ଭାରତ ଆସିବାକୁ ବାଇଡେନଙ୍କୁ ଆମନ୍ତ୍ରଣ କଲେ ମୋଦି

author img

By

Published : Sep 25, 2021, 10:13 AM IST

ଭାରତ ଆସିବାକୁ ବାଇଡେନଙ୍କୁ ଆମନ୍ତ୍ରଣ କଲେ ମୋଦି

ଭାରତ ଗସ୍ତରେ ଆସିବାକୁ ଜୋ ବାଇଡେନଙ୍କୁ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । ତେବେ ମୋଦି ବାଇଡେନଙ୍କୁ ଆମନ୍ତ୍ରଣ କରିବା ସହ ଉଭୟ ଦେଶ ପାରସ୍ପରିକ ଆଲୋଚନା ପାଇଁ ନୂଆଦିଲ୍ଲୀ ଆମେରିକାର ନେତାଙ୍କ ଗସ୍ତକୁ ଅପେକ୍ଷା କରିଛି ବୋଲି ମନ୍ତ୍ରଣାଳୟ କହିଛି ।

  • PM Modi invited President Joe Biden to visit India. President Biden noted with thanks & appreciation. We certainly look forward to the visit of the US President at the earliest & mutual convenience: Foreign Secretary Harsh Vardhan Shringla pic.twitter.com/tgXMLEt0tv

    — ANI (@ANI) September 24, 2021 " class="align-text-top noRightClick twitterSection" data=" ">

ଏକ ସ୍ବତନ୍ତ୍ର ବୈଠକରେ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଜୋ ବାଇଡେନଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତି ବାଇଡେନ ମଧ୍ୟ ଏନେଇ ଧନ୍ୟବାଦ ଜଣାଇଛନ୍ତି ।

ତେବେ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ପ୍ରାୟ 57 ମିନିଟ୍ ଧରି ଚାଲିଥିଲା । ଏହି ସମୟରେ ପିଏମ ମୋଦି କହିଥିଲେ ଯେ ଭାରତ-ଆମେରିକା ସମ୍ପର୍କ ସମଗ୍ର ବିଶ୍ବ ପାଇଁ ଲାଭଦାୟକ ହେବ । ଉଭୟ ଦେଶର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏବି ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.