ETV Bharat / bharat

୫ ରାଜ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଜନ ୱୌଷଧୀ କେନ୍ଦ୍ର ଯୋଗୁଁ ହୋଇଛି ୨୫ ହଜାର କୋଟି ସଂଚୟ

author img

By ETV Bharat Odisha Team

Published : Dec 16, 2023, 6:23 PM IST

Updated : Dec 16, 2023, 7:22 PM IST

PM flags off Viksit Bharat Sankalp Yatra in five states: ପାଞ୍ଚଟି ରାଜ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ନିର୍ବାଚନ ଆଚରଣ ବିଧି ଯୋଗୁଁ ଏସବୁ ରାଜ୍ୟରେ ଲାଗୁ ହୋଇନଥିଲା କେନ୍ଦ୍ରର ଏହି ଫ୍ଲାଗସିପ୍ ସ୍କିମ୍ । ଅଧିକ ପଢ଼ନ୍ତୁ,

୫ ରାଜ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
୫ ରାଜ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ପୂର୍ବରୁ ଅନ୍ୟ ରାଜ୍ୟଗୁଡ଼ିକରେ ଆରମ୍ଭ ହୋଇଥିଲା । ମାତ୍ର ନିର୍ବାଚନ କାରଣରୁ ୫ଟି ରାଜ୍ୟରେ ଲାଗୁ ହୋଇପାରନଥିଲା କେନ୍ଦ୍ର ସରକାରଙ୍କର ଏହି ପ୍ଲାଗସିପ୍ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ୫ଟି ରାଜ୍ୟ ପାଇଁ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଲୋକାର୍ପଣ କରିଛନ୍ତି । ଏସବୁ ରାଜ୍ୟ ହେଲା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ।

  • #WATCH | After flagging off the Viksit Bharat Sankalp Yatra in 5 states, PM Modi says, "... Till now, people living in cities have saved more the Rs 25,000 crores because of the Jan Aushadhi Kendras. The no. of PM Jan Aushadhi Kendra will be increased to 25,000 soon..." pic.twitter.com/pE8pMuyhcL

    — ANI (@ANI) December 16, 2023 " class="align-text-top noRightClick twitterSection" data=" ">

ପୂର୍ବରୁ ଅନ୍ୟ ରାଜ୍ୟଗୁଡ଼ିକରେ ଲାଗୁ ହୋଇଥିଲା ବିକଶିତ ଭାରତ ସଙ୍କଳ୍ପ ଯାତ୍ରା । ବିଧାନସଭା ନିର୍ବାଚନ ଯୋଗୁଁ ୫ଟି ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଥିଲା । ଫଳରେ ଏହାର ଶୁଭାରମ୍ଭ ବିଳମ୍ବ ହୋଇଛି । ପ୍ରଧାନମନ୍ତ୍ରୀ ଆଜି ଏହାର ଶୁଭାରମ୍ଭ କରିବା ସହ ବିଭିନ୍ନ ସରକାରୀ ଯୋଜନାରେ ଲାଭ ପାଇଥିବା ବିଭିନ୍ନ ରାଜ୍ୟର ହିତାଧିକାରୀମାନଙ୍କ ସହ ଭର୍ଚୁଆଲରେ କଥାବାର୍ତ୍ତା ହୋଇଥିଲେ । ହିତାଧିକାରୀଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆତ୍ମନିର୍ଭରଶୀଳ' ମହିଳାମାନେ କେବଳ ନିଜକୁ ବଞ୍ଚାଇ ନାହାନ୍ତି, ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଉତ୍ସାହ ଏବଂ ଉଦାହରଣ ପାଲଟିଛନ୍ତି।

ଏହାମଧ୍ଯ ପଢ଼ନ୍ତୁ: ସଂସଦ ସ୍ମୋକ୍ ଆଟାକର ଚାଞ୍ଚଲ୍ୟକର ସୂଚନା: 'ଆତ୍ମାହୂତି ଯୋଜନା କରିଥିଲେ ଅଭିଯୁକ୍ତ'

ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ଏଭଳି ପ୍ରତିବଦ୍ଧ ତଥା ପରିଶ୍ରମୀ ଲୋକଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଜନୱୌଷଧୀ କେନ୍ଦ୍ରରେ ଔଷଧ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜନୱୌଷଧୀ କେନ୍ଦ୍ରରେ ୫୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ବର୍ତ୍ତମାନ ସୁଦ୍ଧା ଜନୱୌଷଧୀ କେନ୍ଦ୍ର ଯୋଗୁଁ ୨୫ ହଜାର କୋଟି ଟଙ୍କା ସଂଚୟ ହୋଇପାରିଛି । ଆଗକୁ ଅଧିକ ଜନୱୌଷଧୀ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ଦେଶବାସୀ 'ମୋଦୀଜୀଙ୍କ ଭିଆଇପି'ରେ ପରିଣତ ହୋଇଥିବାରୁ ଏବେ ସବୁ କାର୍ଯ୍ୟ ଶୀଘ୍ର ସମ୍ପନ୍ନ ହେଉଛି।

ଏହାମଧ୍ଯ ପଢ଼ନ୍ତୁ: ଆରବ ସାଗରରେ ଜାହାଜ ଅପହରଣ: ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା

ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଡ଼ି ହୋଇଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସ୍ଥାନୀୟ ଜନ ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ଯାତ୍ରାର ମୁଖ୍ୟ ଲକ୍ଷ୍ୟ ହେଉଛି, ସରକାରୀ ଯୋଜନାଗୁଡିକର ଲାଭ ସଠିକ ଭାବେ ସମସ୍ତ ଟାର୍ଗେଟେଡ୍ (ଧାର୍ଯ୍ୟ) ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 16, 2023, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.