ETV Bharat / bharat

ଆସାମର ବିହୁ ପର୍ବରେ ଯୋଗଦେବେ ମୋଦି, ନୃତ୍ୟ କରିବେ ୧୧ ହଜାର ଶିଳ୍ପୀ

author img

By

Published : Mar 24, 2023, 3:48 PM IST

ଆସାମର ମୁଖ୍ୟ ପର୍ବ ବିହୁ ପାଇଁ ରାଜ୍ୟ ସରକାର ଆୟୋଜନ କରିବେ ଭବ୍ୟ କାର୍ଯ୍ୟକ୍ରମ । ଏହି ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିକ ପଢନ୍ତୁ

bihu program in assam
bihu program in assam

ଗୌହାଟୀ : ଆସାମର ମୁଖ୍ୟ ଗଣ ପର୍ବ ବିହୁ । ଏହି ଅବସରରେ ଆସାମ ସରକାର ଚଳିତ ବର୍ଷ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିଛନ୍ତି । ଆସନ୍ତା ଏପ୍ରିଲ 14ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ ପ୍ରାୟ 11,000 ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଏହା ଉତ୍ତର-ପୂର୍ବର ସବୁଠାରୁ ବଡ଼ ଓ ଭବ୍ୟ କାର୍ଯ୍ୟକ୍ରମ ହେବ ଯେଉଁଥିରେ 10 ହଜାରରୁ ଅଧିକ ବିହୁ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିବେ । ଏହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ନେଇ ମଧ୍ୟ ଆଶା ରହିଛି ।

ଗୌହାଟୀର ସରୁସଜାଇ ଇଣ୍ଡୋର୍‌ ଷ୍ଟାଡିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସମସ୍ତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଜି20 ସଦସ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବାର ମଧ୍ୟ ସମ୍ଭାବନା ରହିଛି । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏନେଇ ବିଶେଷ ନଜର ରଖିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗୌହାଟିର ସରସୁଜାଇ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ଜି-20 ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପଠାଯିବାର ସମ୍ଭାବନା ରହିଛି । ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନଜର ରଖିଛନ୍ତି । ଏନେଇ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, "ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି । ଯାହାଦ୍ବାରା ଆସାମ ସଂସ୍କୃତି, ପରମ୍ପରା ଓ ବିହୁକୁ ସମଗ୍ର ବିଶ୍ୱ ଜାଣି ପାରିବ।"

ସେହିପରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଟ୍ବିଟ କରି ଲେଖିଛନ୍ତି, "ଏପ୍ରିଲ 14 ତରିଖ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। କାରଣ 11,000ରୁ ଅଧିକ ବିହୁ ନୃତ୍ୟଶିଳ୍ପୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସରସୁଜାଇ ଷ୍ଟାଡିୟମରେ ଏକାଠି ନୃତ୍ୟ ପରିବେଷଣ କରି ଇତିହାସ ସୃଷ୍ଟି କରିବେ । କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିବା ସହ ଘଟଣାକୁ ଏହାକୁ ସ୍ମରଣୀୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ।"

ଆସାମ ସରକାର ରାଜଧାନୀରେ ଦିଲ୍ଲୀ ମେଟ୍ରୋ ବଗି, ବସ୍ ଷ୍ଟାଣ୍ଡ, ପ୍ରମୁଖ ସଡ଼କ ଏବଂ ବିମାନବନ୍ଦରରେ କାର୍ଯ୍ୟକ୍ରମର ହୋର୍ଡିଂ ଲଗାଇ ଏହି କାର୍ଯ୍ୟକ୍ରମର ପ୍ରସାର କରିବା ମଧ୍ୟ ଆରମ୍ଭ କରିଛନ୍ତି । ମୁମ୍ବାଇ ଏବଂ କୋଲକାତାରେ ମଧ୍ୟ ଏହିଭଳି ଅଭିଯାନ ଆରମ୍ଭ ହେବ । ଏପ୍ରିଲ୍ ମଧ୍ୟଭାଗରେ ପାଳନ କରାଯାଉଥିବା ରୋଙ୍ଗାଲି କିମ୍ବା ବୋହାଗ ବିହୁରୁ ଆସାମର ନବବର୍ଷର ଆରମ୍ଭ ହୋଇଥାଏ । ଏହା ଆସାମ ଏବଂ ଉତ୍ତର-ପୂର୍ବର ଅନ୍ୟାନ୍ୟ ଅଞ୍ଚଳରେ ପାଳନ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.