ETV Bharat / bharat

ଅସହ୍ୟ ହେଲା ପେଟର ଭୋକ, ୧୮ଦିନର ଶିଶୁକୁ ଦେଢ ଲକ୍ଷରେ ବିକିଲା ମାଆ

author img

By ETV Bharat Odisha Team

Published : Nov 19, 2023, 6:47 PM IST

mother sells her 18 day old child
mother sells her 18 day old child

ପଶ୍ଚିମବଙ୍ଗରେ ଅଭାବନୀୟ ଘଟଣା । ୧୮ଦିନର ଛୁଆକୁ ଦେଢ ଲକ୍ଷର ବିକିଲା ମାଆ । ଅଧିକ ପଢନ୍ତୁ

କୋଲକାତା: ଛଟପଟ କଲା ପେଟର ଭୋକ । ଯାହା ମନ ଚାହୁଁନଥିଲା ଦାରିଦ୍ର୍ୟ ତାହା କରାଇଲା । ଶେଷରେ ଅନ୍ତ ଫାଡି ଜନ୍ମ ଦେଇଥିବା ଛୁଆକୁ ବିକିଲା ମାଆ । ଦରିଦ୍ରତା ଯୋଗୁଁ ନିଜ ୧୮ ଦିନର ନବଜାତକୁ ୧.୫ ଲକ୍ଷ ଟଙ୍କାରେ ବିକ୍ରି କଲା ମାଆ । ପଶ୍ଚିମବଙ୍ଗ ମାଲଦା ସ୍ଥିତ ହରିଶ୍ଚନ୍ଦ୍ରପୁର ଠାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସାମ୍ନାକୁ ଆସିବା ପରେ ବିକ୍ରି ହୋଇଥିବା ଶିଶୁଟି ୨୦ ବର୍ଷର ମାଆ ନିକଟକୁ ଫେରିଆସିଛି । ହେଲେ ଏହି ଟଙ୍କା ଦେଇ ଶିଶୁକୁ କିଣିଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଟିଏମସି ନେତା ଟଙ୍କା ଫେରାଇନଥିବା ଜଣାପଡ଼ିଛି । ଯାହାକୁ ନେଇ ବିବାଦ ଉପୁଜିଛି ।

ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ ଦାଦନ ଖଟିଥାନ୍ତି । ହେଲେ ସେ ଘରକୁ ଟଙ୍କା ପଠାଉନଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ମହିଳା ଜଣକ ନିଜ ମାଆ ଠାରୁ ମାସକୁ ୧୫୦୦ ଟଙ୍କା ଆଣି ଘର ଚଳାଇଥାନ୍ତି । ମହିଳାଙ୍କ ପୂର୍ବରୁ ଗୋଟିଏ ସନ୍ତାନ ଥିବା ବେଳେ ସେ ଗତ ନଭେମ୍ବର ୧ ତାରିଖରେ ଆଉ ଏକ ଶିଶୁକୁ ଜନ୍ମ ଦେଇଥିଲେ । ୨ ଶିଶୁଙ୍କୁ ନେଇ ଘର ଚଳିବା ମୁସ୍କିଲ ହେବା ପରେ ସେ ନିଜ ସ୍ବାମୀକୁ ଅର୍ଥ ମାଗିଥିଲେ । ଆଉ ଯେତେବେଳେ ମହିଳା ଜଣକ ସ୍ବାମୀଙ୍କୁ ଘର ଚଳାଇବା ଲାଗି ଅର୍ଥ ମାଗିଥିଲେ, ସେତେବେଳେ ତାଙ୍କ ସ୍ବାମୀ ଅନ୍ୟ ଜଣକୁ ବିବାହ କରିବା ଲାଗି କହିଥିବା ସେ କହିଛନ୍ତି । ଏହାପରେ ଅସହାୟ ମହିଳା ଜଣକ ନିଜ ଶିଶୁକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।

ଏହା ବି ପଢନ୍ତୁ- ଆର୍ଥିକ ଅନଟନରୁ ଶିଶୁ ବିକ୍ରି ! ଅଢେଇ ଲକ୍ଷରେ ନବଜାତକୁ ବିକିଲା ବାପା

ମହିଳା ଜଣକ ଜଣେ ମେଡିସିନ ଡିଲରଙ୍କ ଶାଶୁକୁ ଦେଢ ଲକ୍ଷ ଟଙ୍କାରେ ନିଜ ୧୮ ଦିନର ଶିଶୁକୁ ବିକ୍ରି କରିଥିବା ସ୍ବୀକାର କରିଥିଲେ । ହେଲେ ଘଟଣା ସାମ୍ନାକୁ ଆସିବା ପରେ ପୂର୍ବତନ ଗ୍ରାମ ପଞ୍ଚାୟତ ସଦସ୍ୟ ତଥା ଟିଏମସି ନେତାଙ୍କ ପ୍ରଚେଷ୍ଟାରେ କୋମଳମତୀ ଶିଶୁକୁ ଉଦ୍ଧାର କରାଯାଇଛି । ଏହି ଟିଏମସି ନେତା ଜଣକ ପେଶାରେ ଜଣେ ଶିକ୍ଷକ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ଟିଏମସି ନେତା ମହିଳାଙ୍କଠାରୁ ଶିଶୁକୁ ବିକ୍ରି କରି ରୋଜଗାର କରିଥିବା ଅର୍ଥକୁ ଆଣିଥିବା ସତ୍ତ୍ବେ ଉକ୍ତ ବ୍ୟକ୍ତିଙ୍କୁ ଫେରାଇନଥିଲେ । ହେଲେ ତାଙ୍କ ଉପରେ ଚାପ ପଡ଼ିବା ପରେ ସେ ଶିଶୁକୁ କିଣିଥିବା ବ୍ୟକ୍ତିଙ୍କୁ ୧.୨୦ ଲକ୍ଷ ଟଙ୍କା ଫେରସ୍ତ କରିଛନ୍ତି । ବାକି ୩୦ ହଜାର ଟଙ୍କା ସେ ଆସନ୍ତା ୧୦ ଦିନରେ ଫେରାଇବେ ବୋଲି କହିଛନ୍ତି ।

ଏହି ଘଟଣାରେ ଏଯାବତ ପୋଲିସ ଷ୍ଟେସନରେ କୌଣସି ଅଭିଯୋଗ ହୋଇନାହିଁ । ସେପଟେ ସବଡିଭିଜନାଲ ମାଜିଷ୍ଟ୍ରେଟ ସ୍ଥାନୀୟ ବିଡିଓଙ୍କୁ ଘଟଣା ସମ୍ପର୍କରେ ବୁଝିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଟିଏମସି ନେତାଙ୍କୁ ବିଜେପି ନେତା କିଶାନ କେଡିଆ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଶିଶୁଟି ନିଜ ଘରକୁ ଫେରିବା ନିହାତି ପ୍ରଶଂସନୀୟ । ହେଲେ ଉକ୍ତ ବ୍ୟକ୍ତି ଜଣକୁ ଟଙ୍କା ନ ଫେରାଇବା ନିନ୍ଦନୀୟ । ଟିଏମସି ନେତା ଜଣକ ତୁରନ୍ତ ଏହି ଟଙ୍କାକୁ ଫେରସ୍ତ କରିବା ଜରୁରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.