ETV Bharat / bharat

ଜୀବିତ ହେବା ଆଶାରେ ଦୁଇ ପୁଅଙ୍କ ମୃତଦେହକୁ ଲୁଣଗଦାରେ ପୋତିଲେ ବାପା ମା’

author img

By ETV Bharat Odisha Team

Published : Dec 26, 2023, 9:02 PM IST

କର୍ଣ୍ଣାଟକରେ ଅନ୍ଧବିଶ୍ବାସ , ଜୀବିତ ହେବା ଆଶାରେ ଲୁଣଗଦାରେ ପୋତିଲେ ମୃତଦେହ
କର୍ଣ୍ଣାଟକରେ ଅନ୍ଧବିଶ୍ବାସ , ଜୀବିତ ହେବା ଆଶାରେ ଲୁଣଗଦାରେ ପୋତିଲେ ମୃତଦେହ

Parents buried the dead bodies in a pile of salt : କର୍ଣ୍ଣାଟକ ରାଜ୍ୟର ହାବେରୀ ଜିଲ୍ଲାରେ ଲୋକଙ୍କ ଅନ୍ଧବିଶ୍ବାସ । ମୃତଦେହକୁ ଲୁଣଗଦାରେ ପୋତିଲେ ମିଳିବ ଜୀବନ । ଅଧିକ ପଢନ୍ତୁ

ହାବେରୀ : ଆଜିର ବିଜ୍ଞାନ ଯୁଗରେ ଏବେ ବି ସମାଜରେ ଅଛନ୍ତି ଅନ୍ଧବିଶ୍ବାସରେ ପାଗଳ ଲୋକମାନେ । ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକ ରାଜ୍ୟର ହାବେରୀ ଜିଲ୍ଲା ରେ । ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଭିଡିଓକୁ ବିଶ୍ବାସ କରି ଲୁଣଗଦାରେ ପୋତିଛନ୍ତି ମୃତଦେହ । ମୃତ ଦେହ ପୁଣି ଜୀବିତ ହୋଇଯିବ ବୋଲି ବିଶ୍ବାସ । ହାବେରୀ ଜିଲ୍ଲାର ଗଲାପୁଜି ଗାଁ ରେ ଗତ ରବିବାର ଦିନ ଦୁଇ ନାବାଳକ ହେମନ୍ତ (୧୨ ବର୍ଷ ) ଓ ନାଗରାଜ (୧୧ ବର୍ଷ ) ପୋଖରୀ ପାଣି ରେ ବୁଡି ଜୀବନ ହାରିଥିଲେ । କିଛି ମାସ ପୂର୍ବରୁ ଏକ ଗୁଜବ ସୃଷ୍ଟି କାରୀ ଭିଡିଓ ଭାଇରାଲ ହୋଇଥିଲା । ଯେଉଁ ଶିଶୁ ମାନଙ୍କ ପାଣି ରେ ବୁଡି ଜୀବନ ଯାଇଛି ସେମାନଙ୍କ ମୃତ ଦେହକୁ ଲୁଣ ଗଦା ମଧ୍ୟରେ ୪ ରୁ ୫ ଘଣ୍ଟା ମଧ୍ୟରେ ରଖୁବା ଦ୍ବାରା ପୁନଃ ଜୀବିତ ହୋଇଥାନ୍ତି । ଏହାକୁ ବିଶ୍ବାସ କରି ସେମାନଙ୍କ ପିତା ମାତା ମାନେ ସେମାନଙ୍କ ମୃତ ଦେହ କୁ ୬ ଘଣ୍ଟା ଧରି ଲୁଣ ଗଦା ରେ ପୋତିଥିଲେ । ଶେଷରେ କୌଣସି ସୁଫଳ ନ ମିଳିବାରୁ କାଗିନେଲେ ପୋଲିସ ପରାମର୍ଶରେ ପିତାମାତା ଶବସତ୍କାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ଅନ୍ଧବିଶ୍ୱାସ ! ମୃତଦେହ ସତ୍କାର ନକରି ଗୁଣିଆକୁ ଡାକିଲେ ପରିବାର ଲୋକେ

ତେବେ କର୍ଣ୍ଣାଟକରେ ଏହି ଘଟଣା କୌଣସି ନୂଆ ନୁହଁ । ଗତ ସେପ୍ଟେମ୍ବର ମାସରେ ବଲ୍ଲାରୀ ଜିଲ୍ଲାରେ ସିରାଭର ଗାଁରେ ଏକ ୧୦ ବର୍ଷ ର ବାଳକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଥିଲା । ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ମେସେଜ ରେ ବିଶ୍ବାସ କରି ତାର ପିତା ମାତା ବିଶ୍ବାସ କରିଥିଲେ ଯେଉଁ ଥିରେ କୌଣସି ବ୍ୟକ୍ତିଙ୍କ ମୃତ ଦେହକୁ ଲୁଣ ଗଦା ରେ ପୋତିବା ଦ୍ବାରା ମୃତ ବ୍ୟକ୍ତି ପୁଣି ଜୀବନ ଫେରିପାଇବ । ପ୍ରଥମେ ସେମାନେ ମୃତଦେହ କୁ ୨ ଘଣ୍ଟା ଧରି ଲୁଣ ଗଦାରେ ପୋତି ଥିଲେ । କୌଣସି ସୁଫଳ ନ ମିଳିବାରୁ ପୁଣି ଥରେ ଆଉ ୪ ଘଣ୍ଟା ଧରି ମୃତ ଦେହ କୁ ପୋତି ଥିଲେ । ଶେଷରେ କିଛି ଉପାୟ ନପାଇ ସେମାନେ ମୃତ ଦେହର ସତ୍କାର କରିଥିଲେ । ଉକ୍ତ ନାବାଳକ ର ମୃତ ଦେହ ଲୁଣ ଗଦା ରେ ପୋତା ହେବାର ଫଟୋ ଗୁଡିକ ପରେ ସୋସିଆଲ ମିଡିଆ ରେ ଭାଇରାଲ ହୋଇ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.