ETV Bharat / bharat

Parliament Budget Session 2023: ଗୃହରେ ଆଦାନୀ ଝଡ, JPC ଦାବିରେ ବିରୋଧୀଙ୍କ ବିକ୍ଷୋଭ

author img

By

Published : Feb 6, 2023, 11:55 AM IST

Updated : Feb 6, 2023, 12:40 PM IST

ଆଦାନୀ ଗ୍ରୁପ ମାମଲାକୁ ନେଇ ବିରୋଧୀଙ୍କ ବିକ୍ଷୋଭ
opposition protests in parliament over adani issue

ଆମେରିକାର ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ କରିବା ପରେ ଆଦାନୀ ଗ୍ରୁପ କମ୍ପାନୀରେ ସୁନାମି ଆସିଛି ।ଏହାର ପ୍ରଭାବ ସଂସଦ ବଜେଟ ଅଧିବେଶନରେ ପଡିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନରେ ଆଦାନୀ ଗ୍ରୁପ ମାମଲା ଝଡ । ବିରୋଧୀ ଗର୍ଜନରେ କମ୍ପିଛି ଗୃହ । ଆଦାନୀ ମାମଲାକୁ ନେଇ ବିରୋଧୀ ଗୃହରେ ହୋ ହାଲ୍ଲା କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ସହିତ ଜେପିସି(Joint Parliamentary Committee) ଏବଂ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦାବି କରି ସଂସଦ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି । ଅପରାହ୍ନ 2ଟା ଯାଏ ଲୋକସଭା ଗୃହ କାର୍ଯ୍ୟକୁ ମୁଲତବୀ ରଖାଯାଇଛି ।

ଆଦାନୀ ମୁଦ୍ଦାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ଦଳ ଏହାକୁ ବଡ ମୁଦ୍ଦା କରି ସଂସଦରେ ଆଲୋଚନା କରିବାକୁ କହିଥିଲା । ବିରୋଧୀ ଏହି ମାମଲାରେ ଗୃହରେ ଆଲୋଚନା ଚାହିଁଥିଲେ । ଉପରାଷ୍ଟ୍ରପତି ଜଗଦୀପ ଧନଖର ଗୃହକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ମାମଲାକୁ ନେଇ ସଂସଦ ଭବନରେ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜାତିର ପିତା ମହାତ୍ମ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । ସଂଯୁକ୍ତ ସଂସଦୀୟ ସମିତି ଗଠନ ସହ ଏବଂ ସର୍ବୋଚ୍ଚ ନ୍ୟାୟଳୟଙ୍କ ଅଧୀନରେ ମାମଲାର ତଦନ୍ତ କରିବାକୁ ଦାବି କରିଛନ୍ତି ବିରୋଧୀ ।

ରାଜ୍ୟସଭା ବିରୋଧୀ ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି,"ଆମେ ସଂସଦରେ ଆଦାନୀ ମାମଲା ଉଠାଇବୁ । ଏହିପରି ଏକ ବଡ ମାମଲାରେ ସରକାର ଚୁପ ବସିଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ମାମଲାରେ ଚୁପ ଅଛନ୍ତି ।" ସେହପରି କଂଗ୍ରେସ ନେତା ଅଧୀର ଚୌଧୁରୀ କହିଛନ୍ତି, "ଏବେ ଆମର ବୈଠକ ହେବ । ସମସ୍ତ ବିରୋଧୀ ଏକତ୍ରୀତ ହେବେ । ଆଲୋଚନା ହେବ ଏବଂ ନିଷ୍ପତ୍ତି ନିଆଯିବ । ଏହା କେବଳ କଂଗ୍ରେସର ମୁଦ୍ଦା ନୁହେଁ ଭାରତର ସାଧାରଣ ଲୋକଙ୍କର । ମୁଁ ନିର୍ମଳା ସୀତାରମଣଙ୍କୁ ପରାମର୍ଶ ଦେବାକୁ ଚାହୁଁଛି ଭାରତରେ ଲୋକତନ୍ତ୍ର ବଜାୟ ରହୁ । ଆମେ ଯେବେ ଆମ ଦାବି ରଖୁ ଏହା କୌଣସି କପଟ ନୁହେଁ ଲୋକତନ୍ତ୍ର । ଆପଣଙ୍କ ସରକାର ଯାହା କରୁଛନ୍ତି ତାହା ଲୋକତନ୍ତ୍ର ଆଉ ଆମେ ଯାହା କରୁଛୁ ତାହା କପଟ ।"

ଏହା ବି ପଢନ୍ତୁ...Tripura Assembly Election: କ୍ଷମତାକୁ ଆସିଲେ ବେକାରୀ ଭତ୍ତା ଦେବ ଟିଏମସି

କଂଗ୍ରେସ ବ୍ୟତୀତ ଡିଏମକେ, ଏନସିପି, ବିଆରଏସ, ଜେଡି(ୟୁ), ଏସପି, ସିପିଆଇ, କେରଳ କଂଗ୍ରେସ, ଜେଏମଏମ, ଆପ ଏବଂ ଶିବସେନା ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉଭୟ ଗୃହରେ କଂଗ୍ରେସ ସାଂସଦ ଏହି ପ୍ରସଙ୍ଗ ନେଇ ମୁଲତବୀ ନୋଟିସ ଜାରି କରିଛନ୍ତି ।

ସେହପରି CPI ସାଂସଦ ବିନୟ ବିଶ୍ବାମ କହିଛନ୍ତି, "ମୁଁ ଏଲଆଇସି କର୍ମଚାରୀ ମହାସଂଘର ଅଧ୍ୟକ୍ଷ । ଆଦାନୀ ଏବଂ ଅମ୍ବାନୀଙ୍କ ଲୋଭରେ ଏଲଆଇସିର ଅପବ୍ୟବହାର ବିରୋଧରେ ସାଧାରଣ ଲୋକଙ୍କ ସଂଘର୍ଷ ପାଇଁ ଏଲଆଇସି ସମସ୍ତ ୟୁନିୟନର ରାୟ ମଧ୍ୟ ମାଗୁଛୁ ।"

ଏହାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଦାନୀ ଗ୍ରୁପ ମାମଲାରେ ସରକାରଙ୍କ ଆଭିମୁଖ୍ୟ ନେଇ କହିଛନ୍ତି, "ଆଦାନୀ ଗ୍ରୁପ ମାମଲା ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ । ଅନ୍ୟ କୌଣସି ପ୍ରସଙ୍ଗ ନଥିବାରରୁ ଏହି ମାମଲାକୁ ନେଇ ଗୃହରେ ବିରୋଧୀ ବାଧା ସୃଷ୍ଟି କରୁଛନ୍ତି ।"

ପ୍ରକଶା ଥାଉ କି, ଆଦାନୀ ଗ୍ରୁପ ମାମଲା ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଦେଶବ୍ୟାପୀ ସମସ୍ତ ଏଲଆଇସି ଓ ଏସବିଆଇ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।

Last Updated :Feb 6, 2023, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.