ETV Bharat / bharat

ଧର୍ମ ପରିବର୍ତ୍ତନ ପାଇଁ PAC ଯବାନଙ୍କ ଝିଅକୁ ହତ୍ୟା ଧମକ

author img

By

Published : Oct 30, 2022, 9:21 PM IST

ଫିରୋଜାବାଦରେ PAC ଯବାନଙ୍କ ଝିଅକୁ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଥିଲେ ଯୁବକ । ଧର୍ମ ପରିବର୍ତ୍ତନ ନକରିବାରୁ ଯୁବତୀଙ୍କ ସହ ତାଙ୍କ ଭାଇକୁ ହତ୍ୟା ଧମକ । ଏନେଇ ଥାନାର ଦ୍ବାରସ୍ତ ହେଲେ ଯୁବତୀ । ଅଧିକ ପଢନ୍ତୁ

ଧର୍ମ ପରିବର୍ତ୍ତନ ପାଇଁ PAC ଯବାନଙ୍କ ଝିଅକୁ ହତ୍ୟା ଧମକ
ଧର୍ମ ପରିବର୍ତ୍ତନ ପାଇଁ PAC ଯବାନଙ୍କ ଝିଅକୁ ହତ୍ୟା ଧମକ

ଲକ୍ଷ୍ନୌ: ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବାକୁ ଧମକ । ଧର୍ମ ପରିବର୍ତ୍ତନ ନକରିଲେ ଯୁବତୀଙ୍କ ସହ ତାଙ୍କ ଭାଇକୁ ଜୀବନରୁ ମାରିଦେବାକୁ ଧମକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଜଣେ ଯୁବତୀ ଏବଂ ତାଙ୍କ ଭାଇକୁ ମୁଣ୍ଡକାଟ କରିବାର ଧମକ ଦିଆଯାଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ନମନ୍ତେ ତଦନ୍ତ ଜାରି ରଖିଛି ।

ପୀଡିତା ଜଣକ ଜଣେ PAC(Pradeshik Armed Constabulary) ଯବାନଙ୍କ ଝିଅ ଅଟନ୍ତି । ଅଭିଯୁକ୍ତ ଜଣକ ଅମରୋହାର ବାସିନ୍ଦା ହୋଇଥିବା ବେଳେ ସେ ଫେସବୁକରେ ଯୁବତୀଙ୍କ ସହ ସମ୍ପର୍କ ଆରମ୍ଭ କରିଥିଲେ । ଅଭିଯୁକ୍ତ ଜଣକ ଯୁବତୀଙ୍କୁ ସାଙ୍ଗରେ ନେଇଯିବା ପରେ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା । କଥା ନମାନିଲେ ଯୁବତୀଙ୍କ ସହ ତାଙ୍କ ଭାଇର ମୁଣ୍ଡକାଟ କରିଦେବ ବୋଲି ଧମକ ମଧ୍ୟ ଦେଇଥିଲା । ଏନେଇ ଦେହାତର ଏସପି କୁଂବର ରଣ ବିଜୟ ସିଂ କହିଛନ୍ତି," ପୀଡିତାଙ୍କ ଅଭିଯୋଗ ଉପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ତାଙ୍କ ସନ୍ଧାନ ଆରମ୍ଭ ହୋଇଛି ।"

ଏହା ମଧ୍ୟ ପଢନ୍ତୁ: Cable bridge collapsed: ଗୁଜୁରାଟରେ ଭୁଶୁଡିଲା କେବଲ ବ୍ରିଜ, ଏକାଧିକ ଆହତ

ସୂଚନା ଅନୁସାରେ, ଯୁବତୀଜଣକ ଫିରୋଜାବାଦ ଜିଲ୍ଲାର ଶିକୋହାବାଦ ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁର ବାସିନ୍ଦା । ଯୁବତୀଙ୍କ ପିତା ପିଏସିରେ କନଷ୍ଟବଲ ଭାବେ କାର୍ଯ୍ୟ କରନ୍ତି । ପ୍ରଥମେ ଏହି ଯୁବତୀଙ୍କ ସମ୍ପର୍କ ଅମରୋହାର ଜିଲ୍ଲାର ଶାହରୁଖ(ବିହାନ)ଙ୍କ ସହ ସମ୍ପର୍କ ହୋଇଥିଲା । ବିହାନ 24 ସେପ୍ଟେମ୍ବରରେ ଶିକୋହାବାଦ ଆସି ଯୁବତୀକୁ ସାଙ୍ଗରେ ନେଇ ଯାଇଥିଲେ । ତେବେ ପରବର୍ତ୍ତି ସମୟରେ ଯୁବତୀ ଜଣକ ଘରକୁ ଫେରି ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: Archana Nag Case: ରାଷ୍ଟ୍ରୀୟ ଦଳ ଗୁଡିକ ପାଖରେ କୌଣସି ପ୍ରସଙ୍ଗ ନାହିଁ: ଲେନିନ ମହାନ୍ତି

ଶିକୋହାବାଦ କୋଟୱାଲୀରେ ଯୁବତୀଜଣକ ଦାଖଲ କରିଥିବା ଅଭିଯୋଗ ଅନୁସାରେ, ଅଭିଯୁକ୍ତ ବିହାନ ଉକ୍ତ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରୁଥିଲା । ଧର୍ମ ପରିବର୍ତ୍ତନ ନକରିଲେ ଯୁବତୀଙ୍କ ସହ ତାଙ୍କ ଭାଇଙ୍କୁ ହତ୍ୟା କରିଦେବ ବୋଲି ଧମକ ମଧ୍ୟ ଦେଉଥିଲା । ଅଭିଯୁକ୍ତ ଜଣକ ଇନଷ୍ଟାଗ୍ରାମରେ ଏକାଧିକ ଆକାଉଣ୍ଟ ଖୋଲିଥିବା ନେଇ ପୀଡିତା ଜଣକ ଥାନାରେ କହିଛନ୍ତି । ଏହା ସହ ଅଭିଯୁକ୍ତ ଜଣକ ପୀଡିତାଙ୍କ ଫଟୋ ମଧ୍ୟ ଭାଇରାଲ କରିଥିଲା । ତେବେ ପୀଡିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.