ଆକାଶ ଛୁଆଁ ତୈଳ ଦର, ଜାଣନ୍ତୁ ଆଜି କେତେ...

author img

By

Published : Oct 12, 2021, 1:16 PM IST

ଆକାଶ ଛୁଆଁ ତୈଳ ଦର, ଜାଣନ୍ତୁ ଆଜି କେତେ...

କ୍ରମାଗତ 7 ଦିନର ବୃଦ୍ଧି ପରେ ଆଜି ଦେଶରେ ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହଙ୍ଗା ମାଡ । ବିଶେଷକରି ଅକ୍ଟୋବର ଆରମ୍ଭରୁ ପେଟ୍ରୋଲ-ଡିଜେଲ ନିରବଚ୍ଛିନ୍ନ ଭାବେ ବଢିଚାଲିଛି । ଗତ 11 ଦିନ ମଧ୍ୟରେ ଗୋଟିଏ ଦିନ ବ୍ୟତୀତ ପ୍ରତିଦିନ ପେଟ୍ରୋଲ-ଡିଜେଲ ଲିଟର ପିଛା 30 ପଇସା ଓ 35 ପଇସା ବୃଦ୍ଧି ପାଇଥିଲା । ହେଲେ ଆଜି ଏହି ଚେନ୍ ବ୍ରେକ ହୋଇଛି । ଅର୍ଥାତ୍ ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଦେଶରେ ତୈଳ ଦର ଅପରିବର୍ତ୍ତିତ ରହିଛି । ହେଲେ କ୍ରମାଗତ 7 ଦିନର ବୃଦ୍ଧି ପରେ ବର୍ତ୍ତମାନେ ଦେଶରେ ପେଟ୍ରୋଲ-ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି ।

ଇତିମଧ୍ୟରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦର ଉଚ୍ଚା ରହିଛି । ସେପଟେ ବ୍ରେଣ୍ଟ କ୍ରୁଡ ପୁଣି ଥରେ ପ୍ରତି ବ୍ୟାରେଲ ପିଛା 84 ଡଲାର ପାର୍ କରିଛି । ତେବେ ତାଜା ଅପଡେଟ୍ ମୁତାବକ, ଆଜି ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ମୂଲ୍ୟକୁ ସ୍ଥିର ରଖିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଏହାପୂର୍ବରୁ ଗତ 4 ତାରିଖରେ ହିଁ ଦର ସ୍ଥିର ଥିଲା ।

IOCL ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀରେ ପେଟ୍ରୋଲ 104.44 ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ଏହି ରେଟ୍ 110.41ଟଙ୍କା ରହିଛି ଏବଂ ଡିଜେଲ ଶତକ ପାର୍ କରିବା ସହ 101.03ରେ ପହଞ୍ଚିଛି । ସେହିପରି ଦେଶର ଅଧିକାଂଶ ସ୍ଥାନରେ 100 ଟଙ୍କା ଉପରେ ରହିଛି ଦର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.