ETV Bharat / bharat

Parliament Budget Session: ଜାନୁଆରୀ ୩୧ରୁ ସଂସଦ ବଜେଟ ଅଧିବେଶନ ଆରମ୍ଭ

author img

By

Published : Jan 13, 2023, 4:01 PM IST

Etv Bharat
Etv Bharat

ଆସନ୍ତା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ସଂସଦ ବଜେଟ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ମାସ ୩୧ତାରିଖରେ ସଂସଦରେ ଆରମ୍ଭ ହେବାକୁ ବଜେଟ ଅଧିବେଶନ । ଜାନୁଆରୀ ୩୧ ତାରିଖରେ ଆରମ୍ଭ ହୋଇ ଏପ୍ରିଲ ୬ତାରିଖରେ ଅଧିବେଶନ ଶେଷ ହେବ । ଏନେଇ ଶୁକ୍ରବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ବଜେଟ ଅଧିବେଶନ ଲାଗି ୬୬ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୨୭ଟି ସରକାରୀ ଦିବସ ରହିବ । ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିବେ । ଏହା ସୀତାରମଣଙ୍କ ୫ମ ବଜେଟ ଉପସ୍ଥାପନା ହେବାକୁ ଯାଉଛି ।

୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନା କରିବ । ଏନେଇ ଶୁକ୍ରବାର ଯୋଶୀ ସୂଚନା ଦେଇଛନ୍ତି, "ଜାନୁଆରୀ ୩୧ ତାରିଖରେ କେନ୍ଦ୍ର ବଜେଟ ଉପସ୍ଥାପନ ହେବ । ୨୭ଟି ସରକାରୀ କାର୍ଯ୍ୟ ଦିବସ ରହିଥିବା ବେଳେ ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ମୋଟ ୬୬ଟି କାର୍ଯ୍ୟ ଦିବସ ରହିଛି । " ଆସନ୍ତା ଜାନୁଆରୀ ୩୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁଗ୍ମ ସଂସଦକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଯୁଗ୍ମ ସଂସଦରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଚାଲିଥିବା ତର୍କ ବିତର୍କ ଉପରେ ଜବାବ ରଖନ୍ତି ।

ଏହା ବି ପଢନ୍ତୁ- Parliament Budget Session: 31 ଜାନୁୟାରୀରୁ ବଜେଟ ଅଧିବେଶନ, ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହେବ ଆରମ୍ଭ

ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ସରକାର ଏକାଧିକ ବିଲ ଆଗତ କରିବେ । ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୬ ତାରିଖରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ । ଅନ୍ୟପଟେ ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଏଠାରେ ବସିବ ବୋଲି ଆଶା କରାଯାଇଛି । ବଜେଟ ଅଧିବେଶନର ଶେଷ ପର୍ଯ୍ୟାୟରେ ଲୋକସଭାରେ ୯ଟି ବିଲ୍‌ ଆଗତ କରାଯାଇଥିବା ବେଳେ ୭ଟି ବିଲ୍‌କୁ ପାରିତ କରାଯାଇଛି । ଅଧିବେଶନର ଶେଷ ପର୍ଯ୍ୟାୟରେ ସଂସଦର ଉଭୟ ଗୃହରେ ମୋଟ ୯ଟି ବିଲ୍‌କୁ ପାରିତ କରାଯିବ । ଚଳିତ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ ଉପରେ ସାଧାରଣ ଜନତା ବେଶ ଆଶାବାଦୀ ରହିଛନ୍ତି । କୋରୋନା ମହାମାରୀ ସମେତ ଦରଦାମ ବୃଦ୍ଧି ଆଦି ସଙ୍କଟ ବେଳେ କେନ୍ଦ୍ର ବଜେଟ ଦେଶର ଅର୍ଥନୀତିକୁ ପ୍ରଗତିଶୀଳ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.