର୍ଣ୍ଣିମ ଭାରତ ବନାଇବାର ଲକ୍ଷ୍ୟ ରହିଛି । ଏକ ଆତ୍ମନିର୍ଭର, ସମୃଦ୍ଧ ଭାରତ ସହ 2047 ସୁଦ୍ଧା ଗରିବ ନଥିବା ଭାରତ ଗଠନ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ।

କେନ୍ଦ୍ର ସରକାରଙ୍କ କୋରୋନା ମୁକାବିଲା ନେଇ ରାଷ୍ଟ୍ରପତି କହିଛନ୍ତି, କୋରୋନା କାଳରେ ଗରିବଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଇଥିଲା । ଗରିବ କଲ୍ୟାଣ ଅନ୍ନ ଯୋଜନାରେ 3.3 ଲକ୍ଷ କୋଟି ଖର୍ଚ୍ଚ ହୋଇଛି । ସାରା ବିଶ୍ବରେ ଏବେ ଏହି ଯୋଜନା ପ୍ରଶଂସା ସାଉଁଟିଛି । ଆୟୂଷ୍ମାନ ଭାରତ ଦ୍ବାରା ଗରିବଙ୍କ 80 ହଜାର କୋଟି ରକ୍ଷା ପାଇଛି । ପ୍ରତି ଘରକୁ ପାଣି ପହଞ୍ଚାଇବାକୁ ଜଳ ଜୀବନ ମିଶନ ଆରମ୍ଭ ହୋଇଛି । ବିଗତ ବର୍ଷରେ ସରକାର 3.5 କୋଟି ପରିବାରକୁ ପକ୍କା ଘର ଦେଇଛନ୍ତି । ଗରିବଙ୍କ ପାଖରେ ସରକାର ପହଞ୍ଚିଥିବା ଏହା ପ୍ରମାଣ କରିଛି ।

ଆଜି 3 ଶହରୁ ଅଧିକ ଯୋଜନାର ଟଙ୍କା ଲାଭାର୍ଥୀଙ୍କୁ ସିଧା ମିଳୁଛି । ଗରିବଙ୍କୁ ସଶକ୍ତ କରାଯିବା କାର୍ଯ୍ୟକ୍ରମ ଜାରି ରହିଛି । ସ୍ବାସ୍ଥ୍ୟ ସୁବିଧା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଛି ଯେଉଁଥିରେ କୋଟିକୋଟି ଗରିବ ସହାୟତା ପାଉଛନ୍ତି । ସ୍ବଚ୍ଛ ଭାରତ ଅଭିଯାନ ପାଇଁ ମହିଳାଙ୍କ ଗାରିମା ବୃଦ୍ଧି ହୋଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଝିଅଙ୍କ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ପିଏମ ଆବାସ ଯୋଜନାରେ ମହିଳାଙ୍କ ନାମରେ ରେଜେଷ୍ଟ୍ରୀ ହେଉଛି । ଯୋଜନାରେ ପ୍ରତିଦିନ 11ଶହ ଲୋକ ଘର ପାଉଥିବା ଅଧିବେଶନକୁ ସମ୍ବୋଦନ କରି କହିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି ଆହୁରି କହିଛନ୍ତି, ଦୈନିକ ହରାହାରି 2.5 ଲକ୍ଷ ବ୍ରଡବ୍ୟାଣ୍ଡ ସେବା ପାଉଛନ୍ତି । ଦୈନିକ ହାରାହାରି 55 ହାଜର ଗ୍ୟାସ ସଂଯୋଗ ଦିଆଯାଉଛି । ବିଗତ 8 ବର୍ଷରେ ଦେଶରେ ନୂଆ 300 ୟୁନିଭର୍ସିଟି ହୋଇଛି । 8 ବର୍ଷରେ ମେଟ୍ରୋ ରେଲେୱେ ୩ ଗୁଣା ବଢିଛି ୨୭ ସହରରେ ମେଟ୍ରୋ ରେଲେୱେ କାମ ଚାଲୁ ରହିଛି । 2014ରେ 74 ଏୟାରପୋର୍ଟ ଥିଲା ଏବେ 147ରେ ପହଞ୍ଚିଛି ।''

ରାଷ୍ଟ୍ରପତିଙ୍କ ସମ୍ବୋଧନ ପୂର୍ବରୁ ସଂସଦ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଆଜି ବଜେଟ ଅଧିବେଶନ ଆରମ୍ଭ ହେଉଛି । ଅର୍ଥ ଜଗତରେ ମାନ୍ୟତା ଥିବା ଲୋକଙ୍କ ଆଶା ନୂଆ କିରଣ ଆଣୁଛି । ଆଜି ଭାରତର ରାଷ୍ଟ୍ରପତି ପ୍ରଥମ ଥର ପାଇଁ ମିଳିତ ଅଧିବେଶନକୁ ସମ୍ବୋଧନ କରିବେ । ତାଙ୍କ ସମ୍ବୋଧନ ଭାରତ ସମ୍ବିଧାନ, ସଂସଦୀୟ ପ୍ରଣାଳୀର ଗୌରବ ଏବଂ ଆଜି ନାରୀ ସମ୍ମାନର ମଧ୍ୟ ଅବସର ରହିଛି ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି , "ବିଜେପି ନେତୃତ୍ବାଧୀନରେ ଏନଡିଏର ଲକ୍ଷ୍ୟ ହେଉଛି 'ଭାରତ ପ୍ରଥମ ଓ ନାଗରିକ ପ୍ରଥମ' । ମୋର ପୂର୍ଣ୍ଣ ବିଶ୍ବାସ ବିପକ୍ଷ ସମସ୍ତ ସାଥୀ ବଡ ପ୍ରସ୍ତୁତି ସହ ସଂସଦରେ ତାଙ୍କ କଥା ରଖିବେ ।"

Last Updated :Jan 31, 2023, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.