ETV Bharat / bharat

50 ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା, ଆଜି ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Jan 8, 2024, 12:48 PM IST

Viksit Bharat Sankalp Yatra: 50 ଦିନରେ ପହଞ୍ଚିଲା ବିକଶିତ ଭାରତ ସଂକଳ୍ପ ଯାତ୍ରା । ଆଜି ହିତାଧିକାରୀଙ୍କ ସହ କଥା ହେବେ ମୋଦି । ଅଧିକ ପଢନ୍ତୁ

ବିକଶିତ ଭାରତ ସଂକଳ୍ପ ଯାତ୍ରା
Viksit Bharat Sankalp Yatra

ନୂଆଦିଲ୍ଲୀ: ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କଲ ଜରିଆରେ ହିତାଧିକାରୀଙ୍କ ସହ କଥା ହେବା ପରେ ଏକ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସାରା ଦେଶରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହେବେ । କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଏହା ମଧ୍ୟ ପଢନ୍ତୁ-ସ୍ବାବଲମ୍ବୀ କଲା ପିଏମ୍‌ ସ୍ୱନିଧି ଯୋଜନା, ଆତ୍ମନିର୍ଭରଶୀଳ ହେଲେ ଦୁଇ କିନ୍ନର

ନଭେମ୍ବର 15 ତାରିଖରେ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପରଠାରୁ କୋଟିଏରୁ ଊର୍ଦ୍ଧ୍ବ ଲୋକ ଏହି ଯାତ୍ରାରେ ଯୋଡ଼ି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଏହି ଯାତ୍ରାରେ ଜଡିତ ସାରା ଦେଶର ହିତାଧୀକାରୀଙ୍କ ସହ କଥା ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା 4 ଥର ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ହିତାଧୀକାରୀଙ୍କ ସହ କଥା ହୋଇ ସାରିଛନ୍ତି। ସେ ନଭେମ୍ବର 30, ଡିସେମ୍ବର 9, ଡିସେମ୍ବର 16 ଓ 27 ତାରିଖରେ କଥା ହୋଇଥିଲେ । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି । ଡିସେମ୍ବର 16 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ ପାଇଁ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଲୋକାର୍ପଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-୫ ରାଜ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଜନ ୱୌଷଧୀ କେନ୍ଦ୍ର ଯୋଗୁଁ ହୋଇଛି ୨୫ ହଜାର କୋଟି ସଂଚୟ

ଜାନୁଆରୀ 5 ତାରିଖ ସୁଦ୍ଧା ଭାରତ ସଂକଳ୍ପ ଯାତ୍ରା ମାଇଲ ଖୁଣ୍ଟ ଅତିକ୍ରମ କରିଛି । 10 କୋଟି ଲୋକ ଏଥିର ବର୍ତ୍ତମାନ ସୁଦ୍ଧା ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ଯାତ୍ରା 50 ଦିନରେ ପହଞ୍ଚିଛି । ଜାନୁଆରୀ 26 ତାରିଖ ଯାଏଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ଚାଲିବ । ସରକାରୀ ଯୋଜନାର ଶତ ପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ଏହି ଯାତ୍ରାରେ ସରକାର ମିଶନ ମୋଡରେ ଦେଶର ଗାଁ ଗାଁକୁ ପହଞ୍ଚୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.