ଧନଖରଙ୍କୁ ଶୁଭେଚ୍ଛାର ସୁଅ: ବାସଭବନରେ ଭେଟିଲେ ପ୍ରଧାନମନ୍ତ୍ରୀ

author img

By

Published : Aug 6, 2022, 9:30 PM IST

ନିର୍ବାଚିତ ହେବା ପରେ ଧନଖରଙ୍କୁ ଶୁଭେଚ୍ଛାର ସୁଅ, ଟ୍ବିଟରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା, ବାସଭବନରେ ଭେଟିଲେ ପ୍ରଧାନମନ୍ତ୍ରୀ

୧୪ତମ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଜଗଦୀପ ଧନଖରଙ୍କ ନିକଟକୁ ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଶୁଭେଚ୍ଛା । ୧୧ ତାରିଖରେ ନେବେ ଶପଥ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶର ୧୪ତମ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ପ୍ରାର୍ଥୀ ଜଗଦୀପ ଧନଖର । ବିଜୟୀ ହେବା ପରେ ଧନଖରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଧନଖରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • PM Narendra Modi meets Vice-President elect Jagdeep Dhankhar soon after his election to the office, at his residence in Delhi pic.twitter.com/7BvYOurskk

    — ANI (@ANI) August 6, 2022 " class="align-text-top noRightClick twitterSection" data=" ">
  • Congratulations to Jagdeep Dhankhar on being elected the Vice President of India. The nation will benefit from your long and rich experience of public life. My best wishes for a productive and successful tenure.

    — President of India (@rashtrapatibhvn) August 6, 2022 " class="align-text-top noRightClick twitterSection" data=" ">

ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନଖରଙ୍କ ବାସଭନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ଜି ନଡ୍ଡା ମଧ୍ୟ ଧନଖରଙ୍କୁ ବାସଭବନରେ ସାକ୍ଷାତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଧନଖରଙ୍କ ପ୍ରତିଦ୍ବନ୍ଦୀ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମିଳିତ ବିରୋଧୀ ମଞ୍ଚର ପ୍ରାର୍ଥୀ ମାର୍ଗରେଟ ଅଲଭା ମଧ୍ୟ ସଫଳ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିରୋଧୀ ଦଳ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଧନଖରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Congratulations to Shri Jagdeep Dhankhar ji on being elected as the 14th Vice-President of India.

    Thank you to Smt @alva_margaret ji for representing the spirit of the joint Opposition with grace and dignity.

    — Rahul Gandhi (@RahulGandhi) August 6, 2022 " class="align-text-top noRightClick twitterSection" data=" ">
  • Congratulations to Shri Jagdeep Dhankhar on winning the Vice Presidential elections. His long public life, wide experience and deep understanding of people’s issues will certainly benefit the nation. I am confident that he will make an exceptional VP & Rajya Sabha Chairman.

    — Rajnath Singh (@rajnathsingh) August 6, 2022 " class="align-text-top noRightClick twitterSection" data=" ">

କଂଗ୍ରେସ ପ୍ରସ୍ତାବିତ ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ପରାଜିତ କରି ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା NDA ପ୍ରାର୍ଥୀ ଧନଖର, 72.8 ପ୍ରତିଶତ ସହ ମୋଟ 528 ଖଣ୍ଡ ଭୋଟ ହାସଲ କରିଛନ୍ତି । ସେହିପରି ତାଙ୍କ ପ୍ରତିପକ୍ଷ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ମିଳିଛି 25.1 ପ୍ରତିଶତ ସହ ମାତ୍ର ୧୮୨ ଖଣ୍ଡ ଭୋଟ । ଚଳିତମାସ ୧୦ ତାରିଖରେ ବିଦାୟୀ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପରଦିନ ଅର୍ଥାତ ୧୧ ତାରିଖରେ ଦେଶର ନୂତନ ତଥା ୧୪ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖର ।

  • मुझे विश्वास है कि उपराष्ट्रपति व राज्यसभा के सभापति के रूप में @jdhankhar1 जी संविधान के एक आदर्श संरक्षक सिद्ध होंगे। उन्हें इस जीत पर बधाई देता हूँ।

    साथ ही मोदी जी के नेतृत्व में NDA सहयोगियों, अन्य दलों व संसद सदस्यों का धनखड़ जी का समर्थन करने के लिए आभार व्यक्त करता हूँ।

    — Amit Shah (@AmitShah) August 6, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.